ବାହାଘର ହୋଇନି: ଆଲିଆ ଖୋଜିସାରିଲେଣି ନିଜ ପିଲାଙ୍କ ନାଁ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କଳାକାରଙ୍କ ଲଭ୍‌, ଅଫେଆରକୁ ନେଇ ଚର୍ଚ୍ଚା ହେବା କିଛି ବଡ଼ କଥା ନୁହେଁ। ଏଥିରୁ ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିଆ ଭଟ୍ଟ କେମିତି ଅବା ବାଦ ପଡ଼ିବେ। ତାଙ୍କ ଅଫେଆରକୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ହୋଇଥାଏ। କେତେବେଳେ ସିଦ୍ଧାର୍ଥ ମଲ୍‌ହୋତ୍ରାଙ୍କ ସହ ହେଉ ତ କେତେବେଳେ ରଣବୀର କପୁରଙ୍କ ସହ ହେଉ। ନିକଟରେ ତାଙ୍କ ବାହାଘରକୁ ନେଇ ବି ଚର୍ଚ୍ଚା ହୋଇଥିଲା। ରଣବୀରଙ୍କ ମା’ ନିତୁ ସିଂହ ତାଙ୍କୁ […]

alia

Rakesh Mallick
  • Published: Monday, 30 April 2018
  • , Updated: 30 April 2018, 02:53 PM IST

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କଳାକାରଙ୍କ ଲଭ୍‌, ଅଫେଆରକୁ ନେଇ ଚର୍ଚ୍ଚା ହେବା କିଛି ବଡ଼ କଥା ନୁହେଁ। ଏଥିରୁ ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିଆ ଭଟ୍ଟ କେମିତି ଅବା ବାଦ ପଡ଼ିବେ। ତାଙ୍କ ଅଫେଆରକୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ହୋଇଥାଏ। କେତେବେଳେ ସିଦ୍ଧାର୍ଥ ମଲ୍‌ହୋତ୍ରାଙ୍କ ସହ ହେଉ ତ କେତେବେଳେ ରଣବୀର କପୁରଙ୍କ ସହ ହେଉ। ନିକଟରେ ତାଙ୍କ ବାହାଘରକୁ ନେଇ ବି ଚର୍ଚ୍ଚା ହୋଇଥିଲା। ରଣବୀରଙ୍କ ମା’ ନିତୁ ସିଂହ ତାଙ୍କୁ ବୋହୂ କରିବାକୁ ଆଗ୍ରହୀ ବୋଲି ଖବର ଆସିଥିଲା। ତେବେ ଆଲିଆ ନିଜ ବାହାଘର କଥା ଏବେ କିଛି ଭାବି ନାହାନ୍ତି। ସେ ନିଜ କ୍ୟାରିୟରରେ ଉପରେ ଅଧିକରୁ ଅଧିକ ସମୟ ଫୋକସ୍‌ କରିବାକୁ ଚାହୁଁଛନ୍ତି।

ତେଣୁ ଯାହା ଜଣାପଡୁଛି ଆଲିଆଙ୍କ ବାହାଘର ଆହୁରି ବହୁତ ସମୟ ଅଛି। ଏବେ ବାହାହେବାକୁ ମନ ବଳାଉନଥିବା ଆଲିଆ କିନ୍ତୁ ନିଜ ପିଲାଙ୍କ ନାଁ କ’ଣ ରଖିବେ ଭାବିସାରିଲେଣି। ନିକଟରେ ଏକ ସାକ୍ଷତକାରରେ ସେ କହିଥିଲେ ଯେ ତାଙ୍କର ଛୁଆମାନଙ୍କୁ ନେଇ ଖୁବ୍‌ ଦୁର୍ବଳତା ରହିଛି। ସେ ସବୁବେଳେ ନୂଆ ନୂଆ ନାଁ ଖୋଜୁଥାଆନ୍ତି। ତାଙ୍କୁ ତିନି ଚୋରୋଟି ନାଁ ଏତେ ପସନ୍ଦ ଆସିଥିଲା ଯେ ସେ ସେଗୁଡ଼ିକୁ ମନେ ରଖିଛନ୍ତି। ତାଙ୍କର କହିବା ଅନୁସାରେ ଭବିଷ୍ୟତରେ ସେହି ନାଁ ଗୁଡ଼ିକ ମଧ୍ୟରୁ ଗୋଟିଏ ନାଁ ନିଜ ପିଲାର ରଖିପାରନ୍ତି।

ଆଲିଆ ଏବେ ‘ରାଜି’ ଫିଲ୍ମର ସୁଟିଂର ବ୍ୟସ୍ତ ଅଛନ୍ତି। ମେଘନା ଗୁଲଜରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ମେ’ରେ ରିଲିଜ୍‌ ହେବ। ଫିଲ୍ମର ଟ୍ରେଲର କିଛିଦିନ ପୂର୍ବରୁ ରିଲିଜ୍‌ ହୋଇସାରିଛି। ଦର୍ଶକେ ଟ୍ରେଲରଟିକୁ ଖୁବ୍‌ ପସନ୍ଦ କରିଛନ୍ତି।

Related story