ଝୁମିଲା ହଲ୍, ବାବୁସାନ ମାର୍କା ଟି-ସାର୍ଟ ପିନ୍ଧି ଡିଜେ ଡ୍ୟାନ୍ସ କଲେ ଫ୍ୟାନ୍

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଦଶହରା ବଜାରରେ ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ରିଲିଜ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ ହିରୋନଂ-୧। ବାବୁସାନ୍ ଓ ଭୂମିକା ଅଭିନୀତ ଏହି ଫିଲ୍ମକୁ ଦର୍ଶକମାନେ ଭରପୂର ଏଞ୍ଜୟ କରିବା ସହ ଦମଦାର ସ୍ୱାଗତ କରିଛନ୍ତି। ଗତକାଲି ଭୁବନେଶ୍ୱର ଶ୍ରୀୟା ଓ କଟକର ଜୟଶ୍ରୀ ହଲ୍ ସମେତ ସାରା ରାଜ୍ୟର ୭୦ରୁ ଅଧିକ ହଲ୍ ରେ ରିଲିଜ୍ ହୋଇଛି। ତେବେ ଗତକାଲି ଫ।ଷ୍ଟ ଡେ ଫ।ଷ୍ଟ ସୋ ଦେଖିବାକୁ ଯାଇଥିବା ଦର୍ଶକ ହଲ୍ ଭିତରେ ହିଁ ବୋବାଲ କରିଥିଲେ। ବାବୁସାନଙ୍କ ପ୍ରଶଂସକ ଭିଡ଼ ଲାଗି ରହିଥିଲା ଉଭୟ ଫିଲ୍ମ ହଲ ଭିତରେ ଓ ବାହାରେ। ବାବୁସାନଙ୍କ ହିରୋ ନଂ-୧ ଫଟୋ ଥିବା ଟି-ସାର୍ଟ ପିନ୍ଧି ଟାଇଟଲ୍ ଗୀତର ତାଳେ ତାଳେ ସମଷ୍ତେ ଜବରଦସ୍ତ ନାଚୁଥିଲେ। ଠିକ୍ ଏହି ସମୟରେ ହିଁ ହଲରେ ପହଞ୍ଚିଥିଲେ ବାହୁସାନ୍। ବାବୁସାନଙ୍କୁ ପାଇବା ପରେ ସତେ ଯେମିତି ଫ୍ୟାନ୍ସଙ୍କ ଖୁସି ଦ୍ବିଗୁଣିତ ହୋଇଯାଇଥିଲା। ସମସ୍ତେ ତାଙ୍କୁ ଆଲିଙ୍ଗନ କରି ସେଲଫି ନେବାରେ ଲାଗିଥିଲେ। ଗ୍ରାଣ୍ଡ ପ୍ରିମିୟମରେ ଫିଲ୍ମ ହଲରେ ଅନେକ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଫିଲ୍ମ ଦେଖିବା ପରେ ମଧ୍ୟ ଦର୍ଶକମାନେ ଭଲ ପ୍ରତିକ୍ରିୟା ରଖିଛନ୍ତି।

ଆହୁରି ପଢ଼ନ୍ତୁ

‘ସୁଶାନ୍ତ ସିଂହ ରାଜପୁତ ହତ୍ୟା ପଛରେ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ’

ମୁମ୍ବାଇର ଗୋଟେ ଚଲ୍‌ରେ କଟିଥିଲା ସରୋଜଙ୍କ ପିଲାଦିନ, ଜଣେ ଡାକ୍ତରଙ୍କ ପାଇଁ ମିଳିଥିଲା କାମ

ଐଶ୍‌ଙ୍କ ଫଟୋ ଦେଖି ରାଗି ଯାଇଥିଲା ବଚ୍ଚନ ପରିବାର

କାହା ସହିତ ଶୋଇବା ଶର୍ଟକଟ ନୁହେଁ, ଏକ ଚଏସ : କାଷ୍ଟିଂ କାଉଚକୁ ନେଇ ଏମିତି କହିଲେ ପ୍ରକୃତି ମିଶ୍ର

ସେଲିବ୍ରେଟି କ୍ୟାଲେଣ୍ଡର ୨୦୨୦: ଜବରଦସ୍ତ ଲୁକ୍‌ରେ ଏଲିନା ଓ ଅନୁଭା

ସୋଶାଲ ମିଡିଆରେ ଆଉ ଜଣେ ସୁଶାନ୍ତ

‘ଲୋକଙ୍କ ଘଣ୍ଟା ଚୋରି କରନ୍ତି ଅକ୍ଷୟ କୁମାର’

ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍

ପିତାଙ୍କ ଶେଷକୃତ୍ୟର ପ୍ରସ୍ତୁତି କରୁଛନ୍ତି ଜାଭେଦ୍

କଙ୍ଗନାଙ୍କ ପ୍ରଶ୍ନ: ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ମହେଶ କାହିଁକି ଏତେ ଆଗ୍ରହୀ

‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ