ହଲିଉଡ୍‌ ଆଡ଼େ ମନ ବଳାଇଲେଣି ଆଲିଆ

ମୁମ୍ୱାଇ: ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ଭଳି ହଲିଉଡ୍‌ରେ କାମ କରିବାକୁ ଚାହୁଁଛନ୍ତି ମହେଶ ଭଟ୍ଟ ତନୟା ଆଲିଆ। ୨୨ବର୍ଷୀୟ ଆଲିଆ ହଲିଉଡ୍‌ରେ କାମ କରିବାକୁ ଉତ୍ସାହିତ ଅଛନ୍ତି। ତେବେ ଏଥିପାଇଁ ସେ ତରତର ନୁହଁନ୍ତି। ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରି ସାରିଲା ପରେ ହଲିଉଡ୍‌ ଆଡକୁ ମନ ଦେବେ ବୋଲି କହିଛନ୍ତି। ସେ କହିଛନ୍ତି, “ଏବେ ମୋତେ ବଲିଉଡ୍‌ରେ କାମ କରିବାକୁ ଅଛି। ଏଠି ଜମି ସାରିବା ପରେ ହଲିଉଡ୍‌ ଆଡକୁ ମୁହାଁଇବି। ହଲିଉଡରେ […]

alia

Rakesh Mallick
  • Published: Sunday, 13 March 2016
  • , Updated: 13 March 2016, 12:24 PM IST

ମୁମ୍ୱାଇ: ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ଭଳି ହଲିଉଡ୍‌ରେ କାମ କରିବାକୁ ଚାହୁଁଛନ୍ତି ମହେଶ ଭଟ୍ଟ ତନୟା ଆଲିଆ। ୨୨ବର୍ଷୀୟ ଆଲିଆ ହଲିଉଡ୍‌ରେ କାମ କରିବାକୁ ଉତ୍ସାହିତ ଅଛନ୍ତି। ତେବେ ଏଥିପାଇଁ ସେ ତରତର ନୁହଁନ୍ତି। ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରି ସାରିଲା ପରେ ହଲିଉଡ୍‌ ଆଡକୁ ମନ ଦେବେ ବୋଲି କହିଛନ୍ତି।

ସେ କହିଛନ୍ତି, “ଏବେ ମୋତେ ବଲିଉଡ୍‌ରେ କାମ କରିବାକୁ ଅଛି। ଏଠି ଜମି ସାରିବା ପରେ ହଲିଉଡ୍‌ ଆଡକୁ ମୁହାଁଇବି। ହଲିଉଡରେ କାମ କରିବାକୁ ଇଚ୍ଛା ଅଛି।”

କରଣ ଜୋହରଙ୍କ, ‘ଷ୍ଟୁଡେଣ୍ଟ୍‌ ଅଫ୍ ଦ ଇୟର’ରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ ଆଲିଆ। ଏହା ପରେ ‘ହାଇୱେ’, ‘ଟୁ-ଷ୍ଟେସ୍‌’ ଓ ‘ହମ୍ପଟି ଶର୍ମା କୀ ଦୁଲହନିୟାଁ’ ଭଳି ଫିଲ୍ମରେ ସେ ନିଜ ଦକ୍ଷତା ପ୍ରତିପାଦିତ କରି ସାରିଛନ୍ତି।

ଆଗକୁ ତାଙ୍କର ଏକାଧିକ ଫିଲ୍ମ ଆସୁଛି। କରଣ ଜୋହରଙ୍କ ‘କପୁର ଆଣ୍ଡ୍ ସନ୍ସ’ ଓ ଗୌରୀ ସିନ୍ଧେଙ୍କ ଏକ ଫିଲ୍ମରେ ଶାହରୁଖଙ୍କ ସହିତ ଆସୁଛନ୍ତି ସେ। ସେହିଭଳି  ‘ଉଡ୍‌ତା ପଞ୍ଜାବ’ରେ ସେ ଶାହିଦ୍ କପୁର ଓ କରୀନା କପୁରଙ୍କ ସହ ଆସିବେ ପରଦାକୁ।

Related story