ପିଲାଦିନୁ ଆମୀରଙ୍କୁ ପସନ୍ଦ କୃଷ୍ଣ: ଜାଣନ୍ତୁ କାହିଁକି ?

ମୁମ୍ବାଇ: ବଲିଉଡ୍‌ର ମେଗାଷ୍ଟାର ଆମୀର ଖାନ୍‌ ଦକ୍ଷ ଅଭିନୟ ଏବଂ ଫିଲ୍ମରେ ଭିନ୍ନ ଶୈଳୀର ଚରିତ୍ର ଉପସ୍ଥାପନା ପାଇଁ ବହୁତ ଲୋକପ୍ରିୟତା ସାଉଁଟିଛନ୍ତି। ସବୁବେଳେ ସେ କିଛି ସ୍ୱତନ୍ତ୍ର କାହାଣୀ ଦର୍ଶକଙ୍କୁ ଭେଟି ଦେଇଥାନ୍ତି। ପୁଣି ସେମିତି ଏକ ଫିଲ୍ମ ଆଣୁଛନ୍ତି ଆମୀର। ଆଗକୁ ଆସୁଛି ତାଙ୍କର ବିଗ୍‌ ବଜେଟ୍‌ ଫିଲ୍ମ ‘ମହାଭାରତ’। କୁହାଯାଉଛି, ଏଥିରେ ୧୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏସବୁ ପଇସା ଅମ୍ବାନୀଙ୍କ କମ୍ପାନୀ ତରଫରୁ ବିନିଯୋଗ ହେବ। ସେପଟେ ଫିଲ୍ମକୁ […]

amir

Rakesh Mallick
  • Published: Thursday, 12 April 2018
  • , Updated: 12 April 2018, 01:40 PM IST

ମୁମ୍ବାଇ: ବଲିଉଡ୍‌ର ମେଗାଷ୍ଟାର ଆମୀର ଖାନ୍‌ ଦକ୍ଷ ଅଭିନୟ ଏବଂ ଫିଲ୍ମରେ ଭିନ୍ନ ଶୈଳୀର ଚରିତ୍ର ଉପସ୍ଥାପନା ପାଇଁ ବହୁତ ଲୋକପ୍ରିୟତା ସାଉଁଟିଛନ୍ତି। ସବୁବେଳେ ସେ କିଛି ସ୍ୱତନ୍ତ୍ର କାହାଣୀ ଦର୍ଶକଙ୍କୁ ଭେଟି ଦେଇଥାନ୍ତି। ପୁଣି ସେମିତି ଏକ ଫିଲ୍ମ ଆଣୁଛନ୍ତି ଆମୀର। ଆଗକୁ ଆସୁଛି ତାଙ୍କର ବିଗ୍‌ ବଜେଟ୍‌ ଫିଲ୍ମ 'ମହାଭାରତ'। କୁହାଯାଉଛି, ଏଥିରେ ୧୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏସବୁ ପଇସା ଅମ୍ବାନୀଙ୍କ କମ୍ପାନୀ ତରଫରୁ ବିନିଯୋଗ ହେବ। ସେପଟେ ଫିଲ୍ମକୁ ନେଇ ଆମୀର ଉତ୍ସାହିତ ଅଛନ୍ତି। ମହାଭାରତ ଏକ ପୌରାଣୀକ କାହାଣୀ। ଏଥିରେ ସମସ୍ତ ଚରିତ୍ର ଭିନ୍ନ। ତେବେ ଏ ସମସ୍ତ ଚରିତ୍ର ମଧ୍ୟରୁ ଆମୀରକୁ କେଉଁ ଚରିତ୍ର ପସନ୍ଦ ବୋଲି ପ୍ରଶ୍ନ କରିବାରୁ ସେ 'କୃଷ୍ଣ'କୁ ତାଙ୍କର ପସନ୍ଦର ଚରିତ୍ର କହିଛନ୍ତି।

ପିଲାଦିନେ ଆମୀର ବହୁତ ଦୁଷ୍ଟ ଥିଲେ। ତାଙ୍କୁ ଲହୁଣୀ ଖାଇବାକୁ ଭଲ ଲାଗୁଥିଲା। ସବୁବେଳେ ସେ ଲହୁଣୀ ଖାଇବାକୁ ଅଳି କରୁଥିଲେ। ମାଆ ଯେତେ ମନା କଲେ ମଧ୍ୟ ସେ ଲହୁଣୀ ଖାଇବାର ଜିଦ୍‌ ଧରି ବସୁଥିଲେ। ଲହୁଣୀ ପ୍ରତି ଥିବା ଦୁର୍ବଳତା ଦେଖି ଆମୀରଙ୍କର ମାଆ ତାଙ୍କୁ କୃଷ୍ଣ ଡାକୁଥିଲେ। ତେଣୁ ଆମୀରଙ୍କୁ କୃଷ୍ଣ ଚରିତ୍ରଟି ଆପଣାର ଲାଗେ। ପିଲାଦିନୁ ସେ କୃଷ୍ଣକୁ ଭଲ ପାଇ ଆସିଛନ୍ତି।

ଏହି ଫିଲ୍ମରେ ଆମୀର କେଉଁ ଚରିତ୍ରରେ ଅଭିନୟ କରିବେ ସେ ବିଷୟରେ କିଛି ସ୍ପଷ୍ଟୀକରଣ ରଖିନାହାଁନ୍ତି।

Related story