ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ପ୍ରେମ କୁମାର’ ସୁଟିଂ କରିବା ସମୟରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଫାଇଟିଂ ସିନ୍ ପାଇଁ ସେ ଏକ ଛାତ ଉପରେ ଚଢିଥିଲେ। ସିଡ଼ି ଘର ଉପରୁ ଛାତ ଉପରକୁ ଡେଉଁଥିବା ଦୃଷ୍ୟ ସୁଟିଂ ହେଇଥାନ୍ତା। ଠିକ୍ ଏତିକି ବେଳେ ତାଙ୍କ ଗୋଡ଼ ମୋଡ଼ି ହୋଇ ଯାଇଥିଲା। ତା ପରେ ଅନୁଭବ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ । ଅସୁସ୍ଥତା ପାଇଁ ତାଙ୍କ ଫିଲ୍ମର ସୁଟିଂ ମଧ୍ୟ ବନ୍ଦ କରାଯାଇଥିଲା।
ଅନୁଭବ ଦିଲ୍ଲୀରେ ଚିକିତ୍ସା ହେଉଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଏକ୍ସପର୍ଟ ଟିମ୍ ନିୟୋଜିତ ହୋଇଥିଲେ। ଯେଉଁମାନେ ଅନୁଭବଙ୍କ ଏକ୍ସରସାଇଜ୍ଠୁ ଆରମ୍ଭ କରି ଖାଦ୍ୟ ଉପରେ ସ୍ୱତନ୍ତ୍ର ଧ୍ୟାନ ରଖୁଥିଲେ। ଏତିସହ ଅନୁଭବ ଘରେ ବ୍ୟାୟମର ଉପକରଣ ଆଣି ନୀତି ବ୍ୟାୟମ କରୁଥିଲେ। ଯାହାର ଭିଡିଓ ଅନୁଭବ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଛାଡିଛନ୍ତି। ଏଥିରେ ଅନୁଭବଙ୍କୁ କଡା ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି। ଏଥି ସହ କିଛି ଭିଡିଓରେ ଅନୁଭବଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶନୀ ତାଙ୍କ ହାତ ଧରି ଚାଲିବାରେ ସାହାଯ୍ୟ କରୁଥିବାର ଦେଖିବାର ମିଳୁଛି।
ଜଣାଇଦେଉଛୁ ଯେ, ଅନୁଭବଙ୍କ ଆଗାମୀ ଫିଲ୍ମ ‘ପ୍ରେମ କୁମାର’ ଦଶହରାରେ ରିଲିଜ୍ ହୋବାକୁ ଯାଉଛି। ଏହି ଫିଲ୍ମ ରଜରେ ରିଲିଜ୍ ହେବାର ଥିଲା। ଅନୁଭବଙ୍କ ଗୋଡରେ ଆଘାତ ଲାଗିଥିବାରୁ ସୁଟିଂ ବନ୍ଦ ରହିଥିଲା।
https://www.youtube.com/watch?v=YmI0I-wHJ6I