ଦୁଷ୍କର୍ମ ହୋଇଥାଇପାରେ, କିନ୍ତୁ ମୁଁ କରିନି କହିଲେ ଆଲୋକ ନାଥ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଟେଲି ପ୍ରଯୋଜିକା ବିନୀତା ନନ୍ଦା ଆଣିଥିବା ଦୁଇ ଦଶନ୍ଧି ତଳର ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ଅଭିଯୋଗ‌ରୁ ଖସିବାର ପ୍ରୟାସ ଆରମ୍ଭ କରିଛନ୍ତି ତଥାକଥିତ ସଂସ୍କାରୀ ଅଭିନେତା ‘ବାବୁଜୀ’ ଆଲୋକ ନାଥ। ନିଜକୁ ବଞ୍ଚାଇବାକୁ ଯାଇ ସେ ଯାହା କହିଛନ୍ତି, ସେଥିରେ ସେ ନା ଘଟଣାକୁ ଅସ୍ୱୀକାର କରିପାରୁଛନ୍ତି ନା ରାଜି ହୋଇପାରୁଛନ୍ତି। ସେ ସଫେଇ ଦେଇ କହିଛନ୍ତି, ଏହି ଘଟଣା ହୁଏତ ଘଟିଥିବ, କିନ୍ତୁ ଆଉ କେହି କରିଥାଇପାରେ। ସେ ଏହି […]

alok-nath

Hemant Lenka
  • Published: Tuesday, 09 October 2018
  • , Updated: 09 October 2018, 10:41 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଟେଲି ପ୍ରଯୋଜିକା ବିନୀତା ନନ୍ଦା ଆଣିଥିବା ଦୁଇ ଦଶନ୍ଧି ତଳର ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ଅଭିଯୋଗ‌ରୁ ଖସିବାର ପ୍ରୟାସ ଆରମ୍ଭ କରିଛନ୍ତି ତଥାକଥିତ ସଂସ୍କାରୀ ଅଭିନେତା ‘ବାବୁଜୀ’ ଆଲୋକ ନାଥ। ନିଜକୁ ବଞ୍ଚାଇବାକୁ ଯାଇ ସେ ଯାହା କହିଛନ୍ତି, ସେଥିରେ ସେ ନା ଘଟଣାକୁ ଅସ୍ୱୀକାର କରିପାରୁଛନ୍ତି ନା ରାଜି ହୋଇପାରୁଛନ୍ତି।

ସେ ସଫେଇ ଦେଇ କହିଛନ୍ତି, ଏହି ଘଟଣା ହୁଏତ ଘଟିଥିବ, କିନ୍ତୁ ଆଉ କେହି କରିଥାଇପାରେ। ସେ ଏହି ବିଷୟରେ ଅଧିକ କିଛି କହିବେନି, କାରଣ ଘଟଣା ସାମ୍ନାକୁ ଆସିଛି ମାନେ କଥାଟା ନିଶ୍ଚୟ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ମହିଳା ଜଣକ କ’ଣ କହୁଛନ୍ତି ଆମକୁ ଶୁଣିବାକୁ ହେବ କାରଣ ସେମାନେ ଦୁର୍ବଳ ବୋଲି ସବୁବେଳେ ଆମେ ଭାବିଆସିଛେ ବୋଲି କହି ସେ ପରିହାସ ଛଳରେ କହିଛନ୍ତି।

Related story