ହ୍ରିତିକ୍‌ଙ୍କ ସହ କାମ କରିବାକୁ ଅନୁଷ୍କା ଆଗ୍ରହୀ

ମୁମ୍ବାଇ: ବଲିଉଡ୍‌ର ୩ ଖାନ୍‌ଙ୍କ ସହ କାର୍ଯ୍ୟ କରିବା ପରେ ‘ବ୍ୟାଙ୍ଗ୍ ବ୍ୟାଙ୍ଗ’ ଷ୍ଟାର ହ୍ରିତିକ୍‌ ରୋଶନଙ୍କ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ‘ପିକେ’ ଷ୍ଟାର ଅନୁଷ୍କା ଶର୍ମା। ଏକ ସମ୍ବାଦିକ ସମ୍ମଳିନୀରେ ପରବର୍ତ୍ତୀ ଫିଲ୍ମରେ କେଉଁ ଅଭିନେତାଙ୍କ ସହ ଅଭିନୟ କରିବାକୁ ପସନ୍ଦ କରିବେ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି,“ଯଦି ଗୋଟିଏ ଭଲ ସ୍କ୍ରିପ୍ଟ ଓ ଭଲ ପ୍ଲାଟଫର୍ମ ମିଳେ ମୁଁ ନିଶ୍ଚିତ ଭାବେ ହ୍ରିତିକ୍‌ ରୋଶନଙ୍କ ବିପକ୍ଷରେ ନାୟିକା ସାଜିବାକୁ ପସନ୍ଦ […]

Anushka-Sharma

Rakesh Mallick
  • Published: Sunday, 19 June 2016
  • , Updated: 19 June 2016, 06:20 PM IST

ମୁମ୍ବାଇ: ବଲିଉଡ୍‌ର ୩ ଖାନ୍‌ଙ୍କ ସହ କାର୍ଯ୍ୟ କରିବା ପରେ ‘ବ୍ୟାଙ୍ଗ୍ ବ୍ୟାଙ୍ଗ’ ଷ୍ଟାର ହ୍ରିତିକ୍‌ ରୋଶନଙ୍କ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ‘ପିକେ’ ଷ୍ଟାର ଅନୁଷ୍କା ଶର୍ମା। ଏକ ସମ୍ବାଦିକ ସମ୍ମଳିନୀରେ ପରବର୍ତ୍ତୀ ଫିଲ୍ମରେ କେଉଁ ଅଭିନେତାଙ୍କ ସହ ଅଭିନୟ କରିବାକୁ ପସନ୍ଦ କରିବେ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି,“ଯଦି ଗୋଟିଏ ଭଲ ସ୍କ୍ରିପ୍ଟ ଓ ଭଲ ପ୍ଲାଟଫର୍ମ ମିଳେ ମୁଁ ନିଶ୍ଚିତ ଭାବେ ହ୍ରିତିକ୍‌ ରୋଶନଙ୍କ ବିପକ୍ଷରେ ନାୟିକା ସାଜିବାକୁ ପସନ୍ଦ କରିବି।”

ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ବୋୟପିକ୍‌ ‘ସୁଲତାନ’ରେ ଜଣେ ହରିୟାଣାର ମୁଷ୍ଟି ଯୋଦ୍ଧା ଭାବେ ଅନୁଷ୍କାଙ୍କୁ ଦେଖିବାକୁ ମିଳିବ। ସେ ଏଥିରେ ହରିୟାଣା ଭାଷା କହୁଥିବା ଏକ ରାଗୀ ଝିଅ ଭାବେ ଦେଖିବାକୁ ମିଳିବ। ଏହି ଫିଲ୍ମ ଆସନ୍ତା ଇଦ୍‌ରେ ରିଲିଜ୍‌ ହେବ।

 

Related story