ଯୌନ ନିର୍ଯାତନା ଅଭିଯୋଗ; ଥାନାରେ ହାଜର ହେଲେ ଅନୁରାଗ କଶ୍ୟପ

ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ ଆଣିଥିବା ଯୌନ ଶୋଷଣ ଅଭିଯୋଗରେ ଆଜି ମୁମ୍ବାଇ ଭର୍ସୋଭା ଥାନାରେ ହାଜର ହେଲେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ । ପୂର୍ବରୁ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିବା ଅନୁରାଗ ଯୌନ ନିର୍ଯାତନା ମାମଲାରେ ନିଜ ପକ୍ଷ ରଖିଥିବା ଜଣାଯାଇଛି। ଘଟଣାକୁ ନେଇ ଅନୁରାଗଙ୍କ ଆଭିମୁଖ୍ୟ କଣ ତାହା ପଚରା ଯିବା ସହ ଉକ୍ତ ଦିନ କ’ଣ ଘଟିଥିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ୍ । ବଲିଉଡର ଆଗଧାଡ଼ିର ନିର୍ଦ୍ଦେଶକଙ୍କ ନାଁରେ […]

anurag-1

Niharika Rout
  • Published: Thursday, 01 October 2020
  • , Updated: 01 October 2020, 12:53 PM IST

ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ ଆଣିଥିବା ଯୌନ ଶୋଷଣ ଅଭିଯୋଗରେ ଆଜି ମୁମ୍ବାଇ ଭର୍ସୋଭା ଥାନାରେ ହାଜର ହେଲେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ । ପୂର୍ବରୁ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିବା ଅନୁରାଗ ଯୌନ ନିର୍ଯାତନା ମାମଲାରେ ନିଜ ପକ୍ଷ ରଖିଥିବା ଜଣାଯାଇଛି।

ଘଟଣାକୁ ନେଇ ଅନୁରାଗଙ୍କ ଆଭିମୁଖ୍ୟ କଣ ତାହା ପଚରା ଯିବା ସହ ଉକ୍ତ ଦିନ କ’ଣ ଘଟିଥିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ୍ । ବଲିଉଡର ଆଗଧାଡ଼ିର ନିର୍ଦ୍ଦେଶକଙ୍କ ନାଁରେ ଆସିଥିବା ଏହି ଅଭିଯୋଗକୁ ନେଇ ଏବେ ମୁମ୍ବାଇ ଭର୍ସୋଭା ପୋଲିସ୍ ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ଅଭିନେତ୍ରୀ ପାୟଲ ଘୋଷଙ୍କ  ଅଭିଯୋଗ ଅନୁଯାୟୀ, ୨୦୧୩ ମସିହାରେ ଭର୍ସୋଭା ୟାରି ରୋଡସ୍ଥିତ ଏକ ସ୍ଥାନରେ ଅନୁରାଗ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପାୟଲଙ୍କ ଅଭିଯୋଗକୁ ଆଧାର କରି  ଭର୍ସୋଭା ଥାନାରେ ଅନୁରାଗଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ୍‌।  ।

Related story