ଅରବାଜ୍‌ଙ୍କ ଅସଫଳ କ୍ୟାରିୟର ମଲାଇକା-ଅରବାଜ୍‌ ଛାଡ଼ପତ୍ରର ଅନ୍ୟ ଏକ କାରଣ

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ଓ ଅରବାଜ୍ ଖାନ୍‌ଙ୍କ ଛାଡ଼ପତ୍ର ନେଇ ଆଉ ଏକ କଥା ସାମ୍ନାକୁ ଆସିଛି। ଅରବାଜ୍ ଖାନଙ୍କ ଅସଫଳ କ୍ୟାରିୟର୍ ପାଇଁ ଦୁହିଁଙ୍କ ୧୮ ବର୍ଷର ସମ୍ପର୍କରେ ଭଟ୍ଟା ପଡ଼ିଥିବା ଜଣାପଡ଼ିଛି। ଏକ ରିପୋର୍ଟ ଅନୁସାରେ ମଲାଇକା ଶୀଘ୍ର ଅରବାଜଙ୍କୁ ଛାଡପତ୍ର ଦେବାକୁ ମନ ସ୍ଥିର କରି ସାରିଛନ୍ତି ଓ ନିଜେ ହିଁ ତାଙ୍କ ପୁଅ ଅରହାନର ପାଳନ ପୋଷଣ କରୁଛନ୍ତି। ଏହାସହ ପୁଅର ପାଠପଢା ଖର୍ଚ୍ଚ ମଧ୍ୟ ନିଜେ ତୁଲାଉଛନ୍ତି। […]

malaika-arbaaz

Rakesh Mallick
  • Published: Monday, 21 March 2016
  • , Updated: 21 March 2016, 03:27 PM IST

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ଓ ଅରବାଜ୍ ଖାନ୍‌ଙ୍କ ଛାଡ଼ପତ୍ର ନେଇ ଆଉ ଏକ କଥା ସାମ୍ନାକୁ ଆସିଛି। ଅରବାଜ୍ ଖାନଙ୍କ ଅସଫଳ କ୍ୟାରିୟର୍ ପାଇଁ ଦୁହିଁଙ୍କ ୧୮ ବର୍ଷର ସମ୍ପର୍କରେ ଭଟ୍ଟା ପଡ଼ିଥିବା ଜଣାପଡ଼ିଛି।

ଏକ ରିପୋର୍ଟ ଅନୁସାରେ ମଲାଇକା ଶୀଘ୍ର ଅରବାଜଙ୍କୁ ଛାଡପତ୍ର ଦେବାକୁ ମନ ସ୍ଥିର କରି ସାରିଛନ୍ତି ଓ ନିଜେ ହିଁ ତାଙ୍କ ପୁଅ ଅରହାନର ପାଳନ ପୋଷଣ କରୁଛନ୍ତି। ଏହାସହ ପୁଅର ପାଠପଢା ଖର୍ଚ୍ଚ ମଧ୍ୟ ନିଜେ ତୁଲାଉଛନ୍ତି।

ମଲାଇକା ଦୀର୍ଘ ଦିନ ହେବ ଅରବାଜ୍‌ଙ୍କ ଅସଫଳ କ୍ୟାରିୟର୍‌ ପାଇଁ ଚିନ୍ତିତ ଥିଲେ। କିଛିବର୍ଷ ହେବ ଅରବାଜ୍ ସଲମାନ୍‌ଙ୍କ ଛତ୍ରଛାୟାରେ ରହୁଥିବାରୁ ମଲାଇକା ଏହାକୁ ପସନ୍ଦ କରୁ ନ ଥିଲେ। ଏହାସହ ଅରବାଜ୍‌ଙ୍କ ପରିବାରରେ ମଲାଇକାଙ୍କୁ ଅଜଣା ବ୍ୟକ୍ତି ଭାବେ ବ୍ୟବହାର କରାଯାଉଥିବା ସେ ଅନୁଭବ କରୁଥିଲ, ଯାହାକୁ ନେଇ ସେ ଅତିଷ୍ଠ ହୋଇଯାଇଥିଲେ। ଏହାକୁ ନେଇ ଅରବାଜ୍ ଓ ମଲାଇକାଙ୍କ ମଧ୍ୟରେ କିଛିଦିନ ହେବ ମନମାଳିନ୍ୟ ଲାଗି ରହିଥିଲା।

Related story