ମୁମ୍ବାଇ: ଭାରତରେ ଲୋକମାନେ ସବୁବେଳେ ଦୀପିକା ପାଦୁକନ୍ ଓ ପ୍ରିୟଙ୍କା ଚ୍ରୋପାଙ୍କ ମଧ୍ୟରେ ତୁଳନା କରନ୍ତି। କିନ୍ତୁ ବିଦେଶୀ ମିଡିଆ ସବୁବେଳେ ଏ ଦୁଇ ଜଣଙ୍କୁ ଚିହ୍ନିବାରେ ଭୁଲ୍ କରେ।
ସୋସିଆଲ ମିଡିଆ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଆମେରିକାର ଲସ୍ ଆଞ୍ଜେଲସ୍ ବିମାନବନ୍ଦର ବାହାରେ ଦୀପିକା ପାଦୁକନଙ୍କୁ ‘ହେଲୋ ପ୍ରିୟଙ୍କା’ ବୋଲି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ସମ୍ବୋଧନ କରିଥିଲେ। କିନ୍ତୁ ଦୀପିକା କିଛି ଉତ୍ତର ଦେଇ ନ ଥିଲେ ଓ ନିଜ କାରରେ ବସି ସେଠାରୁ ଚାଲି ଯାଇଥିଲେ। ଦୀପିକା ତାଙ୍କ ଫିଲ୍ମ ‘xXx: Return of Xander Cage’ ର ପ୍ରୋମୋସନ୍ କରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।
ଏହା ପୂର୍ବରୁ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଭିଡିଓ ଅପ୍ଲୋଡ୍ କରିଥିଲା ଦୀପିକା ପାଦୁକନ୍ଙ୍କର, କିନ୍ତୁ ଲେଖିଥିଲା ପ୍ରିୟଙ୍କା ଚୋପ୍ରା।