କେଉଁଠି ହେବ ଶ୍ରୀଦେବୀଙ୍କ ଅସ୍ଥି ବିସର୍ଜନ? ପଢନ୍ତୁ

ମୁମ୍ବାଇ: ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କର ଆଜି  ଅସ୍ଥି ବିସର୍ଜନ ହେବ।  ଏଥିପାଇଁ ତାଙ୍କ ସ୍ୱାମୀ ବୋନି କପୁର ରାମେଶ୍ୱରମଠାରେ ପହଞ୍ଚିଛନ୍ତି। ଆଜି ରାମେଶ୍ୱରମ୍‌ଠାରେ ସମୁଦ୍ରରେ ତାଙ୍କର ଅସ୍ଥି ବିସର୍ଜନ କରାଯିବ। ଶ୍ରୀଦେବୀଙ୍କର ୫୪ ବର୍ଷ ବୟସରେ ଗତ ଫେବୃଆରୀ ୨୪ ତାରିଖ ଦିନ ଦୁବାଇର ଏକ ହୋଟେଲରେ ପରଲୋକ ହୋଇଥିଲା। ପରେ ତାଙ୍କ ପାର୍ଥିବ ଶରୀରକୁ ଫେବୃଆରୀ ୨୭ ତାରିଖଦିନ ମୁମ୍ବାଇ ଅଣାଗଲା। ଫେବୃଆରୀ ୮ ତାରିଖ ଦିନ ମୁମ୍ବାଇର ପବନହଂସ ଶ୍ମସାନରେ ଅନ୍ତିମ […]

maxresdefault

Rakesh Mallick
  • Published: Saturday, 03 March 2018
  • , Updated: 03 March 2018, 05:05 PM IST

ମୁମ୍ବାଇ: ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କର ଆଜି  ଅସ୍ଥି ବିସର୍ଜନ ହେବ।  ଏଥିପାଇଁ ତାଙ୍କ ସ୍ୱାମୀ ବୋନି କପୁର ରାମେଶ୍ୱରମଠାରେ ପହଞ୍ଚିଛନ୍ତି। ଆଜି ରାମେଶ୍ୱରମ୍‌ଠାରେ ସମୁଦ୍ରରେ ତାଙ୍କର ଅସ୍ଥି ବିସର୍ଜନ କରାଯିବ। ଶ୍ରୀଦେବୀଙ୍କର ୫୪ ବର୍ଷ ବୟସରେ ଗତ ଫେବୃଆରୀ ୨୪ ତାରିଖ ଦିନ ଦୁବାଇର ଏକ ହୋଟେଲରେ ପରଲୋକ ହୋଇଥିଲା। ପରେ ତାଙ୍କ ପାର୍ଥିବ ଶରୀରକୁ ଫେବୃଆରୀ ୨୭ ତାରିଖଦିନ ମୁମ୍ବାଇ ଅଣାଗଲା। ଫେବୃଆରୀ ୮ ତାରିଖ ଦିନ ମୁମ୍ବାଇର ପବନହଂସ ଶ୍ମସାନରେ ଅନ୍ତିମ ସଂସ୍କାର କରାଯାଇଥିଲା।

ତମିଲନାଡ଼ୁର ଏକ ଗାଁରେ ଜନ୍ମ ହୋଇଥିବା ଶ୍ରୀଦେବୀ ତାମିଲ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତମିଲ ଫିଲ୍ମରେ ତାଙ୍କର ଓ କମଲ ହାସନଙ୍କ ଯୋଡ଼ି ବେଶ ହିଟ୍ ହୋଇ ଥିଲା। ଆଉ ବଲିଉଡରେ ଜିତେନ୍ଦ୍ରଙ୍କ ସହ କ୍ୟାମେଷ୍ଟ୍ରି ଜବରଦସ୍ତ ଥିଲା।

Related story