ଗୋଡ଼ରେ ଆଘାତ ସତ୍ତ୍ୱେ ସୁଟିଂ ସେଟ୍‌କୁ ଫେରିଲେ ଅନୁଭବ

କଟକ: ଗୋଡ଼ରେ ଆଘାତ ଲାଗିବା ସତ୍ତ୍ୱେ ମଙ୍ଗଳବାର ସୁଟିଂ ସେଟ୍‌କୁ ଫେରିଛନ୍ତି ଅନୁଭବ। ଗତକାଲି କଟକ ଜଗତପୁରରେ ଓଡ଼ିଆ ଫିଲ୍ମ “ଅଗସ୍ତ୍ୟ’ର ଟିଜର୍ ସୁଟିଂ କରୁଥିବା ସମୟରେ ଆହତ ହୋଇଥିଲେ ସେ। ଏକ ଷ୍ଟଣ୍ଟ୍ ସିନ୍ ଦେଉଥିବା ବେଳେ ନିଆଁ ହଠାତ୍ ଅଧିକ ଜୋରରେ ଜଳିବାକୁ ଲାଗିଥିଲା। ନିଜ ଜୀବନ ପ୍ରତି ବିପଦ ଥିବା ଦେଖି ପ୍ରାୟ ୧୫ ଫୁଟ ଉଚ୍ଚ ଷ୍ଟେଜ୍‌ ଉପରୁ ତାଙ୍କୁ ଡେଇଁବାକୁ ପଡ଼ିଥିଲା। ଫଳରେ ତାଙ୍କ ଡାହଣ ଗୋଡ଼ରେ ସାମାନ୍ୟ ଫ୍ରାକ୍ଚର […]

anubhab

Rakesh Mallick
  • Published: Tuesday, 05 April 2016
  • , Updated: 05 April 2016, 10:33 AM IST

କଟକ: ଗୋଡ଼ରେ ଆଘାତ ଲାଗିବା ସତ୍ତ୍ୱେ ମଙ୍ଗଳବାର ସୁଟିଂ ସେଟ୍‌କୁ ଫେରିଛନ୍ତି ଅନୁଭବ। ଗତକାଲି କଟକ ଜଗତପୁରରେ ଓଡ଼ିଆ ଫିଲ୍ମ "ଅଗସ୍ତ୍ୟ'ର ଟିଜର୍ ସୁଟିଂ କରୁଥିବା ସମୟରେ ଆହତ ହୋଇଥିଲେ ସେ। ଏକ ଷ୍ଟଣ୍ଟ୍ ସିନ୍ ଦେଉଥିବା ବେଳେ ନିଆଁ ହଠାତ୍ ଅଧିକ ଜୋରରେ ଜଳିବାକୁ ଲାଗିଥିଲା। ନିଜ ଜୀବନ ପ୍ରତି ବିପଦ ଥିବା ଦେଖି ପ୍ରାୟ ୧୫ ଫୁଟ ଉଚ୍ଚ ଷ୍ଟେଜ୍‌ ଉପରୁ ତାଙ୍କୁ ଡେଇଁବାକୁ ପଡ଼ିଥିଲା। ଫଳରେ ତାଙ୍କ ଡାହଣ ଗୋଡ଼ରେ ସାମାନ୍ୟ ଫ୍ରାକ୍ଚର ହୋଇଛି। ତେବେ ଗତକାଲିର ଦୁର୍ଘଟଣାରେ ଆହତ ହେବା ସତ୍ତ୍ୱେ ଆଜି ସେ ପୁଣି ଥରେ ସୁଟିଂ ସେଟକୁ ଫେରିଛନ୍ତି। ଗୋଡରେ ସାମାନ୍ୟ ଫ୍ରାକ୍ଚର ଥିଲେ ବି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ଅନୁଭବ।

Related story