‘ବାହୁବଲୀ-2’କୁ ଟକ୍କର ଦେବେ ସଚିନ୍‌

ମୁମ୍ବାଇ: ‘ବାହୁବଲୀ’ ସଫଳତା ପରେ ‘ବାହୁବଲୀ-2’ ପରଦା ଉପରକୁ ଆସିବାକୁ ସମସ୍ତେ ଅନାଇ ବସିଛନ୍ତି। ସବୁ ଅପେକ୍ଷାର ଅନ୍ତ କରି ଆସନ୍ତାବର୍ଷ ଏପ୍ରିଲରେ ଏହା ପରଦାକୁ ଆସିବାକୁ ଯାଉଛି। ତେବେ ‘ବାହୁବଲୀ-2’କୁ ଟକ୍କର ଦେବାକୁ ଆସୁଛନ୍ତି ସଚିନ୍‌ ତେନ୍ଦୁଲକର। ଶୁଣିବାକୁ ମିଳୁଛି ସଚିନ୍‌ଙ୍କ ଉପରେ ନିର୍ମିତ ହେଉଥିବା ଫିଲ୍ମ ‘ସଚିନ୍‌ ଏ ବଲିୟନ ଡ୍ରିମ୍ସ’ ଏପ୍ରିଲରେ ରିଲିଜ ହେବ। ଯଦି ଏହା ସତ ହୋଇଥାଏ ତେବେ ଆସନ୍ତା ଏପ୍ରିଲରେ ‘ସଚିନ୍‌-ଏ-ବଲିୟନ ଡ୍ରିମ୍ସ’ ଏବଂ ‘ବାହୁବଲୀ-2’ ମଧ୍ୟରେ ହେବାକୁ […]

bahubali-sachin

Rakesh Mallick
  • Published: Friday, 18 November 2016
  • , Updated: 18 November 2016, 06:04 PM IST

ମୁମ୍ବାଇ: ‘ବାହୁବଲୀ’ ସଫଳତା ପରେ ‘ବାହୁବଲୀ-2’ ପରଦା ଉପରକୁ ଆସିବାକୁ ସମସ୍ତେ ଅନାଇ ବସିଛନ୍ତି। ସବୁ ଅପେକ୍ଷାର ଅନ୍ତ କରି ଆସନ୍ତାବର୍ଷ ଏପ୍ରିଲରେ ଏହା ପରଦାକୁ ଆସିବାକୁ ଯାଉଛି। ତେବେ ‘ବାହୁବଲୀ-2’କୁ ଟକ୍କର ଦେବାକୁ ଆସୁଛନ୍ତି ସଚିନ୍‌ ତେନ୍ଦୁଲକର। ଶୁଣିବାକୁ ମିଳୁଛି ସଚିନ୍‌ଙ୍କ ଉପରେ ନିର୍ମିତ ହେଉଥିବା ଫିଲ୍ମ ‘ସଚିନ୍‌ ଏ ବଲିୟନ ଡ୍ରିମ୍ସ’ ଏପ୍ରିଲରେ ରିଲିଜ ହେବ। ଯଦି ଏହା ସତ ହୋଇଥାଏ ତେବେ ଆସନ୍ତା ଏପ୍ରିଲରେ ‘ସଚିନ୍‌-ଏ-ବଲିୟନ ଡ୍ରିମ୍ସ’ ଏବଂ ‘ବାହୁବଲୀ-2’ ମଧ୍ୟରେ ହେବାକୁ ଥିବା ଟକ୍କରକୁ ନେଇ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଗଲାଣି।

‘ବାହୁବଲୀ’ର ସଫଳତା ପରେ ଏହାର ସିକ୍ୱେଲ ‘ବାହୁବଲୀ-2’ ଆସିବାକୁ ନେଇ ସମସ୍ତେ ଅନାଇ ବସିଛନ୍ତି। ଏହି ଫିଲ୍ମ ରିଲିଜ୍‌ ହେବା ପରେ ସମସ୍ତ ଫିଲ୍ମର ରେକର୍ଡ କାଟି ଦେବ ବୋଲି ଚର୍ଚ୍ଚା ହେଉଛି। ଏପରିସ୍ଥିତିରେ ଅନ୍ୟ ନିର୍ଦ୍ଦେଶକମାନେ ଏହି ସମୟରେ ସେମାନଙ୍କ ଫିଲ୍ମ ରିଲିଜ୍‌ କରିବାକୁ ଭୟ କରୁଛନ୍ତି।

‘ବାହୁବଲୀ-2’ ସହ ‘ସଚିନ୍‌ ଏ ବିଲିୟନ ଡ୍ରିମ୍ସ’ ରିଲିଜ ହେବା ନେଇ କୌଣସି ଘୋଷଣା କରାଯାଇନାହିଁ। ତଥାପି ଏପରି ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

Related story