ଗୋଟିଏ ଷ୍ଟେଜ୍‌ରେ ବାବୁସାନ୍‌ଙ୍କୁ ଏମିତି ତାରିଫ୍‌ କଲେ ଅନୁଭବ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସବୁ ଫିଲ୍ମ ଦୁନିଆର କାହାଣୀ ଗୋଟିଏ। ସେ ବଲିଉଡ୍‌ ହେଉ କି ଓଲିଉଡ୍‌। ସବୁଠି ଲିଡ୍‌ ଅଭିନେତା ଅଭିନେତ୍ରୀମାନଙ୍କ  ମଧ୍ୟରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଥାଏ। ଲିଡ୍‌ କଲାକାରମାନେ ସେମାନଙ୍କ ପ୍ରତିନ୍ଦ୍ୱନ୍ଦ୍ୱୀ କଳାକାରମାନଙ୍କ ପ୍ରଶଂସା କରିବା ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। ତା’ପୁଣି ଗୋଟିଏ ଷ୍ଟେଜ୍‌ରେ। ଆଉ ଅଗଣିତ ଦର୍ଶକଙ୍କ ସାମ୍ନାରେ। କିନ୍ତୁ  ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ ଷ୍ଟେଜ୍‌ରେ ଦୁଇ ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି ଆଉ ଜଣେ […]

anubhab-1

Rakesh Mallick
  • Published: Monday, 09 April 2018
  • , Updated: 09 April 2018, 06:27 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସବୁ ଫିଲ୍ମ ଦୁନିଆର କାହାଣୀ ଗୋଟିଏ। ସେ ବଲିଉଡ୍‌ ହେଉ କି ଓଲିଉଡ୍‌। ସବୁଠି ଲିଡ୍‌ ଅଭିନେତା ଅଭିନେତ୍ରୀମାନଙ୍କ  ମଧ୍ୟରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଥାଏ। ଲିଡ୍‌ କଲାକାରମାନେ ସେମାନଙ୍କ ପ୍ରତିନ୍ଦ୍ୱନ୍ଦ୍ୱୀ କଳାକାରମାନଙ୍କ ପ୍ରଶଂସା କରିବା ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। ତା’ପୁଣି ଗୋଟିଏ ଷ୍ଟେଜ୍‌ରେ। ଆଉ ଅଗଣିତ ଦର୍ଶକଙ୍କ ସାମ୍ନାରେ। କିନ୍ତୁ  ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ ଷ୍ଟେଜ୍‌ରେ ଦୁଇ ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି ଆଉ ଜଣେ ବାବୁସାନ୍ ମହାନ୍ତି ପରସ୍ପରକୁ ପ୍ରଶଂସା କରିଥିଲେ।

ଉଭୟେ ଓଡ଼ିଆ ସିନେ ଜଗତକୁ ଅନେକ୍‌ ହିଟ୍‌ ଫିଲ୍ମ ଦେଇଛନ୍ତି । ହେଲେ କେଉଁ ଫିଲ୍ମରେ ଏକାଠି କାମ କରିବା ନଜରକୁ ଆସିନାହାନ୍ତି। କିନ୍ତୁ ପ୍ରଥମଥର ପାଇଁ ଏହି ଦୁଇଜଣ ଷ୍ଟାରଙ୍କୁ ତରଙ୍ଗ ସିନେ ଆୱାର୍ଡ଼ର ମଞ୍ଚରେ ଏକାଠି ଦେଖିବାକୁ ମିଳିଥିଲା। ଆଉ ଏଥିରେ ଅନୁଭବ ଏବଂ ବାବୁସାନ୍ ଏକାଠି ଷ୍ଟେଜ୍‌ ସେୟାର କରିଥିଲେ। ଏହି ଅବସରରେ ବାବୁସାନ୍‌ଙ୍କୁ ଅନୁଭବ ପ୍ରଶଂସାରେ ପୋତି ପକାଇଥିଲେ। କହିଥିଲେ ବାବୁସାନ୍‌ ମୋର ଜଣେ ସାନଭାଇ ଭଳି। ପ୍ରଥମଥର ପାଇଁ ସେ ତାଙ୍କ ସହ ଷ୍ଟେଜ୍‌ ସେୟାର କରି ଖୁବ୍‌ ଖୁସି ଅନୁଭବ କରିଛନ୍ତି। ଆହୁରି ଅନୁଭବ କହିଥିଲେ ସେ ବାବୁସାନ୍‌ଙ୍କୁ ଖୁବ୍‌ ଭଲ ପାଆନ୍ତି।

ରଜ ପାଇଁ  ତରଙ୍ଗ ସିନେ ପ୍ରଡକ୍‌ସନ୍ସ ତାର ଆଉ ଦୁଇଟି ଓଡ଼ିଆ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ବାବୁସାନ୍ ଅଭିନୟ କରୁଥିବା ଫିଲ୍ମର ନାଁ ରହିଛି ‘ସୁନ୍ଦରଗଡର ସଲମନ୍‌ ଖାନ୍’। ଏଥିରେ ନବାଗତ ଅଭିନେତ୍ରୀ ଦିବ୍ୟା ଅଛନ୍ତି। ଫିଲ୍ମକୁ  ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି ଓ ସଂଳାପ ଲେଖିଛନ୍ତି ରଣଜିତ୍‌ ପଟ୍ଟନାୟକ। ଅଭିଜିତ୍‌ ମଜୁମଦାର ଏହି ଫିଲ୍ମର ସ୍ୱର ସଂଯୋଜନା କରୁଛନ୍ତି। ସେହିପିର ଅନୁଭବ ଅଭିନୟ କରୁଥିବା ଚଳଚ୍ଚିତ୍ରର ନାଁ ରହିଛି ‘ପ୍ରେମ୍‌ କୁମାର’। ଏଥିରେ ନାୟିକା ଶିବାନୀ ଅଛନ୍ତି । ତାପସ ସରଘରିଆ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ସଂଳାପ ରଚନା କରିଛନ୍ତି ସଞ୍ଜୟ ମହାକୁଡ଼ ଓ ଶକ୍ତି ବରାଳ। ଏଥିରେ ସ୍ୱର ସଂଯୋଜନା କରିବେ ପ୍ରେମ ଆନନ୍ଦ।  ପୂର୍ବରୁ ତରଙ୍ଗ ସିନେ ପ୍ରଡକ୍‌ସନ୍ସ ଦ୍ୱାରା ନିର୍ମିତ ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’ ଓ ‘ଅଭୟ’ରେ ବାବୁସାନ୍‌ ଓ ଅନୁଭବଙ୍କର ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଥିଲା।

https://youtu.be/nCW6WnRoxcU

Related story