‘ଭାବୀଜୀ ଘର ପର ହେଁ’କୁ ଝଟକା; ଶୋ ଛାଡ଼ିବେ ଅନୀତା ଭାବୀ

ମୁମ୍ବାଇ: ‘ଭାବୀଜୀ ଘର ପର ହେଁ’ ଶୋ ବହୁ ଦିନ ହେଲାଣି ଦର୍ଶକଙ୍କୁ ଆମୋଦିତ କରି ଆସୁଛି। ଏହି ଧାରାବାହିକରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି ଗୌରୀ ମେମ୍ ବା ଅନୀତା ଭାବୀ। କିନ୍ତୁ ଶୁଣିବାକୁ ମିଳୁଛି ସେ ଶୋ ଛାଡ଼ିଦେବେ। ଏହା ଉଭୟ ଶୋ ଓ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ବଡ଼ ଝଟକା। ଅନୀତା ଭାବୀ ଚରିତ୍ରରେ ଅଭିନୟ କରୁଛନ୍ତି ସୌମ୍ୟା ଟଣ୍ଡନ। ଲମ୍ବା ସମୟ ଧରି ଗୋଟିଏ ପ୍ରକାର ଚରିତ୍ରରେ ଅଭିନୟ […]

saumya

Rakesh Mallick
  • Published: Thursday, 06 April 2017
  • , Updated: 06 April 2017, 08:40 AM IST

ମୁମ୍ବାଇ: ‘ଭାବୀଜୀ ଘର ପର ହେଁ’ ଶୋ ବହୁ ଦିନ ହେଲାଣି ଦର୍ଶକଙ୍କୁ ଆମୋଦିତ କରି ଆସୁଛି। ଏହି ଧାରାବାହିକରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି ଗୌରୀ ମେମ୍ ବା ଅନୀତା ଭାବୀ। କିନ୍ତୁ ଶୁଣିବାକୁ ମିଳୁଛି ସେ ଶୋ ଛାଡ଼ିଦେବେ। ଏହା ଉଭୟ ଶୋ ଓ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ବଡ଼ ଝଟକା।

ଅନୀତା ଭାବୀ ଚରିତ୍ରରେ ଅଭିନୟ କରୁଛନ୍ତି ସୌମ୍ୟା ଟଣ୍ଡନ। ଲମ୍ବା ସମୟ ଧରି ଗୋଟିଏ ପ୍ରକାର ଚରିତ୍ରରେ ଅଭିନୟ କରି କରି ସେ ବୋର୍ ହୋଇଗଲେଣି। ଏବେ ସେ କିଛି ନୂଆ ଏକ୍ସପେରିମେଣ୍ଟ କରିବାକୁ ଚାହୁଁଛନ୍ତି। ଏହି ଶୋ ସହିତ ତାଙ୍କର ଚୁକ୍ତି ଶେଷ ହୋଇଯାଇଛି। ସେ ଆଉ ଏହାକୁ ରିନ୍ୟୁ କରିବା ମୁଡ୍‌ରେ ନାହାନ୍ତି।

Related story