ଅଭିନେତା ଓ ରାଜନେତା ହୋଇ ନଥିଲେ କ’ଣ ହୋଇଥାନ୍ତେ ଅନୁଭବ ?

ସବୁ ମଣିଷର ନିଜର ଗୋଟେ ଲକ୍ଷ୍ୟ ଥାଏ। ପିଲା ଥିଲାବେଳେ ସେ ସେଇ ଦିଗରେ ଚେଷ୍ଟା ଆରମ୍ଭ କରିଥାଏ। କିନ୍ତୁ ଧୀରେଧୀରେ ବଡ଼ ହେଲା ପରେ ତା ଲକ୍ଷ୍ୟ ବଦଳିଥାଏ। ଖୁବ୍ କମ୍ ଲୋକ ଅଛନ୍ତି, ଯେଉଁମାନେ ପିଲାଦିନେ ଠିକ୍ କରିଥିବା ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି। ଯେମିତି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି। ନିଜ ଅଭିନୟରେ ଓଲିଉଡ୍‌ରେ ସୁପରଷ୍ଟାରର ମାନ୍ୟତା ପାଇଥିବା ଅନୁଭବ ଅଭିନୟ ବ୍ୟତୀତ ରାଜନୀତିରେ ବି ପାଦଦେଇ ସଫଳତା ପାଇଛନ୍ତି। ହେଲେ ଆପଣ ଜାଣିଛନ୍ତି, ପିଲାଦିନେ କଣ ହେବାକୁ ଇଚ୍ଛା କରିଥିଲେ ଅନୁଭବ? ଜାଣି ରଖନ୍ତୁ, ଅଭିନୟ ନୁହେଁ କି ରାଜନୀତି ନୁହେଁ, ତାଙ୍କ ଲକ୍ଷ୍ୟ ଥିଲା ଆଉକିଛି। ଓଡ଼ିଶା ରିପୋର୍ଟର ସହ ଏକ୍ସକ୍ଲୁସିଭ୍ ଇଣ୍ଟଭ୍ୟୁରେ ଏହି ଗୁମର ଖୋଲିଛନ୍ତି ଅନୁଭବ।