ମା’ ହେଲେ ଅମୃତା

ମୁମ୍ୱାଇ: ମା’ ହେଲେ ବଲିଉଡ ଅଭିନେତ୍ରୀ ଅମୃତା ରାଓ । ଗତକାଲି ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।  ଅମୃତାଙ୍କ ସମ୍ପର୍କୀୟ କହିଛନ୍ତି  ଏବେ ଉଭୟ ଅମୃତା ଓ ତାଙ୍କ ନବଜାତ ପୁଅ ସୁସ୍ଥ ଅଛନ୍ତି। ସମସ୍ତଙ୍କ ଶୁଭେଚ୍ଛା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ ଦେଇଛନ୍ତି ଅମୃତା ଏବଂ ତାଙ୍କ ସ୍ୱାମୀ ରେଡିଓ ଜୋକି ଅନମୋଲ୍। ବଲିଉଡର ସୁପରହିଟ୍ ଫିଲ୍ମ ‘ବିବାହ’ର ହିରୋଇନ୍ ଅମ୍ରିତା ୨୦୧୬ ମସିହାରେ ଅନମୋଲଙ୍କୁ ବିବାହ କରିଥିଲେ। ପାଖାପାଖି ୭ ବର୍ଷ […]

amrita-rao-baby-boy

Subhransu Sekhar
  • Published: Monday, 02 November 2020
  • , Updated: 02 November 2020, 11:21 AM IST

ମୁମ୍ୱାଇ: ମା’ ହେଲେ ବଲିଉଡ ଅଭିନେତ୍ରୀ ଅମୃତା ରାଓ । ଗତକାଲି ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।  ଅମୃତାଙ୍କ ସମ୍ପର୍କୀୟ କହିଛନ୍ତି  ଏବେ ଉଭୟ ଅମୃତା ଓ ତାଙ୍କ ନବଜାତ ପୁଅ ସୁସ୍ଥ ଅଛନ୍ତି। ସମସ୍ତଙ୍କ ଶୁଭେଚ୍ଛା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ ଦେଇଛନ୍ତି ଅମୃତା ଏବଂ ତାଙ୍କ ସ୍ୱାମୀ ରେଡିଓ ଜୋକି ଅନମୋଲ୍।

ବଲିଉଡର ସୁପରହିଟ୍ ଫିଲ୍ମ ‘ବିବାହ’ର ହିରୋଇନ୍ ଅମ୍ରିତା ୨୦୧୬ ମସିହାରେ ଅନମୋଲଙ୍କୁ ବିବାହ କରିଥିଲେ। ପାଖାପାଖି ୭ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଶେଷରେ ୨୦୧୬ରେ ଉଭୟ ପରସ୍ପରକୁ ଜୀବନସାଥୀ କରି ନେଇଥିଲେ । ଗର୍ଭବତୀ ଥିବା ନେଇ ଅମୃତା ଗତ ମାସ ସୋଶାଲ ମିଡିଆରେ ଫ୍ୟାନ୍ସଙ୍କୁ ଜଣାଇଥିଲେ।

ବଲିଉଡ ଫିଲ୍ମ ‘ମେଁ ହୁଁ ନା’, ‘ବିବାହ’ ଆଦି ଫିଲ୍ମ ପାଇଁ ସେ ଖୁବ୍‌ ଲୋକପ୍ରିୟ ହୋଇଥିଲେ। ବିବାହ ଫିଲ୍ମ ପାଇଁ ସେ ଦାଦାସାହେବ ଫାଲକେ ଆଓ୍ୱାର୍ଡ ପାଇଥିଲେ। ଅନ୍ତିମ ଥର ପାଇଁ ୨୦୧୯ରେ ‘ଠାକରେ’ ସିନେମାରେ ତାଙ୍କୁ ଦେଖିବାକୁ ମିଳିଥିଲା।

Related story