ପୁଣି ‘ପଦ୍ମାବତୀ’ ସେଟ୍‌ରେ ଆକ୍ରମଣ

ମୁମ୍ବାଇ: ପୁଣି ଥରେ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂଶାଲୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଦ୍ମାବତୀ’ର ସୁଟିଂ ସେଟ୍‌ରେ ହୋଇଛି ଆକ୍ରମଣ। ତେଣୁ ପୁଣି ଥରେ ଅଟକି ଯାଇଛି ସୁଟିଂ। ମଙ୍ଗଳବାର ବିଳମ୍ବିତ ରାତିରେ କୋହ୍ଲାପୁର ଜିଲ୍ଲାରେ ‘ପଦ୍ମାବତୀ’ର ସୁଟିଂ ସେଟ୍‌ରେ କିଛି ଅଜଣା ଲୋକ ଭଙ୍ଗାରୁଜା କରିବା ସହ କପଡ଼ାଲତା ଓ ପଶୁମାନଙ୍କ ପାଇଁ ଖାଦ୍ୟ ରଖାଯାଇଥିବା ସ୍ଥାନରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ବେଳେ ଫିଲ୍ମ ସୁଟିଂ ଟିମ୍‌ର କୌଣସି ସଦସ୍ୟ ଉପସ୍ଥିତ ନ […]

set

Rakesh Mallick
  • Published: Wednesday, 15 March 2017
  • , Updated: 15 March 2017, 03:27 PM IST

ମୁମ୍ବାଇ: ପୁଣି ଥରେ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂଶାଲୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଦ୍ମାବତୀ’ର ସୁଟିଂ ସେଟ୍‌ରେ ହୋଇଛି ଆକ୍ରମଣ। ତେଣୁ ପୁଣି ଥରେ ଅଟକି ଯାଇଛି ସୁଟିଂ।

ମଙ୍ଗଳବାର ବିଳମ୍ବିତ ରାତିରେ କୋହ୍ଲାପୁର ଜିଲ୍ଲାରେ ‘ପଦ୍ମାବତୀ’ର ସୁଟିଂ ସେଟ୍‌ରେ କିଛି ଅଜଣା ଲୋକ ଭଙ୍ଗାରୁଜା କରିବା ସହ କପଡ଼ାଲତା ଓ ପଶୁମାନଙ୍କ ପାଇଁ ଖାଦ୍ୟ ରଖାଯାଇଥିବା ସ୍ଥାନରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ବେଳେ ଫିଲ୍ମ ସୁଟିଂ ଟିମ୍‌ର କୌଣସି ସଦସ୍ୟ ଉପସ୍ଥିତ ନ ଥିଲେ।

ଏହା ପୂର୍ବରୁ ଜାନୁଆରୀ ୨୭ ତାରିଖରେ ଜୟପୁରରେ ‘ପଦ୍ମାବତୀ’ର ସୁଟିଂ ସେଟ୍‌ରେ ଆକ୍ରମଣ ହୋଇଥିଲା। ସୁଟିଂ ଚାଲିଥିବା ବେଳେ ରାଜପୁ କରଣୀ ସେନାର ସମର୍ଥକମାନେ ସେଟ୍‌ରେ ଆକ୍ରମଣ କରି ଥିଲେ। ସେମାନେ ଭଂଶାଲୀଙ୍କୁ ମଧ୍ୟ ମାର୍‌ପିଟ୍ କରିଥିଲେ। ଏହା ପରେ ସେ ଜୟପୁରରେ ସୁଟିଂ ବନ୍ଦ କରି ଦେଇଥିଲେ ଓ ମୁମ୍ବାଇ ଫେରି ଆସିଥିଲେ। ଏହା ପରେ ମହାରାଷ୍ଟ୍ରର କୋହ୍ଲାପୁରରେ ସୁଟିଂ ଆରମ୍ଭ କରିଥିଲେ।

‘ପଦ୍ମବତୀ’ ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଭୁଲ୍ ଢଙ୍ଗରେ ଭଂଶାଲୀ ଚିତ୍ରଣ କରୁଥିବା ନେଇ ଉଠି ଏକ ଧାରଣାର ପ୍ରଭାବରେ ତାଙ୍କ ସୁଟିଂ ସେଟ୍‌ରେ ଏପରି ଆକ୍ରମଣ କରାଯାଉଛି।

 

 

Related story