ଆତିୟା ସେଟ୍ଟିଙ୍କୁ କରଣ ଜୋହରଙ୍କ ଅଫର ?

ମୁମ୍ବାଇ: ‘ହିରୋ’ ଫିଲ୍ମର ରିଲିଜ ପରେ ସୁନୀଲ ସେଟ୍ଟିଙ୍କ ଝିଅ ଆତିୟା ସେଟ୍ଟି ଏବେ ଚର୍ଚ୍ଚାରେ। ‘ହିରୋ’ ଫିଲ୍ମ ଜରିଆରେ ବଲିଉଡରେ ପାଦ ଥାପିଥିବା ମିସ୍ ସେଟ୍ଟିଙ୍କୁ ମିଳିବାକୁ ଯାଉଛି ଆଉ ଏକ ଦମଦାର ଅଫର୍। ବହୁଚର୍ଚ୍ଚିତ ନିର୍ଦ୍ଦେଶକ ତଥା ଫ୍ୟାମିଲି ଡ୍ରାମାର ମାଷ୍ଟର କରଣ ଜୋହର ନିଜର ଆଗାମୀ ଫିଲ୍ମରେ ଏହି ନବାଗତା ବଲିଉଡ୍ ସୁନ୍ଦରୀଙ୍କୁ ନେବାକୁ ଇଚ୍ଛା ପ୍ରକାଶ କରିଥିବା ବିଶେଷ ସୂତ୍ରରୁ ଶୁଣିବାକୁ ମିଳିଛି। ଏହି କଥା ଜାଣିଲା ପରେ ଅବାକ ହୋଇଯାଇଥିଲେ […]

athiya

Rakesh Mallick
  • Published: Monday, 14 September 2015
  • , Updated: 14 September 2015, 09:04 AM IST

ମୁମ୍ବାଇ: ‘ହିରୋ’ ଫିଲ୍ମର ରିଲିଜ ପରେ ସୁନୀଲ ସେଟ୍ଟିଙ୍କ ଝିଅ ଆତିୟା ସେଟ୍ଟି ଏବେ ଚର୍ଚ୍ଚାରେ। ‘ହିରୋ’ ଫିଲ୍ମ ଜରିଆରେ ବଲିଉଡରେ ପାଦ ଥାପିଥିବା ମିସ୍ ସେଟ୍ଟିଙ୍କୁ ମିଳିବାକୁ ଯାଉଛି ଆଉ ଏକ ଦମଦାର ଅଫର୍। ବହୁଚର୍ଚ୍ଚିତ ନିର୍ଦ୍ଦେଶକ ତଥା ଫ୍ୟାମିଲି ଡ୍ରାମାର ମାଷ୍ଟର କରଣ ଜୋହର ନିଜର ଆଗାମୀ ଫିଲ୍ମରେ ଏହି ନବାଗତା ବଲିଉଡ୍ ସୁନ୍ଦରୀଙ୍କୁ ନେବାକୁ ଇଚ୍ଛା ପ୍ରକାଶ କରିଥିବା ବିଶେଷ ସୂତ୍ରରୁ ଶୁଣିବାକୁ ମିଳିଛି। ଏହି କଥା ଜାଣିଲା ପରେ ଅବାକ ହୋଇଯାଇଥିଲେ ଆତିୟା। ମିଷ୍ଟର ଜୋହରଙ୍କ ଏହି ଫିଲ୍ମର ନାଁ ଏବଂ ମେଲ୍ ଲିଡ୍ ଏ ପର୍ଯ୍ୟନ୍ତ ଫାଇନାଲ୍ ହୋଇନାହିଁ। କଥାଟା ଯଦି ସତ ହୁଏ ତେବେ ମିସ୍ ସେଟ୍ଟିଙ୍କ ଭାଗ୍ୟ ଖୋଲିଗଲା କହିଲେ ଜମାରୁ ଭୁଲ ହେବନି। ସଲମନ ଖାନଙ୍କ ପ୍ରଯୋଜନା ସଂସ୍ଥା ଏହି ଖବରକୁ ନେଇ ପଜିଟିଭ୍ ରେସପନ୍ସ ଦେଇଥିବା ବେଳେ ଆତିୟା ସେଟ୍ଟିଙ୍କ ଫିଲ୍ମି କ୍ୟାରିୟରରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ।

Related story