‘ଶିବା ନଟ୍‌ ଆଉଟ୍‌’ରେ ଅରିନ୍ଦମ ଦେଖାଇବେ ଡ୍ୟାନ୍ସ ଧମାକା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସାଧାସିଧା ଲାଇଫକୁ ଚେଞ୍ଜ କରିବେ, ଆଉ ସାଙ୍ଗ ମାନଙ୍କ ସହିତ ମସ୍ତି କରିବେ ପୂରା ଅନଲିମିଟେଡ। ଏମିତି କିଛି ଲିରିକ୍ ସାଙ୍ଗକୁ ବିନ୍ଦାସ ନାଚୁଥିବା ନଜର ଆସିବେ ଆକ୍ଟର ଅରିନ୍ଦମ। ହ୍ୟାଣ୍ଡସମ୍‌ ଲୁକ୍ ସାଙ୍ଗକୁ ଧମାକାଦାର ଡ୍ୟାନ୍ସ। ଏସବୁ ରହିଛି ଫିଲ୍ମ ‘ଶିବା ନଟ୍‌ଆଉଟ’ର ଟାଇଟେଲ ଟ୍ରାକ୍‌ରେ। ବିଟ୍‌ ସାଙ୍ଗକୁ ପୂରା ନନ୍ ଷ୍ଟପ୍‌ ଡ୍ୟାନ୍ସ ରହିଛି। ଡ୍ୟାନ୍ସ ପୂର୍ବରୁ ଚାଲିଛି ରିହର୍ସ ଯେମିତି ପ୍ରତ୍ୟେକଟି ଷ୍ଟେପ ପର୍ଫେକ୍ଟ ହେବ, ସେଥିପାଇଁ ଫୁଲ୍ ଦମ୍‌ରେ ଲାଗି ପଡ଼ିଛନ୍ତି ଅରିନ୍ଦମ ଓ ତାଙ୍କ ଟିମ୍। ଫିଲ୍ମର ଟାଇଟଲ୍‌ ଟ୍ରାକ୍‌କୁ ଭିଜୁଆଲାଇଜେସନ୍‌ କରାଯାଇଛି ପୂରା ହଟ୍‌କେ। ଲୋକମାନଙ୍କୁ ଏକ ନୂଆ ପ୍ରକାରର ଲୁକ୍‌ ଦେବାକୁ ଚାହିଁଛନ୍ତି କୋରିଓଗ୍ରାଫର ସୁଧାକର ବସନ୍ତ। କଲରଫୁଲ୍ ଜିପ୍ ଓ ବଡ଼ଧରଣର କ୍ରେନ୍ ରଖାଯାଇଛି ସୁଟିଂ ସେଟ୍‌ରେ। ଗରମ ବି ହେଉଛି, ପରିଶ୍ରମ ବି କରିବାକୁ ପଡୁଛି, ହେଲେ ପରଫେକ୍ଟ ଷ୍ଟେପ୍ କରିବାରେ ଲାଗି ପଡ଼ିଛନ୍ତି ଅରିନ୍ଦମ। କୋରିଓଗ୍ରାଫର ସୁଧାକର ବସନ୍ତ ଶିଖାଉଥିବା ଷ୍ଟେପ୍ ଦେଖି ଡ୍ୟାନ୍ସ କରୁଛନ୍ତି ପୂରା ଟିମ୍।  ‘ଶିବା ନଟ୍‌ ଆଉଟ୍’ ଫିଲ୍ମରେ ଆକ୍ସନଠୁ ରୋମାନ୍ସ ସବୁକିଛିର ଝଲକ ଦେଖିବାକୁ ମିଳିବ। ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶିତ ଓ ଅରିନ୍ଦମଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମଟି ଦଶହରାରେ ରିଲିଜ୍‌ ହେବାକୁ ଯାଉଛି।