ପ୍ରଂଶସକଙ୍କୁ କୃତଜ୍ଞତା ଜଣାଇଲେ ଅମିତାଭ

ମୁମ୍ୱାଇ: ‘ପିକୁ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ମୋଗାଷ୍ଟାର ଅମିତାଭ ବଚ୍ଚନ। ଗତକାଲି ଏନେଇ ଘୋଷଣା କରାଯିବା ପରେ ଅମିତାଭଙ୍କ ନିକଟକୁ ପ୍ରଶଂସକ ଓ ଶୁଭେଚ୍ଛୁଙ୍କ ଅଭିନନ୍ଦନର ସୁଅ ଛୁଟିଛି। ପ୍ରଶଂସକଙ୍କ ଅଭିନନ୍ଦନକୁ ଗ୍ରହଣ କରି ବିଗ‌୍ ବି ସମସ୍ତଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି। ଟ୍ୱିଟ‌୍ କରି ଅମିତାଭ କହିଛନ୍ତି,“ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତି ଥିବା ଯୋଗୁଁ ଯେଉଁମାନେ ମୋତେ ଅଭିନନ୍ଦନ ଜଣାଇଛନ୍ତି ସେମାନଙ୍କ ନିକଟରରେ ମୁଁ […]

Amitabh_Bachchan

Rakesh Mallick
  • Published: Tuesday, 29 March 2016
  • , Updated: 29 March 2016, 08:59 AM IST

ମୁମ୍ୱାଇ: ‘ପିକୁ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ମୋଗାଷ୍ଟାର ଅମିତାଭ ବଚ୍ଚନ। ଗତକାଲି ଏନେଇ ଘୋଷଣା କରାଯିବା ପରେ ଅମିତାଭଙ୍କ ନିକଟକୁ ପ୍ରଶଂସକ ଓ ଶୁଭେଚ୍ଛୁଙ୍କ ଅଭିନନ୍ଦନର ସୁଅ ଛୁଟିଛି। ପ୍ରଶଂସକଙ୍କ ଅଭିନନ୍ଦନକୁ ଗ୍ରହଣ କରି ବିଗ‌୍ ବି ସମସ୍ତଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି।

ଟ୍ୱିଟ‌୍ କରି ଅମିତାଭ କହିଛନ୍ତି,“ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତି ଥିବା ଯୋଗୁଁ ଯେଉଁମାନେ ମୋତେ ଅଭିନନ୍ଦନ ଜଣାଇଛନ୍ତି ସେମାନଙ୍କ ନିକଟରରେ ମୁଁ କୃତଜ୍ଞ। ସେମାନଙ୍କୁ କେବଳ ଧନ୍ୟବାଦ ଦେବା ଯଥେଷ୍ଟ ହେବ ନାହିଁ।’’

ଏହା ସହିତ ବିଗ‌୍ ବି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତି ଥିବା ଅନ୍ୟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପୂର୍ବରୁ ‘ଅଗ୍ନିପଥ’, ‘ବ୍ଲାକ’ ଓ ‘ପା’ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

Related story