ଆସିଲା  ବାହୁବଳୀ-୨ର  ଅଫିସିଆଲ ଟ୍ରେଲର

  ମୁମ୍ବାଇ: ଆଜି ରିଲିଜ୍ ହୋଇଛି ବାହୁବଳୀ-୨ର ଅଫିସିଆଲ ଟ୍ରେଲର। ବହୁ ପ୍ରତିକ୍ଷିତ ଏହି ସିନେମାର ଟ୍ରେଲରଟି  ତ୍ରିଭାସୀ ତଥା ତେଲଗୁ, ହିନ୍ଦୀ ଏବଂ ତାମିଲ ଭାଷାରେ ରିଲିଜ୍ ହୋଇଛି। ୨.୨୦ ମିନିଟିର ଏହି ଭିଡିଓକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ ରୋମାଞ୍ଚ ସୃଷ୍ଟିକରିପାରିଛି। ସକାଳ ୯ଟାରେର ରିଲିଜ୍ ହେବା ପରେ ଏହାକୁ ଲକ୍ଷାଧିକ ଦର୍ଶକ ଦେଖିସାରିଲେଣି। ଏହି ଚ୍ଚଳଚିତ୍ରଟି ଆସନ୍ତା ୨୮ ତାରିଖରେ ପରଦାକୁ ଆସିବ। ହେଲେ ଫିଲ୍ମର ମ୍ୟୁଜିକ୍ ରିଲିଜ୍ ନେଇ କୌଣସ ଘୋଷଣା […]

bahubali

Rakesh Mallick
  • Published: Thursday, 16 March 2017
  • , Updated: 16 March 2017, 03:50 PM IST

 

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ବାହୁବଳୀ-୨ର ଅଫିସିଆଲ ଟ୍ରେଲର। ବହୁ ପ୍ରତିକ୍ଷିତ ଏହି ସିନେମାର ଟ୍ରେଲରଟି  ତ୍ରିଭାସୀ ତଥା ତେଲଗୁ, ହିନ୍ଦୀ ଏବଂ ତାମିଲ ଭାଷାରେ ରିଲିଜ୍ ହୋଇଛି। ୨.୨୦ ମିନିଟିର ଏହି ଭିଡିଓକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ ରୋମାଞ୍ଚ ସୃଷ୍ଟିକରିପାରିଛି। ସକାଳ ୯ଟାରେର ରିଲିଜ୍ ହେବା ପରେ ଏହାକୁ ଲକ୍ଷାଧିକ ଦର୍ଶକ ଦେଖିସାରିଲେଣି। ଏହି ଚ୍ଚଳଚିତ୍ରଟି ଆସନ୍ତା ୨୮ ତାରିଖରେ ପରଦାକୁ ଆସିବ। ହେଲେ ଫିଲ୍ମର ମ୍ୟୁଜିକ୍ ରିଲିଜ୍ ନେଇ କୌଣସ ଘୋଷଣା କରାଯାଇ ନାହିଁ।  ଫିଲ୍ମରେ ପ୍ରଭାସ,ରାଣାଡୁ ଗୁବତି, ଅନୁସ୍କା ସେଟୀ, ତମନ୍ନା ଏବଂ ସତ୍ୟରାଜ ମୁଖ୍ୟ ଭୂମିକାରେ ଅଛନ୍ତି। ଦର୍ଶକମାନେ ଏଥିରେ ଦମଦାର ଆକ୍ସନ ସହ ଆନିମେସନ କୁ ଉପଭୋଗ କରିପାରିବେ।  ଏସଏସ ରାଜା ମୌଲି ଏହି ଫିଲ୍ମରେ ନିର୍ଦେଶନା ଦେଇଛନ୍ତି। କୁହାଯାଉଛି ବାହୁବଳୀ-୧ ଠାରୁ ଏହି ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ହିଟ୍ କରିବ।

Related story