ବଡ଼ପରଦାକୁ ଫେରିବେ ଅମିଷା!

ମୁମ୍ବାଇ: ‘କହୋନା ପ୍ୟାର୍‌ ହେ’, ‘ଗଦର’ ଓ ‘ହମରାଜ’ ଭଳି ସଫଳ ଫିଲ୍ମରେ କାମ କରିବା ପରେ ବଡ଼ ପରାଦାରୁ ଉଭାନ ହୋଇଯାଇଛନ୍ତି ଅଭିନେତ୍ରୀ ଅମିଷା ପଟେଲ। ବଡ଼ ପରଦାରେ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ତାଙ୍କ ସାନ ଭାଇ ତଥା ଅଭିନେତା ଅସ୍ମୀତ୍ ପଟେଲ।  ବକ୍ସ ଅଫିସ୍ ହିଟ୍ ‘କହୋନା ପ୍ୟାର୍‌ ହେ’ ଫିଲ୍ମ ଜରିଆରେ ଅମିଷା ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ଲଗାତାର କିଛି ସଫଳ ଫିଲ୍ମ ଦେବା ପରେ ଆଉ ଅଧିକ ଦିନ ଧରି […]

amisha

Rakesh Mallick
  • Published: Tuesday, 01 November 2016
  • , Updated: 01 November 2016, 04:47 PM IST

ମୁମ୍ବାଇ: ‘କହୋନା ପ୍ୟାର୍‌ ହେ’, ‘ଗଦର’ ଓ ‘ହମରାଜ’ ଭଳି ସଫଳ ଫିଲ୍ମରେ କାମ କରିବା ପରେ ବଡ଼ ପରାଦାରୁ ଉଭାନ ହୋଇଯାଇଛନ୍ତି ଅଭିନେତ୍ରୀ ଅମିଷା ପଟେଲ। ବଡ଼ ପରଦାରେ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ତାଙ୍କ ସାନ ଭାଇ ତଥା ଅଭିନେତା ଅସ୍ମୀତ୍ ପଟେଲ।  ବକ୍ସ ଅଫିସ୍ ହିଟ୍ ‘କହୋନା ପ୍ୟାର୍‌ ହେ’ ଫିଲ୍ମ ଜରିଆରେ ଅମିଷା ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ଲଗାତାର କିଛି ସଫଳ ଫିଲ୍ମ ଦେବା ପରେ ଆଉ ଅଧିକ ଦିନ ଧରି ସଫଳତାକୁ ବଜାୟ ରଖି ପାରି ନ ଥିଲେ ସେ।

୨୦୧୩ରେ ‘ସର୍ଟକଟ ରୋମିଓ’ରେ ସେ ଶେଷଥର ପାଇଁ ବଡ଼ ପରଦାରେ ଆସିଥିଲେ। ଏହା ବକ୍ସ ଅଫିସରେ ଅସଫଳ ହୋଇଥିଲା।  ଅସ୍ମୀତ କହିଛନ୍ତି,“ମୁଁ ଆଶା କରୁଛି ସେ ଖୁବ୍‌ଶୀଘ୍ର ବଡ଼ ପରଦାକୁ ଫେରିବେ। ସେ ଯେତେବେଳେ ଯେଉଁ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ପାଇଛନ୍ତି ତାହାକୁ ନିଖୁଣ ଭାବେ ନିଭାଇବାକୁ ଚେଷ୍ଟା କରିଛନ୍ତି। ସେ କିଛି ଫିଲ୍ମରେ କାମ କରୁଛନ୍ତି ଓ ଖୁବ୍‌ଶୀଘ୍ର ବଡ଼ ପରଦାକୁ ଫେରିବେ।”

Related story