ଅନୁଭବଙ୍କ ଜଗା ଲୁକ୍

ଭୁବନେଶ୍ୱର (ରୋଜାଲିନି ମିଶ୍ର): ଓଲିଉଡ୍ ଇଣ୍ଡଷ୍ଟ୍ରିର  ସେ ସୁପରଷ୍ଟାର୍। ଓଡ଼ିଆ ଦର୍ଶକ ଏହି ହିରୋଙ୍କୁ ପାଗଳ ଭଳି ଭଲ ପାଆନ୍ତି। ନାଁ ତାଙ୍କର ଅନୁଭବ ମହାନ୍ତି। ଅନୁଭବ ଏବେ ଆସୁଛନ୍ତି ଜଗା ଭୂମିକାରେ। ଦଶହରାରେ ଜଗା କରିବେ ବକ୍ସ ଅଫିସରେ ରାଜ୍। ସେଥିପାଇଁ ଚାଲିଛି ଫୁଲ ପ୍ରିପାରେସନ୍। ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରର ତୃତୀୟ ଅବଦାନ ‘ଜଗା ହାତରେ ପଘା’ରେ ସେ ବନିଛନ୍ତି ଜଗା। ଗାଁର ଯୁବକ ଜଗା। ସେ ଜଗନ୍ନାଥଙ୍କ ଭକ୍ତ ଓ ନିଜ ମର୍ଜିର […]

anubhab

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 05:30 PM IST

ଭୁବନେଶ୍ୱର (ରୋଜାଲିନି ମିଶ୍ର): ଓଲିଉଡ୍ ଇଣ୍ଡଷ୍ଟ୍ରିର  ସେ ସୁପରଷ୍ଟାର୍। ଓଡ଼ିଆ ଦର୍ଶକ ଏହି ହିରୋଙ୍କୁ ପାଗଳ ଭଳି ଭଲ ପାଆନ୍ତି। ନାଁ ତାଙ୍କର ଅନୁଭବ ମହାନ୍ତି। ଅନୁଭବ ଏବେ ଆସୁଛନ୍ତି ଜଗା ଭୂମିକାରେ। ଦଶହରାରେ ଜଗା କରିବେ ବକ୍ସ ଅଫିସରେ ରାଜ୍। ସେଥିପାଇଁ ଚାଲିଛି ଫୁଲ ପ୍ରିପାରେସନ୍। ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରର ତୃତୀୟ ଅବଦାନ ‘ଜଗା ହାତରେ ପଘା’ରେ ସେ ବନିଛନ୍ତି ଜଗା। ଗାଁର ଯୁବକ ଜଗା। ସେ ଜଗନ୍ନାଥଙ୍କ ଭକ୍ତ ଓ ନିଜ ମର୍ଜିର ମାଲିକ।

ପ୍ରତି ଫିଲ୍ମରେ ନାୟକ ଅନୁଭବ ନିଅନ୍ତି ନୂଆ ଲୁକ୍। ଏଥର ଜଗା ସାଜି ଦର୍ଶକକଙ୍କୁ କରିବେ ଏଣ୍ଟରଟେନ୍।

[caption id="attachment_32089" align="aligncenter" width="800"] ’ଜଗା ହାତରେ ପଘା’ର ସୁଟିଂ ବେଳେ ଝିଲ୍ଲିକଙ୍କ ସହିତ ଅନୁଭବ[/caption]

ଏ ଫିଲ୍ମ ନେଇ ଅନୁଭବ କହିଛନ୍ତି, ‘ଜଗା ହାତରେ ପଘା’ ନାଁରେ ପୂର୍ବରୁ ଏକ ଫିଲ୍ମ ରହିଛି। ତାହା ବହୁତ ହିଟ୍ ହୋଇଥିଲା। ତେଣୁ ସେଇ ସମାନ ଟାଇଟଲରେ ଫିଲ୍ମ କରିବା କେବଳ ଚ୍ୟାଲେଞ୍ଜ ନୁହେଁ, ଏକ ବଡ଼ ଦାୟିତ୍ୱ ମଧ୍ୟ। ତେବେ ଫିଲ୍ମର ନାଁ ସମାନ ହୋଇଥିଲେ ବି କାହାଣୀ ଏକଦମ୍ ଅଲଗା।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ସମସ୍ତେ ଜଗନ୍ନାଥଙ୍କୁ ଅନ୍ତରରୁ ଭଲ ପାଉ। ଜଗନ୍ନାଥ ଆମ ସମସ୍ତଙ୍କର ଆତ୍ମା ଭିତରେ ଅଛନ୍ତି। ସେଇ ଜିନିଷକୁ ଏହି ଫିଲ୍ମରେ ଦେଖାଇବାକୁ ଚେଷ୍ଟା କରାଯାଇଛି। ମୁଁ ଗର୍ବରେ କହିପାରିବେ ଯେ ନବକଳେବର ପରେ ଜଗନ୍ନାଥଙ୍କ ନାଁରେ ଏହା ପ୍ରଥମ ଫିଲ୍ମ। ଫିଲ୍ମଟି ସିନେପ୍ରେମୀଙ୍କୁ ନିଶ୍ଚିତ ଭଲ ଲାଗିବ ବୋଲି ମୋର ଆଶା।

ତରଙ୍ଗ ସିନେପ୍ରଡକ୍ସନ ବ୍ୟାନରର ତୃତୀୟ ଅବଦାନ ’ଜଗା ହାତରେ ପଘା’ ଫିଲ୍ମରେ ନାୟକ ଅନୁଭବଙ୍କ କ୍ୟାରେକ୍ଟର ହୋଇଛି ୟୁନିକ୍। ଆକ୍ସନ କମେଡି ଏବଂ ହାଇ ଭୋଲେଟେଜ୍ ଡ୍ରାମା ରହିଛି ଏଥିରେ। ଏବେ ଏହି ଫିଲ୍ମର ସୁଟିଂ ଜୋରସୋରରେ ଚାଲୁଅଛି।

Related story