ଅମିତାଭଙ୍କ ଘର ଆଗରେ ବିକ୍ଷୋଭ

ମୁମ୍ୱାଇ: ମେଟ୍ରୋ କାର୍‌ ଶେଡ୍‌ ପାଇଁ ମୁମ୍ବାଇର ଆରେ ଜଙ୍ଗଲର ୨୭୦୦ ଗଛ କଟାଯିବା ନିଷ୍ପତ୍ତିକୁ ବଲିଉଡ୍‌ର ବହୁ ସେଲେବ୍ରିଟି ବିରୋଧ କରିଥିବା ବେଳେ ମେଗାଷ୍ଟାର୍ ଅମିତାଭ ବଚ୍ଚନ ଏହା ସପକ୍ଷରେ ଯୁକ୍ତି ବାଢ଼ି ଲୋକଙ୍କ ସମାଲୋଚନାର ଶିକାର ହୋଇଛନ୍ତି। ଏପରିକି ଲୋକେ ତାଙ୍କ ଘର ଆଗରେ ବିକ୍ଷୋଭ ମଧ୍ୟ କରିଛନ୍ତି। ଅମିତାଭ ମଙ୍ଗଳବାର ଦିନ ଏକ ଟ୍ୱିଟ୍‌ କରିଥିଲେ। ସେ ଲେଖିଥିଲେ, ‘ମୋର ଜଣେ ସାଙ୍ଗଙ୍କୁ ଜରୁରୀକାଳୀନ ମେଡିକାଲ୍‌ ସୁବିଧାର ଆବଶ୍ୟକତା ଥିଲା। ତେବେ ସେ […]

aaaa

Puspanjali Panda
  • Published: Thursday, 19 September 2019
  • , Updated: 19 September 2019, 01:35 PM IST

ମୁମ୍ୱାଇ: ମେଟ୍ରୋ କାର୍‌ ଶେଡ୍‌ ପାଇଁ ମୁମ୍ବାଇର ଆରେ ଜଙ୍ଗଲର ୨୭୦୦ ଗଛ କଟାଯିବା ନିଷ୍ପତ୍ତିକୁ ବଲିଉଡ୍‌ର ବହୁ ସେଲେବ୍ରିଟି ବିରୋଧ କରିଥିବା ବେଳେ ମେଗାଷ୍ଟାର୍ ଅମିତାଭ ବଚ୍ଚନ ଏହା ସପକ୍ଷରେ ଯୁକ୍ତି ବାଢ଼ି ଲୋକଙ୍କ ସମାଲୋଚନାର ଶିକାର ହୋଇଛନ୍ତି। ଏପରିକି ଲୋକେ ତାଙ୍କ ଘର ଆଗରେ ବିକ୍ଷୋଭ ମଧ୍ୟ କରିଛନ୍ତି।

ଅମିତାଭ ମଙ୍ଗଳବାର ଦିନ ଏକ ଟ୍ୱିଟ୍‌ କରିଥିଲେ। ସେ ଲେଖିଥିଲେ, ‘ମୋର ଜଣେ ସାଙ୍ଗଙ୍କୁ ଜରୁରୀକାଳୀନ ମେଡିକାଲ୍‌ ସୁବିଧାର ଆବଶ୍ୟକତା ଥିଲା। ତେବେ ସେ କାର୍‌ ପରିବର୍ତ୍ତେ ମେଟ୍ରୋରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏଥିରେ ବହୁତ ପ୍ରଭାବିତ ହୋଇ ଫେରିଥିଲେ। ସେ କହିଲେ ଏହା ସବୁଠୁ ଦ୍ରୁତ,  ସୁବିଧାଜନକ ଓ ଦକ୍ଷ।’

ଏହା ସହିତ ସେ ପ୍ରଦୂଷଣରୁ ରକ୍ଷା ପାଇବା ଉପାୟ ସମ୍ପର୍କରେ ମଧ୍ୟ ଏଥିରେ ଲେଖିଥିଲେ। ସେ ଲେଖିଥିଲେ,‘ପ୍ରଦୂଷଣର ସମାଧାନ- ଗଛ ଲଗାନ୍ତୁ। ମୁଁ ମୋ ବଗିଚାରେ ଗଛ ଲଗାଇଛି। ଆପଣ ଲଗାଇଛନ୍ତି କି?’

https://twitter.com/SrBachchan/status/1173830885549850624

ତେବେ ଅମିତାଭଙ୍କ ଏହି ଟ୍ୱିଟ୍‌କୁ ନିନ୍ଦା କରି ତାଙ୍କ ଜୁହୁ ସ୍ଥିତ ବାସଭବନ ‘ଜଲ୍‌ସା’ ସାମ୍ନାରେ ‘ଆରେ ବଚାଓ’ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜଣେ ବିକ୍ଷୋଭକାରୀ କହିଥିଲେ,‘ଏହା ମାଧ୍ୟମରେ ଆମେ ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ବଗିଚା କେବେ ହେଲେ ଏକ ଜଙ୍ଗଲର ସ୍ଥାନ ନେଇ ପାରିବ ନାହିଁ। ବଚ୍ଚନ ସାର୍‌ ମେଟ୍ରୋକୁ ପ୍ରୋତ୍ସାହନ କରନ୍ତୁ। ଆମେ ବି ଏହାର ସମର୍ଥନ କରୁଛୁ। କିନ୍ତୁ ସେ ଗଛ ଓ ବଗିଚା କଥା କହି ‘ଆରେ’ ପ୍ରସଙ୍ଗକୁ ନ୍ୟୂନ କରି ଦେଇଛନ୍ତି। ଗ୍ରୀନ୍ କଭର୍‌ ଓ ବଗିଚା ମଧ୍ୟରେ ପାର୍ଥକ୍ୟ ଜାଣିବା ପାଇଁ ସେ ଥରେ ‘ଆରେ’ ଯା’ନ୍ତୁ।’

ସୂଚନାଯୋଗ୍ୟ, ‘ଆରେ’ରେ ୨୭୦୦ ଗଛ କଟାଯିବା ନିଷ୍ପତ୍ତିକୁ ବିରୋଧ କରି ଶ୍ରଦ୍ଧା କପୁରଙ୍କ ଭଳି ରାସ୍ତାକୁ ଓହ୍ଲାଇଥିଲେ। ସେହିଭଳି ଦିଆ ମିର୍ଜା ଓ ରବିନା ଟଣ୍ଡନ ଟ୍ୱିଟ୍ କରି ଏ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଥିଲେ।

Related story