ଡ୍ରେସ ବଦଳାଇଲେ ୧୭୫ଥର, କ’ଣ ପାଇଁ ଜାଣିଛନ୍ତି କି?

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ଫିଲ୍ମ ‘ରାଜି’ ପାଇଁ ଏବେ ଚର୍ଚ୍ଚାରେ । ସେ ଏହି ଫିଲ୍ମରେ ଏକ ଗୁପ୍ତଚର ଭୂମିକାରେ ନଜର ଆସିବେ। ଆଲିଆ ପାକିସ୍ତାନୀ ଯୁବକଙ୍କୁ ବିବାହ କରି ଭାରତ ପାଇଁ ସେଠାରେ ଗୁପ୍ତଚରଗିରୀ କରୁଥିବା ଦେଖିବାକୁ ମିଳିବ। ଏହି ଫିଲ୍ମର ଗୀତ ବି ରିଲିଜ୍‌ ହୋଇସାରିଛି।  ହେଲେ ଜାଣିଛନ୍ତି ଏହି ଫିଲ୍ମ ସୁଟିଂ ସମୟରେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥିପାଇଁ ଆଲିଆଙ୍କୁ ଥରେ କି ୨ ଥର ନୁହେଁ […]

raazi

Rakesh Mallick
  • Published: Friday, 04 May 2018
  • , Updated: 04 May 2018, 06:42 PM IST

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ଫିଲ୍ମ ‘ରାଜି’ ପାଇଁ ଏବେ ଚର୍ଚ୍ଚାରେ । ସେ ଏହି ଫିଲ୍ମରେ ଏକ ଗୁପ୍ତଚର ଭୂମିକାରେ ନଜର ଆସିବେ। ଆଲିଆ ପାକିସ୍ତାନୀ ଯୁବକଙ୍କୁ ବିବାହ କରି ଭାରତ ପାଇଁ ସେଠାରେ ଗୁପ୍ତଚରଗିରୀ କରୁଥିବା ଦେଖିବାକୁ ମିଳିବ। ଏହି ଫିଲ୍ମର ଗୀତ ବି ରିଲିଜ୍‌ ହୋଇସାରିଛି।  ହେଲେ ଜାଣିଛନ୍ତି ଏହି ଫିଲ୍ମ ସୁଟିଂ ସମୟରେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥିପାଇଁ ଆଲିଆଙ୍କୁ ଥରେ କି ୨ ଥର ନୁହେଁ ମୋଟ ୧୭୫ ଥର ଡ୍ରେସ ବଦଳିବାକୁ ପଡିଥିଲା।

ଏହି ଫିଲ୍ମର ଗୋଟିଏ ଗୀତରେ ‘ମୁଡ୍‌କେ ନା ଦେଖ୍‌ ଦିଲ୍‌ବରୋ’ରେ ଆଲିଆ ଓ ତାଙ୍କ ବାପାଙ୍କ ଇମୋସନ୍ ଦେଖାଯାଇଛି। ଏହି ଗୀତରେ ଝିଅ ବିଦା ସିନ୍‌ ଚାଲିଥିଲା ବେଳେ ସେ ପାଖାପାଖି ୧୭୫ରୁ ଅଧିକଥର ଡ୍ରେସ୍‌ ବଦଳାଇଥିଲେ।

ପ୍ରଡକ୍ସନ୍‌ ଟିମ୍‌ ସହ ଜଡ଼ିତ ଜଣେ ବ୍ୟକ୍ତି କହିଛନ୍ତି ଯେ, ‘ଗୀତରେ କାଶ୍ମୀର୍‌ରୁ ପାକିସ୍ତାନର ଯାତ୍ରା ଦେଖାଯାଇଛି। ଯାହାର ସୁଟିଂ କରିବାକୁ ଅନେକ ଦିନ ଲାଗିଥିଲା। ଗୀତରେ ଝିଅ ବିଦା ସୁଟ୍‌ କରିବା ପାଇଁ ପଟିଆଲା ଓ କାଶ୍ମୀରର ବିଭିନ୍ନ ଲୋକେସନ୍‌ରେ ସେଟ୍‌ ଲାଗିଥିଲା। କିନ୍ତୁ ଲୋକେସନ୍‌ କାରଣରୁ ତଥା ଅନ୍ୟ କିଛି କାରଣ ଯୋଗୁଁ ଆଲିଆଙ୍କୁ ବାରମ୍ବାର ଡ୍ରେସ୍ ବଦଳେଇବାକୁ ପଡ଼ୁଥିଲା।

‘ରାଜି’ର କାହାଣୀ ଏକ କାଶ୍ମୀର ଝିରର ଦେଶ ଭକ୍ତି ଉପରେ ଚିତ୍ରିତ ହୋଇଛି। ଯାହାର ବାପା  ଦେଶର ସୁରକ୍ଷା ପାଇଁ ତାଙ୍କୁ ପାକିସ୍ତାନ ପଠାଇଥିଲେ। ଗୁଲଜାରାଙ୍କ ଝିଅ ମେଘନା ଗୁଲଜାରା ‘ରାଜି’ର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ବିକି କୋଶଲ ଆଲିଆଙ୍କ ସ୍ୱାମୀ ଭୂମିକାରେ ଅଭିନୟ କରିଛନ୍ତି। ମେ ୧୧ରେ ଏହି ଚଳଚ୍ଚିତ୍ର ରିଲିଜ୍‌ ହେବ।

 

 

Related story