ସରିଲା ନିର୍ବନ୍ଧ, ଖୁବ୍‌ ଶୀଘ୍ର ବିବାହ କରିବେ ରହମାନଙ୍କ ଝିଅ

ମୁମ୍ବାଇ: ସରିଲା ନିର୍ବନ୍ଧ । ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ପ୍ରସିଦ୍ଧ ସଙ୍ଗୀତକାର ତଥା ଓସ୍କାର ବିଜେତା ଏ ଆର ରହମାନଙ୍କ ବଡ଼ ଝିଅ ଖତିଜା ରହମାନ । ଏନେଇ ଖୋଦ ଖତିଜା ଓ ରହମାନ ନିଜ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି। ନିଜ ଏନଗେଜମେଣ୍ଟର ଏକ ଫଟୋ ଶେଆର କରି ଖତିଜା ଏକ ଇମୋସନାଲ ନୋଟ ଲେଖିଛନ୍ତି।  ଖତିଜା ଲେଖିଛନ୍ତି, ଅଲ୍ଲାଙ୍କ କୃପାରୁ ମୁଁ ଆଜି ଏହି […]

a-r-rahman-with-daughter

a-r-rahman-with-daughter

Niharika Rout
  • Published: Monday, 03 January 2022
  • Updated: 03 January 2022, 09:16 AM IST

Sports

Latest News

ମୁମ୍ବାଇ: ସରିଲା ନିର୍ବନ୍ଧ । ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ପ୍ରସିଦ୍ଧ ସଙ୍ଗୀତକାର ତଥା ଓସ୍କାର ବିଜେତା ଏ ଆର ରହମାନଙ୍କ ବଡ଼ ଝିଅ ଖତିଜା ରହମାନ । ଏନେଇ ଖୋଦ ଖତିଜା ଓ ରହମାନ ନିଜ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି।

ନିଜ ଏନଗେଜମେଣ୍ଟର ଏକ ଫଟୋ ଶେଆର କରି ଖତିଜା ଏକ ଇମୋସନାଲ ନୋଟ ଲେଖିଛନ୍ତି।  ଖତିଜା ଲେଖିଛନ୍ତି, ଅଲ୍ଲାଙ୍କ କୃପାରୁ ମୁଁ ଆଜି ଏହି ଘୋଷଣା କରି ଖୁବ୍‌ ଖୁସି ଅନୁଭବ କରୁଛି ଯେ, ରିୟାସଦ୍ଦିନ ସାୟିକ ମହମ୍ମଦ ନାମକ ଯୁବକଙ୍କ ସହ ମୋର ଏନଗେଜମେଣ୍ଟ ଗତ ୨୯ ତାରିଖରେ ଶେଷ ହୋଇଛି। ଗତ ୨୯ ତାରିଖରେ ମୋ ଜନ୍ମ ଦିନ ଥିବା ବେଳେ ତାହା ମୋ ପାଇଁ ଖୁବ୍‌ ଖାସ୍‌ ଥିଲା। କାରଣ ଏହା ମୋ ଜୀବନର ଅବିସ୍ମରଣୀୟ ଦିନ । ଏହି ଦିନ ପରିବାର ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ରିୟାସିଦ୍ଦିନଙ୍କ ସହ ମୋର ଏନଗେଜମେଣ୍ଟ ସମ୍ପନ୍ନ ହୋଇଛି। ଏଥିସହ ତୁମକୁ ମୋ ଜୀବନରେ ପାଇ ଖୁବ୍‌ ଖୁସି ଥିବା ପ୍ରକାଶ କରିଛନ୍ତି ଖତିଜା ।

[caption id="attachment_703534" align="aligncenter" width="650"]rahman ଏନଗେଜମେଣ୍ଟ ସେରିମନିରେ ରିୟାସଦ୍ଦିନ ଓ ଖତିଜା ।[/caption]

ରିୟାସଦ୍ଦିନ ଅଡିଓ ଇଞ୍ଜିନିୟର ଭାବ କାମ କରୁଥିବା ବେଳେ ସେ ଜଣେ ପ୍ରତିଷ୍ଠିତ  ବ୍ୟବସାୟୀ ବୋଲି ଜଣାପଡ଼ିଛି। ଉଭୟଙ୍କ ଏନଗେଜମେଣ୍ଟ ଗତ ୨୯ ତାରିଖରେ ଏକ ପାରିବାରିକ ସମାରୋହରେ ଶେଷ ହୋଇଛି। ଏ ଆର ରହମନ ମଧ୍ୟ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଫ୍ୟାନ୍ସଙ୍କ ସହ ଶେଆର କରିଛନ୍ତି। ଖତିଜା ଓ  ରିୟାସଦ୍ଦିନଙ୍କ ଏନଗେଜମେଣ୍ଟ ସରିଥିଲେ ବି ଉଭୟ କେବେ ବିବାହ ବନ୍ଧନରେ ବାନ୍ଧି ହେବେ ସେ ନେଇ କିଛି ସୂଚନା ମିଳିନି।

ୱର୍କଫ୍ରଣ୍ଟ କଥା କହିବାକୁ ଗଲେ ଖତିଜା ରହମାନ ମାତ୍ର ୧୪ ବର୍ଷ ବୟସରୁ ନିଜ ସିଙ୍ଗିଙ୍ଗ କ୍ୟାରିଅର ଆରମ୍ଭ କରିଥିଲେ।  ରୋବୋ ଫିଲ୍ମରେ ନିଜ ପିତାଙ୍କ କମ୍ପୋଜିସନ ଓ ଲିଜେଣ୍ଡ ଏ.ପି ବାଲସୁବ୍ରମନ୍ୟମଙ୍କ ସହ ସେ ନିଜ ସଙ୍ଗିତ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ବହୁ ଫିଲ୍ମରେ ନିଜ କଣ୍ଠଦାନ କରି ସେ ଫ୍ୟାନ୍ସଙ୍କ ଭଲ ପାଇବା  ସାଉଣ୍ଟି ପାରିଛନ୍ତି।  ଗତ ବର୍ଷ ‘ମିମି’ ଫିଲ୍ମର ‘Rock A Bye Baby'  ଗୀତ ପାଇଁ ସେ ଅଭିନେତ୍ରୀ କ୍ରିତି ସାନନଙ୍କ ପାଇଁ କଣ୍ଠଦାନ କରିଥିଲେ।

[caption id="attachment_703535" align="aligncenter" width="650"]rahman ଝିଅ, ଭାବି ଜ୍ୱାଇଙ୍କ ସହ ରହମାନ ।[/caption]

ସୂଚନାଯୋଗ୍ୟ, ଏ.ଆର ରହମାନ ସାଇରା ବାନୁଙ୍କ ୧୯୯୫ ମସିହାରେ ବିବାହ କରିଥିବା ବେଳେ ସେମାନଙ୍କର ସମୁଦାୟ ୩ ସନ୍ତାନ ଅଛନ୍ତି। ସେଥିମଧ୍ୟରୁ ୨ ଝିଅ ଥିବା ବେଳେ ବଡ଼ ଝିଅ ଖତିଜାଙ୍କ ଏନଗେଜମେଣ୍ଟ ସମ୍ପନ୍ନ ହୋଇଛି। ଏହାବାଦ ତାଙ୍କର ରହିମା ରହମାନ ନାମ୍ନୀ ଆଉ ଜଣେ କନ୍ୟା ସନ୍ତାନ ଥିବା ବେଳେ ପୁଅ ଅମିନ ରହମାନ ଜଣେ ମ୍ୟୁଜିସିଆନ ଭାବେ କାମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos