ମୁମ୍ବାଇ: ‘ଲଭୟାତ୍ରୀ’ ସିନେମା ଜରିଆରେ ବି-ଟାଉନ୍ରେ ଡେବ୍ୟୁ କରିଥିବା ସଲ୍ମାନ୍ଙ୍କ ଭିଣୋଇ (ଅର୍ପିତାଙ୍କ ସ୍ୱାମୀ) ଆୟୁଷ ଶର୍ମାଙ୍କର ଆଉ ଏକ ଫିଲ୍ମ ଆସୁଛି। ଏହି ଫିଲ୍ମରେ ସେ ପୂରା ନୂଆ ରୂପରେ ଆସୁଛନ୍ତି। ଏଥିରେ ତାଙ୍କୁ ପୂରା ରଫ୍ ଆଣ୍ଡ୍ ଟଫ୍ ଅନ୍ଦାଜରେ ଦେଖିବାକୁ ମିଳିବ। ତାଙ୍କର ଅପ୍କମିଂ ଫିଲ୍ମର ନାଁ ‘କ୍ୱାଥା’। ଏଥିରେ ସେ ଜଣେ ଆର୍ମି ଅଫିସର୍ ଭୂମିକାରେ ଅଭିନୟ କରିବେ।
https://twitter.com/aaysharma/status/1134372908766117888
ସିନେମାଟି ଏବେ ସ୍କ୍ରିପଟିଂ ଏବଂ ପ୍ରି-ପ୍ରଡକ୍ସନ ଷ୍ଟେଜ୍ରେ ଥିବାବେଳେ ନିଜ ଚରିତ୍ର ପାଇଁ କସରତ ଆରମ୍ଭ କରିଦେଇଛନ୍ତି ଆୟୁଷ। ସୋଶାଲ୍ ଆକାଉଣ୍ଟରେ ନିଜର ଏକ ନୂଆ ଲୁକ୍ ପୋଷ୍ଟ କରି ସେ ଲେଖିଛନ୍ତି, ‘ଫ୍ରେଶ୍ ଲୁକ୍ ଫର୍ ଫ୍ରେଶ୍ ଷ୍ଟାର୍ଟ’। ସିନେମାଟିକୁ ସୁନୀଲ ଜୈନ୍ ଏବଂ ଆଦିତ୍ୟ ଯୋଶୀ ପ୍ରଡ୍ୟୁସ୍ କରୁଥିବାବେଳେ ଚଳିତବର୍ଷ ସେପ୍ଟେମ୍ବର ଶେଷ ଆଡ଼କୁ ଏହାର ଶୁଟିଂ ଆରମ୍ଭ ହେବ।
https://www.instagram.com/p/BxP4BRXlFMA/?utm_source=ig_web_copy_link
ସଲ୍ମାନ୍ ଖାନ୍ ଫିଲ୍ମସ୍ ବ୍ୟାନର୍ରେ ନିର୍ମିତ ଫିଲ୍ମ୍ ‘ଲଭ୍ୟାତ୍ରୀ’ ଜରିଆରେ ଆୟୁଷ ବଲିଉଡ୍ରେ ଡେବ୍ୟୁ କରିଥିଲେ। ତାଙ୍କ ସହ ନବାଗତ ଅଭିନେତ୍ରୀ ୱାରିନା ହୁସେନ୍ ମଧ୍ୟ ଏହି ଫିଲ୍ମରେ ଡେବ୍ୟୁ କରିଥିଲେ। ତେବେ ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ବିଭିନ୍ନ କାରଣକୁ ନେଇ ବିବାଦ ଘେରରେ ରହିଥିଲା। ଏପରିକି ଫିଲ୍ମର ନାଁ ମଧ୍ୟ ବଦଳିଥିଲା। ଫିଲ୍ମର ନାଁ ପ୍ରଥମେ ‘ଲଭ୍ରାତ୍ରୀ’ ରଖାଯାଇଥିଲା। ପରେ ଏହାକୁ ‘ଲଭ୍ୟାତ୍ରୀ’ ରଖାଯାଇ ରିଲିଜ୍ କରାଯାଇଥିଲା। ଫିଲ୍ମଟି ବକ୍ସ ଅଫିସ୍ରେ ଏତେଟା କମାଲ କରିପାରିଲା ନାହିଁ ସତ, କିନ୍ତୁ ଆୟୁଷଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ।