‘ବାଗି’ର ନୂଆ ସଙ୍ଗ୍ ‘ସବ୍ ତେରା’

ମୁମ୍ୱାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାଗି’ର ଆସିଛି ନୂଆ ଗୀତ ‘ସବ୍ ତେରା’। ଏହି ଗୀତରେ ରହିଛି ଟାଇଗର ଏବଂ ଶ୍ରଦ୍ଧାଙ୍କ ସିଜିଲିଂ କେମେଷ୍ଟ୍ରି। ସୁନ୍ଦର ଲୋକେସନ୍ ସାଙ୍ଗକୁ ଫ୍ରେଶ୍‌ ପେୟାରିଂ ଟାଇଗର ଏବଂ ଶ୍ରଦ୍ଧାଙ୍କ ଯୋଡିକୁ ନେଇ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସବୀର ଖାନ୍। ପୂର୍ବରୁ ବାଗିର୍ ଟ୍ରେଲର୍ ଦର୍ଶକଙ୍କ ପସନ୍ଦ ଆସିଥିଲା। ଏବେ ଏହି ଗୀତ  ସିନେ ପ୍ରେମୀଙ୍କୁ ଆହୁରି ମନୋରଞ୍ଜନର ଖୋରାକ ଯୋଗାଇଛି। ଏହି ଗୀତରେ ପ୍ରଥମ ଥର ଲାଗି  ବିକିନି ସିନ୍‌ରେ […]

sradha

Rakesh Mallick
  • Published: Saturday, 19 March 2016
  • , Updated: 19 March 2016, 12:06 PM IST

ମୁମ୍ୱାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାଗି’ର ଆସିଛି ନୂଆ ଗୀତ ‘ସବ୍ ତେରା’। ଏହି ଗୀତରେ ରହିଛି ଟାଇଗର ଏବଂ ଶ୍ରଦ୍ଧାଙ୍କ ସିଜିଲିଂ କେମେଷ୍ଟ୍ରି। ସୁନ୍ଦର ଲୋକେସନ୍ ସାଙ୍ଗକୁ ଫ୍ରେଶ୍‌ ପେୟାରିଂ ଟାଇଗର ଏବଂ ଶ୍ରଦ୍ଧାଙ୍କ ଯୋଡିକୁ ନେଇ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସବୀର ଖାନ୍। ପୂର୍ବରୁ ବାଗିର୍ ଟ୍ରେଲର୍ ଦର୍ଶକଙ୍କ ପସନ୍ଦ ଆସିଥିଲା। ଏବେ ଏହି ଗୀତ  ସିନେ ପ୍ରେମୀଙ୍କୁ ଆହୁରି ମନୋରଞ୍ଜନର ଖୋରାକ ଯୋଗାଇଛି। ଏହି ଗୀତରେ ପ୍ରଥମ ଥର ଲାଗି  ବିକିନି ସିନ୍‌ରେ ଶ୍ରଦ୍ଧା ନଜର ଆସୁଥିବା ବେଳେ ହିରୋପନ୍ଥୀ ଫେମ୍ ଟାଇଗର୍ ମଧ୍ୟ ଆସୁଛନ୍ତି ଏକ ଅଲଗା ଲୁକ୍‌ରେ। ଅନମୋଲ୍ ଏବଂ ଅମାଲ୍‌ ମଲ୍ଲିକ୍  ମ୍ୟୁଜିକ୍‌ର ନିର୍ଦ୍ଦେଶନା ଦେଇଥିବା ବେଳେ ଅମରମାନ୍ ମଲ୍ଲିକ୍ ଏବଂ  ନିଜେ ଶ୍ରଦ୍ଧା ଏହି ଗୀତ ପାଇଁ କଣ୍ଠଦାନ କରିଛନ୍ତି।

ଆସନ୍ତା ଏପ୍ରିଲ୍‌ ୨୯ରେ  ଟାଇଗର-ଶ୍ରଦ୍ଧା ଷ୍ଟାରର ଫିଲ୍ମ ‘ବାଗି’ ପରଦାକୁ ଆସିବ।

Related story