ଆସନ୍ତାକାଲିଠାରୁ ଆରମ୍ଭ ହେବ ତରଙ୍ଗ ମ୍ୟୁଜିକର ପ୍ରଥମ ସେଲିବ୍ରିଟି ରିଅଲିଟି ଶୋ ‘ଏମପିଏଲ’

ଭୁବନେଶ୍ୱର: ଟେଲିଭିଜନ ଇତିହାସରେ ପ୍ରଥମଥର ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଏବଂ ଗାୟକମାନଙ୍କୁ ନେଇ ଆୟୋଜନ ହେବାକୁ ଯାଉଛି ନୂଆ ସେଲିବ୍ରିଟି ରିଅଲିଟି ଶୋ ‘ ‘ମ୍ୟୁଜିକ ପ୍ରିମିୟର ଲିଗ’ ଏମପିଏଲ । ମୃତ ପ୍ରାୟ ଆଲବମ ଇଣ୍ଡଷ୍ଟ୍ରିର ପୁନରୁଥାନ ତଥା ସଙ୍ଗୀତ ପ୍ରେମୀଙ୍କୁ ନୂଆ ଗୀତ ଭେଟି ଦେବା ଭଳି ଏପରି ଏକ ନିଆରା ପ୍ରୟାସ ଆରମ୍ଭ କରିଛି ଓଡ଼ିଶାର ପ୍ରଥମ ମ୍ୟୁଜିକ ଚ୍ୟାନେଲ ‘ତରଙ୍ଗ ମ୍ୟୁଜିକ’ । ଏହି ଶୋ ଆସନ୍ତାକାଲିଠାରୁ ପ୍ରତି ଶନିବାର […]

mpl3

Rakesh Mallick
  • Published: Friday, 25 September 2015
  • , Updated: 25 September 2015, 02:56 PM IST

ଭୁବନେଶ୍ୱର: ଟେଲିଭିଜନ ଇତିହାସରେ ପ୍ରଥମଥର ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଏବଂ ଗାୟକମାନଙ୍କୁ ନେଇ ଆୟୋଜନ ହେବାକୁ ଯାଉଛି ନୂଆ ସେଲିବ୍ରିଟି ରିଅଲିଟି ଶୋ ‘ ‘ମ୍ୟୁଜିକ ପ୍ରିମିୟର ଲିଗ’ ଏମପିଏଲ । ମୃତ ପ୍ରାୟ ଆଲବମ ଇଣ୍ଡଷ୍ଟ୍ରିର ପୁନରୁଥାନ ତଥା ସଙ୍ଗୀତ ପ୍ରେମୀଙ୍କୁ ନୂଆ ଗୀତ ଭେଟି ଦେବା ଭଳି ଏପରି ଏକ ନିଆରା ପ୍ରୟାସ ଆରମ୍ଭ କରିଛି ଓଡ଼ିଶାର ପ୍ରଥମ ମ୍ୟୁଜିକ ଚ୍ୟାନେଲ ‘ତରଙ୍ଗ ମ୍ୟୁଜିକ’ । ଏହି ଶୋ ଆସନ୍ତାକାଲିଠାରୁ ପ୍ରତି ଶନିବାର ଓ ରବିବାର ରାତି ୯.୩୦ରେ ପ୍ରସାରଣ ହେବ । ସ୍ୱର୍ଗତ ନିଜାମଙ୍କର ଏହା ହେଉଛି ଶେଷ ଟିଭି ଶୋ । ଏହି ଶୋ’ରେ ତାଙ୍କ ଜୀବନର ଶେଷ ୮ଟି ଗୀତ ପରିବେଷଣ ହୋଇଛି । ଏହି ଗୀତ ଗୁଡିକରେ କୁମାର ବାପି କଣ୍ଠଦାନ କରିଥିବା ବେଳେ ଦୀପକ କୁମାର କମ୍ପୋଜିସନ କରିଛନ୍ତି । ସ୍ୱର୍ଗତ ନିଜାମଙ୍କ ଏହି ୮ଟି ଗୀତ ରବିବାର ଶୋରେ ପ୍ରସାରଣ ହେବ ।ଏହି ରିୟଲିଟି ଶୋରେ ଓଡ଼ିଶାର ପ୍ରତିଷ୍ଠିତ ନିର୍ଦ୍ଦେଶକ, ଗୀତିକାର ଏବଂ ଗାୟକ ନିଜାମ, ଅଲେଖ ବିଶ୍ୱାଳ, ମୋହିତ ଚକ୍ରବର୍ତ୍ତୀ, ପଞ୍ଚାନନ ନାୟକ, ସଚ୍ଚି ମହାନ୍ତି, ଶରତ ନାୟକ, ପୂର୍ଣ୍ଣ ଖୁଣ୍ଟିଆ, ଓମ ପ୍ରକାଶ ମହାନ୍ତି, ସଞ୍ଜୟ ସାହୁ, କୁମାର ବାପି, ବିଭୂତି ଗଡନାୟକ, ଅସୀମା ପଣ୍ଡା, ବିଷ୍ଣୁ କବି, ଅଭିଜିତ ଅନ୍ତରା ଚକ୍ରବର୍ତ୍ତୀ ଏବଂ ଅନ୍ୟମାନେ ଭାଗ ନେଇଛନ୍ତି।

ରିଅଲିଟି ଶୋ’ର ପରିକଳ୍ପନା ଦବୀଦତ୍ତ ମହାନ୍ତି କରିଥିବା ବେଳେ ସ୍କ୍ରିପଟ ଲେଖିଛନ୍ତି ସଞ୍ଜୟ ମହାକୁଲ । ସିଦ୍ଧାର୍ଥ ଏବଂ ସୋନମ ଏହାକୁ ଉପସ୍ଥାପନ କରିବେ । ପ୍ରିୟବ୍ରତ ପଣ୍ଡା ଏହି ଶୋ’ର ପ୍ରଯୋଜକ ଅଛନ୍ତି।

Related story