ପୁଣି ଏକାଠି ହେଲେ ବାବୁସାନ୍‌-ଭୂମିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣିଥରେ ଏକାଠି ହେବେ ସୁପର୍‌ଷ୍ଟାର୍‌ ବାବୁସାନ୍‌ ମହାନ୍ତି ଏବଂ ଚୁଲ୍‌ବୁଲି ନାୟିକା ଭୂମିକା ଦାସ। ତରଙ୍ଗ ସିନେ ପ୍ରଡକ୍ସନ୍ସ ପୁଣି ଏ ଦୁହିଁକୁ ଏକାଠି କରିଛି। ନିର୍ମାଣ ହେବାକୁ ଯାଉଛି ଫିଲ୍ମ ‘ଶ୍ରୀମାନ୍‌ ସୁରଦାସ’। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍‌ ଏବଂ ଭୂମିକା। ଫିଲ୍ମର ମହୂରତ ସରି ଶୁଟିଂ ଆରମ୍ଭ ହୋଇଗଲାଣି। ଫିଲ୍ମଟି ଦୂର୍ଗାପୂଜାରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଅଶୋକ ପତି ଦେଉଥିବା ବେଳେ କାର୍ଯ୍ୟନିର୍ବାହୀ ପ୍ରଯୋଜକ ରହିଛନ୍ତି […]

bhumika

Ordigital Desk
  • Published: Tuesday, 14 August 2018
  • , Updated: 14 August 2018, 11:11 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣିଥରେ ଏକାଠି ହେବେ ସୁପର୍‌ଷ୍ଟାର୍‌ ବାବୁସାନ୍‌ ମହାନ୍ତି ଏବଂ ଚୁଲ୍‌ବୁଲି ନାୟିକା ଭୂମିକା ଦାସ।

ତରଙ୍ଗ ସିନେ ପ୍ରଡକ୍ସନ୍ସ ପୁଣି ଏ ଦୁହିଁକୁ ଏକାଠି କରିଛି। ନିର୍ମାଣ ହେବାକୁ ଯାଉଛି ଫିଲ୍ମ 'ଶ୍ରୀମାନ୍‌ ସୁରଦାସ'। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍‌ ଏବଂ ଭୂମିକା। ଫିଲ୍ମର ମହୂରତ ସରି ଶୁଟିଂ ଆରମ୍ଭ ହୋଇଗଲାଣି।

ଫିଲ୍ମଟି ଦୂର୍ଗାପୂଜାରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଅଶୋକ ପତି ଦେଉଥିବା ବେଳେ କାର୍ଯ୍ୟନିର୍ବାହୀ ପ୍ରଯୋଜକ ରହିଛନ୍ତି ଦେଵୀଦତ୍ତ ମହାନ୍ତି।

ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ଅପରାଜିତା, ବବି ମିଶ୍ର ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ଆପଣ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ।

ସୂଚନାଯୋଗ୍ୟ, ତରଙ୍ଗ ସିନେପ୍ରଡକ୍ସନ୍ସର ଆଉ ଏକ ଫିଲ୍ମ 'ପ୍ରେମ୍‌ କୁମାର' ମଧ୍ୟ ଦଶହରାରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅନୁଭବଙ୍କ ସହ ଦୁଇ ଜଣ ଅଭିନେତ୍ରୀ ଶିବାନୀ ଏବଂ ତମନ୍ନା ନଜରକୁ ଆସିବେ। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ ହେଉଥିବା ଶୁଣିବାକୁ ମିଳୁଛି।

Related story