ମଧ୍ୟାହ୍ନ ଭୋଜନ ପାଚିକାରୁ କୋଟିପତି

ମୁମ୍ୱାଇ : ‘କୌନ୍‌ ବନେଗା କରୋଡ୍‌ପତି’ ସିଜନ୍‌ ୧୧କୁ ତା’ର ଦ୍ୱିତୀୟ କୋଟିପତି ମିଳି ଯାଇଛନ୍ତି। ମାସକୁ ୧୫୦୦ ଟଙ୍କା ରୋଜଗାର କରୁଥିବା ଜଣେ ପାଚିକା ଏହି ଶୋ’ରେ ୧ କୋଟି ଟଙ୍କା ଜିତିଛନ୍ତି। ତାଙ୍କ ନାଁ ବବିତା ତାଡ଼େ। ତାଙ୍କ ଅବସ୍ଥା ଏମିତି ଥିଲା ଯେ ସେ ନିଜ ପାଇଁ ଭଲ ଫୋନ୍‌ଟିଏ ମଧ୍ୟ କିଣି ପାରୁ ନଥିଲେ। ଏହା ଜାଣିବା ପରେ ଅମିତାଭ ବଚ୍ଚନ ତାଙ୍କୁ ଗୋଟିଏ ଓପୋ ଫୋନ୍ ମଧ୍ୟ ଉପହାର ସ୍ୱରୂପ […]

kbc

Puspanjali Panda
  • Published: Friday, 20 September 2019
  • , Updated: 20 September 2019, 11:43 AM IST

ମୁମ୍ୱାଇ : ‘କୌନ୍‌ ବନେଗା କରୋଡ୍‌ପତି’ ସିଜନ୍‌ ୧୧କୁ ତା’ର ଦ୍ୱିତୀୟ କୋଟିପତି ମିଳି ଯାଇଛନ୍ତି। ମାସକୁ ୧୫୦୦ ଟଙ୍କା ରୋଜଗାର କରୁଥିବା ଜଣେ ପାଚିକା ଏହି ଶୋ’ରେ ୧ କୋଟି ଟଙ୍କା ଜିତିଛନ୍ତି। ତାଙ୍କ ନାଁ ବବିତା ତାଡ଼େ। ତାଙ୍କ ଅବସ୍ଥା ଏମିତି ଥିଲା ଯେ ସେ ନିଜ ପାଇଁ ଭଲ ଫୋନ୍‌ଟିଏ ମଧ୍ୟ କିଣି ପାରୁ ନଥିଲେ। ଏହା ଜାଣିବା ପରେ ଅମିତାଭ ବଚ୍ଚନ ତାଙ୍କୁ ଗୋଟିଏ ଓପୋ ଫୋନ୍ ମଧ୍ୟ ଉପହାର ସ୍ୱରୂପ ଦେଇଥିଲେ।

ବବିତା ହେଉଛନ୍ତି ମହାରାଷ୍ଟ୍ରର ଅମରାବତୀର ବାସିନ୍ଦା। ସେ ଏକ ସ୍କୁଲ୍‌ରେ ସେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରନ୍ତି। ସେ ସ୍କୁଲ୍‌ରେ ୪୫୦ ପିଲା ପଢ଼ନ୍ତି। ସେ ସେମାନଙ୍କ ପାଇଁ ଖେଚୁଡ଼ି ତିଆରି କରନ୍ତି। ସେଥିରୁ ତାଙ୍କୁ ମାସିକ ୧୫୦୦ ଟଙ୍କା ବେତନ ମିଳେ। ଏତେ କମ୍‌ ଟଙ୍କା ମିଳୁଥିବା ସତ୍ତ୍ୱେ ତାଙ୍କ ଖେଚୁଡ଼ିକୁ ପିଲାମାନେ ବେଶ୍ ପସନ୍ଦ କରୁଥିବାରୁ ତାଙ୍କୁ ଆତ୍ମସନ୍ତୋଷ ମିଳେ ବୋଲି ସେ ଶୋ’ରେ ଅମିତାଭ ବଚ୍ଚନଙ୍କୁ କହିଥିଲେ।

ବବିତା ୧ କୋଟି ଟଙ୍କା ଜିତିବା ପରେ ଆହୁରି ଆଗକୁ ଯାଇପାରିଥା’ନ୍ତେ। ତେବେ ୭ କୋଟି ପାଇଁ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ସେ ସ୍ପଷ୍ଟ ଭାବେ ଜାଣି ନଥିବାରୁ ଏଥିରୁ ଓହରି ଯାଇଥିଲେ।

 

https://www.instagram.com/p/B2ipV45gTRb/?utm_source=ig_web_copy_link

୧ କୋଟି ଟଙ୍କା ଜିତିବା ପରେ ବବିତା ତାଙ୍କ ସ୍ୱାମୀଙ୍କୁ ଭାରତ ଭ୍ରମଣରେ ନେବା ସହ ତାଙ୍କ ଗାଁରେ ଗୋଟିଏ ଶିବ ମନ୍ଦିର ନିର୍ମାଣ କରିବେ ବୋଲି କହିଥିଲେ।

କେଉଁ ପ୍ରଶ୍ନର ଉତ୍ତର ଦେଇ ୧ କୋଟି ଟଙ୍କା ଜିତିଲେ ବବିତା?

ମୋଗଲ ଶାସକ ବାହାଦୂର ଶାହ ଜାଫରଙ୍କ ଦରବାରର କେଉଁ କବି ଦାସ୍ତାନ୍‌-ଏ-ଗଦର୍‌ ଲେଖିଥିଲେ? ଏଥିରେ ସେ ୧୮୫୭ ସିପାହୀ ବିଦ୍ରୋହ ସମୟର ନିଜ ଅନୁଭୂତିକୁ ବର୍ଣ୍ଣନା କରିଥିଲେ।

ଏହି ପ୍ରଶ୍ନ ପାଇଁ ଅପସନ୍‌ ଥିଲା :
୧. ମୀର ତକି ମୀର
୨. ମହମ୍ମଦ ଇବ୍ରାହିମ୍‌ ଜୌକ୍‌
୩. ଜହୀର ଦେହଲବୀ
୪. ଅବୁ ଅଲ୍ କାସୀମ୍‌ ଫିରଦୌସୀ
ଏହି ପ୍ରଶ୍ନର ଠିକ୍‌ ଉତ୍ତର ଥିଲା ଜହୀର ଦେହଲବୀ। ଆଉ ବବିତା ଏହି ଉତ୍ତର ହିଁ ଦେଇଥିଲେ।

ସୂଚନାଯୋଗ୍ୟ, ବବିତା ଏହି ଏପିସୋଡ୍‌ରେ ୧ କୋଟି ଟଙ୍କା ଜିତିଥିବା ନେଇ ପୂର୍ବରୁ ଜଣାପଡ଼ି ସାରିଥିଲା। ଏହି ଏପିସୋଡ୍‌ ପ୍ରସାରିତ ହେବା ପୂର୍ବରୁ ଚାଲିଥିବା ପ୍ରୋମୋ ଦେଖି ଏହି ଆଭାସ ମିଳିସାରିଥିଲା।

 

Related story