ଟ୍ୱିଟରରେ ଅମିତାଭଙ୍କ ଅନୁଗାମୀ ସଂଖ୍ୟା ୨୦ ନିୟୁତ ଛୁଇଁଲା

ମୁମ୍ବାଇ: ମାଇକ୍ରୋ-ବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର୍‌ରେ ଅମିତାଭ ବଚ୍ଚନଙ୍କର ଅନୁଗାମୀଙ୍କ ସଂଖ୍ୟା ୨୦ ନିୟୁତରେ ପହଞ୍ଚି ଯାଇଛି। ଟ୍ୱିଟରରେ ୨୦ ନିୟୁତ ଅନୁଗାମୀ ପାଇବାରେ ବଲିଉଡ୍‌ରେ ଅମିତାଭ ହେଉଛନ୍ତି ପ୍ରଥମ ଷ୍ଟାର୍। ଏହା ପରେ ସେ ଟ୍ୱିଟ୍ କରି ତାଙ୍କ ଅନୁଗାମୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏବେ ଟାର୍ଗେଟ୍ ୩୦ ନିୟୁତ ବୋଲି ମଜାରେ କହିଛନ୍ତି। ଅମିତାଭଙ୍କୁ ମହେଶ ଭଟ୍ଟ, ଶ୍ରୀଦବୀ, ଦିଲ୍ଲୀପ କୁମାର ଓ ମାଧୁରୀ ଦୀକ୍ଷିତଙ୍କ ଭଳି ଷ୍ଟାର୍ ଅନୁକରଣ କରୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା […]

amitav

Rakesh Mallick
  • Published: Wednesday, 23 March 2016
  • , Updated: 23 March 2016, 11:20 AM IST

ମୁମ୍ବାଇ: ମାଇକ୍ରୋ-ବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର୍‌ରେ ଅମିତାଭ ବଚ୍ଚନଙ୍କର ଅନୁଗାମୀଙ୍କ ସଂଖ୍ୟା ୨୦ ନିୟୁତରେ ପହଞ୍ଚି ଯାଇଛି। ଟ୍ୱିଟରରେ ୨୦ ନିୟୁତ ଅନୁଗାମୀ ପାଇବାରେ ବଲିଉଡ୍‌ରେ ଅମିତାଭ ହେଉଛନ୍ତି ପ୍ରଥମ ଷ୍ଟାର୍।

ଏହା ପରେ ସେ ଟ୍ୱିଟ୍ କରି ତାଙ୍କ ଅନୁଗାମୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏବେ ଟାର୍ଗେଟ୍ ୩୦ ନିୟୁତ ବୋଲି ମଜାରେ କହିଛନ୍ତି।

ଅମିତାଭଙ୍କୁ ମହେଶ ଭଟ୍ଟ, ଶ୍ରୀଦବୀ, ଦିଲ୍ଲୀପ କୁମାର ଓ ମାଧୁରୀ ଦୀକ୍ଷିତଙ୍କ ଭଳି ଷ୍ଟାର୍ ଅନୁକରଣ କରୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୪୮ ହଜାର ଟ୍ୱିଟ୍ କରି ସାରିଲେଣି।

ଟ୍ୱିଟରରେ ଶାହରୁଖ ଖାନଙ୍କର ଅନୁଗାମୀ ସଂଖ୍ୟା ୧୮.୬ ନିୟୁତରେ ପହଞ୍ଚିଥିବା ବେଳେ ଅମୀର ଖାନଙ୍କର ୧୬.୯ ନିୟୁତ,ସଲମାନ ଖାନଙ୍କର ୧୬.୮ ନିୟୁତ ଓ ପ୍ରିୟଙ୍କା ଚୋପ୍ରାଙ୍କର ୧୩.୨ ନିୟୁତ ଅନୁଗାମୀ ରହିଛନ୍ତି।

Related story