ସ୍ୱାମୀଙ୍କ ସାମ୍ନାରେ ମୋତେ ମାଲ୍‌ କହିଥିଲେ ଅନୁ ମଲିକ୍: ସୋନା

ମୁମ୍ବାଇ (ଓଡ଼ିଶା ରିପୋର୍ଟର): କୈଲାଶ୍‌ ଖେର୍‌ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ବୁଧବାର ରାତିରେ କଣ୍ଠଶିଳ୍ପୀ ସାମ୍ନାକୁ ଆଣିଛନ୍ତି ସମାନ କାମ କରିଥିବା ଆଉ ଜଣଙ୍କ ନାମ। ପୂର୍ବରୁ ‘ହର୍‌ ଦିଲ୍‌ ଯୋ ପ୍ୟାର କରେଗା’ ରେ ‘ଗରମ୍‌ ଚାୟ କି ପ୍ୟାଲି ହୋ’ ଗୀତ ଗାଇ ହଇ ଚଇ ସୃଷ୍ଟି କରିଥିବା ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ସୋନାଙ୍କୁ ତାଙ୍କ ସ୍ୱାମୀଙ୍କ ସାମ୍ନାରେ ‘ମାଲ୍‌’ ବୋଲି ସମ୍ବୋଧନ କରିଥିବା ଅଭିଯୋଗ କରିଛନ୍ତି ସୋନା। […]

anu-sona

Hemant Lenka
  • Published: Thursday, 11 October 2018
  • , Updated: 11 October 2018, 08:36 PM IST

ମୁମ୍ବାଇ (ଓଡ଼ିଶା ରିପୋର୍ଟର): କୈଲାଶ୍‌ ଖେର୍‌ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ବୁଧବାର ରାତିରେ କଣ୍ଠଶିଳ୍ପୀ ସାମ୍ନାକୁ ଆଣିଛନ୍ତି ସମାନ କାମ କରିଥିବା ଆଉ ଜଣଙ୍କ ନାମ। ପୂର୍ବରୁ ‘ହର୍‌ ଦିଲ୍‌ ଯୋ ପ୍ୟାର କରେଗା’ ରେ 'ଗରମ୍‌ ଚାୟ କି ପ୍ୟାଲି ହୋ' ଗୀତ ଗାଇ ହଇ ଚଇ ସୃଷ୍ଟି କରିଥିବା ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ସୋନାଙ୍କୁ ତାଙ୍କ ସ୍ୱାମୀଙ୍କ ସାମ୍ନାରେ ‘ମାଲ୍‌’ ବୋଲି ସମ୍ବୋଧନ କରିଥିବା ଅଭିଯୋଗ କରିଛନ୍ତି ସୋନା।

ଏହି ଅଭିଯୋଗ ଆଣି ସେ କହିଛନ୍ତି, ୨୦୦୬ ମସିହା ଅକ୍ଟୋବର ମାସରେ ସେ ଅନୁଙ୍କ ସହିତ ପ୍ରଥମେ ଭେଟ ହୋଇଥିଲେ। ସୋନା ରାମ୍‌ ସମ୍ପତ୍‌ଙ୍କ ସହିତ ପୂର୍ବରୁ କାମ କରିଥିବାରୁ ଅନୁ ଉଭୟଙ୍କୁ ଏକାଠି ଦେଖି ସେମାନେ ବିବାହ କରିଥିବା ବିଷୟରେ ଜାଣି ନଥିଲେ। ଏହି ସୁଯୋଗରେ ଅନୁ ରାମ୍‌ ସମ୍ପତ୍‌ଙ୍କୁ କହିଥିଲେ‘କ୍ୟା ମାଲ୍‌ ହୈ, ସମ୍ପତ୍‌।’

ଏପରିକି ଏହା ପରେ ମଧ୍ୟ ସୋନାଙ୍କୁ ଅନୁ ବାରମ୍ବାର କଲ୍‌ କରନ୍ତି ଏବଂ ମିସ୍‌ କଲ୍‌ ଦିଅନ୍ତି। ରିସିଭ୍‌ କଲେ ଆପତ୍ତିଜନକ ବାର୍ତ୍ତାଳପ ଆରମ୍ଭ କରିଦିଅନ୍ତି ବୋଲି ସୋନା ଅଭିଯୋଗ କରିଛନ୍ତି। ଅନୁ ମଲିକ୍‌ ସୋନାଙ୍କୁ ରାତି ଅଧ‍ଆ କଲ୍‌ କରୁଥିବା ନେଇ ସ୍ୱୀକାର କରିଛନ୍ତି ସୋନାଙ୍କ ସ୍ୱାମୀ ସଂଗୀତ ନିର୍ଦ୍ଦେଶକ ରାମ୍‌ ସମ୍ପତ୍‌।

ଅନ୍ୟ ପକ୍ଷରେ ଅନୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ଘଟଣା ବହୁ ଦିନ ତଳର। ସେ କେବେ ମଧ୍ୟ ବ୍ୟକ୍ତିଗତଭାବେ ସୋନାଙ୍କୁ ଭେଟି ନାହାନ୍ତି କି ତାଙ୍କ ସହିତ କାମ କରିନାହାନ୍ତି ବୋଲି ଦର୍ଶାଇ ଏହି ପ୍ରସଙ୍ଗକୁ ଏଡ଼ାଇଯିବାର ପ୍ରୟାସ କରିଛନ୍ତି।

Related story