ଏହି ଶିଷ୍ୟାଙ୍କ ବିନା ରହିପାରନ୍ତିନି ଅନୁପ ଜଲୋଟା, ଲୁଚି ଲୁଚି ଦେଖା କରିବାକୁ ଯାଆନ୍ତି

ମୁମ୍ବାଇ: ଅନ୍ୟତମ ପପୁଲାର୍ ଟିଭି ଶୋ’ ‘ବିଗ୍‌ ବସ୍‌ ସିଜିନ୍ ୧୨’ ଗତକାଲିଠାରୁ ଆରମ୍ଭ ହୋଇଛି। ଏଥିରେ ଦେଶର ଜଣାଶୁଣା ଭଜନ ଗାୟକ ଅନୁପ ଜଲୋଟା ପ୍ରତିଯୋଗୀ ଭାବେ ସାମିଲ ହେବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ତେବେ ତା’ଠାରୁ ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି, ତିନି ବର୍ଷ ହେଲାଣି ସେ ତାଙ୍କର ଜଣେ ଶିଷ୍ୟାଙ୍କ ସହିତ ରିଲେସନ୍‌ସିପ୍‌ରେ ଅଛନ୍ତି। ତାଙ୍କର ସେହି ଶିଷ୍ୟାଙ୍କ ନାଁ ଜସଲୀନ୍‌ ମଥାରୁ। ସେ ଅନୁପ ଜଲୋଟା (୬୫)ଙ୍କ ଠାରୁ ୩୭ ବର୍ଷ ସାନ। ସେ ମଧ୍ୟ ବିଗ୍ ବସ୍‌ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି।

anupଏକଥା କାହାକୁ ଜଣା ନଥିଲା। ଗତକାଲି ବିଗ୍ ବସ୍ ଶୋ’କୁ ଦୁଇ ଜଣ ଯାକ ସାଙ୍ଗ ହୋଇ ଏଣ୍ଟ୍ରି ମାରିବା ପରେ ଏହାର ଖୁଲାସା ହୋଇଥିଲା। ଏହା ଶୁଣିବା ପରେ ଶୋ’ରେ ଉପସ୍ଥିତ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଅନୁପ ଜଲୋଟା ଓ ଜସଲୀନ୍ ସ୍ୱାଭାବିକ ଢଙ୍ଗରେ ଛିଡ଼ା ହୋଇଥିଲେ।

anup3ଜସଲୀନ୍ ଶୋ’ରେ କହିଥିଲେ ଯେ ଅନୁପ ଓ ସେ ଲୁଚିଲୁଚି ପରସ୍ପରକୁ ଭେଟୁ ଥିଲେ। ଅନୁପ ତାଙ୍କ ବିନା ରହିପାରନ୍ତି ନାହିଁ। ସେ କୋଲକାତା ଚାଲି ଆସନ୍ତି ଓ ଆମେ ଲୁଚିଲୁଚି ପରସ୍ପରକୁ ଭେଟୁ। ବିଗ୍ ବସ୍‌ ଘରେ ଏସବୁରୁ ମୁକ୍ତି ମିଳିବ।

ସୂଚନାଯୋଗ୍ୟ, ଅନୁପ ଜଲୋଟା ତିନିଟି ବିବାହ କରିଛନ୍ତି। ତାଙ୍କ ତୃତୀୟ ପତ୍ନୀଙ୍କ ନାମ ମେଧା ଗୁଜରାଲ। ଅନ୍ୟପକ୍ଷରେ ଜସଲୀନ୍‌ ଜଣେ ଗାୟିକା। ମୁମ୍ବାଇରେ ସେ ଜନ୍ମ ହୋଇଛନ୍ତି। ୧୧ ବର୍ଷ ବୟସରୁ ସେ ଉଭୟ କ୍ଲାସିକାଲ୍ ଓ ୱେଷ୍ଟର୍ନ ମ୍ୟୁଜିକ୍‌ ଶିକ୍ଷା ଆରମ୍ଭ କରିଥିଲେ। ସେ ମିକା ସିଂହଙ୍କ ଟ୍ରୁପ୍‌ରେ ୩ ବର୍ଷ ଧରି କାମ କରିଛନ୍ତି ଓ ଦେଶର ବିଭିନ୍ନ ସ୍ଥାନରେ ସଂଗୀତ ପରିବେଷଣ କରିଛନ୍ତି।

ସୋଶାଲ୍ ମିଡିଆରେ ଏମାନଙ୍କ ସଂପର୍କକୁ ନେଇ ମଜାକ୍ ଉଡ଼ା ଯାଇଛି। ଅନେକ ଲୋକ ଅନୁପ ଜଲୋଟାଙ୍କୁ ପରିହାସ କରିଛନ୍ତି।