ବାହା ହେଲେ ଅମ୍ରିତା

Amrita Raoମୁମ୍ବାଇ: ‘ବିବାହ’ ଅଭିନେତ୍ରୀ ଅମ୍ରିତା ରାଓ ଆଜି ରେଡିଓ ଜୋକି ଅନ୍‌ମୋଲଙ୍କୁ ବିବାହ କରିଛନ୍ତି। ଅନମୋଲ୍ ତାଙ୍କ ଟ୍ୱିଟର ଓ ଫେସ୍‌ବୁକ୍‌ ପେଜ୍ ମାଧ୍ୟମରେ ଏହି ଖବର ସେୟାର କରିଛନ୍ତି।

ସେ ଲେଖିଛନ୍ତି,“୭ ବର୍ଷ ତଳେ ଆରମ୍ଭ ହୋଇଥିବା ସଂପର୍କ ଆଗକୁ ଜାରି ରହିବ। ଏଇ ସଙ୍ଗେ ସଙ୍ଗେ ବିବାହ ଶେଷ ହେଲା। ମୁଁ ଓ ଅମ୍ରିତା ଆପଣମାନଙ୍କର ଶୁଭେଚ୍ଛା ଆଶା କରୁଛୁ।”

ଅମ୍ରିତା ଓ ଅନ୍‌ମୋଲ ୭ ବର୍ଷ ହେଲାଣି ଡେଟିଂ କରୁଥିଲେ।

ଅମ୍ରିତାଙ୍କୁ ଏବେ ଟେଲିଭିଜନ ଶୋ’ “ମାରି ଆୱାଜ ହି ପେହଚାନ୍ ହେ”ରେ ଦେଖିବାକୁ ମିଳୁଛି। ସେ “ଇସ୍କ ଭିସ୍କ’,‘ଜୋଲି ଏଲ୍‌ଏଲ୍‌ବି’,“ଦିୱାର’,‘ମେଁ ହୁ ନା’,‘ଦ ଲିଜେଣ୍ଡ୍ ଅଫ୍ ଭଗତ ସିଂହ’ରେ ଅଭିନୟ କରିଥିଲେ।