ଅନୁରାଗ୍‌ଙ୍କ ଝିଅକୁ ହତ୍ୟା ଧମକ!

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ୍ କଶ୍ୟପ୍‌ ଟ୍ୱିଟରକୁ ଅଲବିଦା କରିଦେଇଛନ୍ତି। କାରଣ ତାଙ୍କ ଝିଅକୁ ହତ୍ୟା ଧମକ ଦିଆଯାଉଛି। କେବଳ ଏତିକି ନୁହେଁ, ତାଙ୍କ ବାପାମା’ଙ୍କ ନିକଟକୁ ଅଜଣା କଲ୍‌ ବି ଆସୁଛି। ଏଣୁ ଦୁଇଟି ଟ୍ୱିଟ୍ କରି ସେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ଡିଲିଟ୍ କରି ଦେଇଛନ୍ତି। ଅନୁରାଗ୍ ସେମାନଙ୍କ ମଧ୍ୟରୁ ଜଣେ ଯିଏ ଖୋଲାଖୋଲି ନିଜ ମତ ସୋଶାଲ୍ ମିଡିଆରେ ପ୍ରକାଶ କରନ୍ତି। ଆଉ ସେଥିପାଇଁ ସେ ଆକ୍ରୋଶର ଶିକାର ହୋଇଥିବା କୁହାଯାଉଛି। ଅନୁରାଗ […]

anurag

Chinmayee Roy
  • Published: Sunday, 11 August 2019
  • , Updated: 11 August 2019, 04:04 PM IST

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ୍ କଶ୍ୟପ୍‌ ଟ୍ୱିଟରକୁ ଅଲବିଦା କରିଦେଇଛନ୍ତି। କାରଣ ତାଙ୍କ ଝିଅକୁ ହତ୍ୟା ଧମକ ଦିଆଯାଉଛି। କେବଳ ଏତିକି ନୁହେଁ, ତାଙ୍କ ବାପାମା’ଙ୍କ ନିକଟକୁ ଅଜଣା କଲ୍‌ ବି ଆସୁଛି। ଏଣୁ ଦୁଇଟି ଟ୍ୱିଟ୍ କରି ସେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ଡିଲିଟ୍ କରି ଦେଇଛନ୍ତି।

ଅନୁରାଗ୍ ସେମାନଙ୍କ ମଧ୍ୟରୁ ଜଣେ ଯିଏ ଖୋଲାଖୋଲି ନିଜ ମତ ସୋଶାଲ୍ ମିଡିଆରେ ପ୍ରକାଶ କରନ୍ତି। ଆଉ ସେଥିପାଇଁ ସେ ଆକ୍ରୋଶର ଶିକାର ହୋଇଥିବା କୁହାଯାଉଛି।

ଅନୁରାଗ ତାଙ୍କ ଶେଷ ଦୁଇଟି ଟ୍ୱିଟ୍‌ରୁ ଗୋଟିଏରେ ଲେଖିଛନ୍ତି, ଯେତେବେଳେ ଆପଣଙ୍କ ବାପାମା’ଙ୍କ ପାଖକୁ ଅଜଣା ଫୋନ୍‌ କଲ୍‌ ଆସିବ ଓ ଆପଣଙ୍କ ଝିଅକୁ ଅନ୍‌ଲାଇନ୍‌ରେ ହତ୍ୟା ଧମକ ମିଳିବ ସେତେବେଳେ ଆପଣ ଜାଣିବେ ଯେ ଆପଣଙ୍କ ମତାମତ କେହି ଚାହୁଁ ନାହାନ୍ତି। ଏହାର କୌଣସି କାରଣ ବା ଯୁକ୍ତି ନାହିଁ। ଡକାୟତମାନଙ୍କ ଶାସନ ଚାଲିଛି ଓ ଡକାୟତି ହେଉଛି ଜୀବନର ନୂଆ ରାସ୍ତା। ଏହି ନୂଆ ଭାରତରେ ସମସ୍ତଙ୍କୁ ଅଭିନନ୍ଦନ ଓ ଆଶା କରେ ଆପଣମାନେ ସମସ୍ତେ ଉନ୍ନତି କରିବେ।”

ସେହିଭଳି ଅନ୍ୟ ଏକ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଆପଣମାନଙ୍କୁ ମୋର ଶୁଭକାମନା। ଏହା ମୋର ଶେଷ ଟ୍ୱିଟ୍‌ କାରଣ ମୁଁ ଟ୍ୱିଟର୍‌ ଛାଡୁଛି। ଯଦି ମୋତେ ନିର୍ଭୟର ସହିତ କହିବାକୁ ଦିଆଯିବ ନାହିଁ, ତା’ହେଲେ  ମୁଁ ଆଦୌ  ନ କହିବା ଭଲ।’

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ପ୍ରସଙ୍ଗରେ ଅନୁରାଗ କଶ୍ୟପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଥିଲେ। ସେ ମୋଦିଙ୍କ ନାଁ ନ ନେଇ  ପରୋକ୍ଷରେ ତାଙ୍କୁ ଟାର୍ଗେଟ୍ କରିଥିଲେ।

https://www.instagram.com/p/BxZPIokBk17/?utm_source=ig_web_copy_link

ସେ ଟ୍ୱିଟ୍‌ କରି ଲେଖିଥିଲେ,‘ସରକାରଙ୍କ ନିଷ୍ପତ୍ତି ନିଆଯିବାର ଶୈଳୀ ବେଶ୍‌ ଭୟାନକ ଲାଗୁଛି। କଶ୍ମୀରର ଅନେକ ପାର୍ଶ୍ୱ ଅଛି। କେଉଁଠା ଠିକ୍‌ ତ କେଉଁଟା ଭୁଲ୍। ବାସ୍‌ ଏତିକି ଜାଣିଛି ଯେ, ଯେଉଁଭଳି ଭାବେ ଏ ସବୁ ହୋଇଛି, ତାହା ଠିକ୍‌ ନୁହେଁ। ସବୁଠୁ ଭୟାନକ କ’ଣ ଜାଣନ୍ତି? ଯେତେବେଳେ ଜଣେ ଲୋକ ଭାବନ୍ତି ଯେ ସେ ୧୨୦ କୋଟି ଲୋକଙ୍କ ପାଇଁ କ’ଣ ଲାଭଦାୟକ, ତାହା ତାଙ୍କୁ ଜଣା। ଏଥିପାଇଁ ତାଙ୍କୁ ସୋଶାଲ୍ ମିଡିଆରେ ଖୁବ୍ ଟ୍ରୋଲ୍ କରାଯାଇଥିଲା।

.

Related story