ଆସନ୍ତାକାଲି ରିଲିଜ୍ ହେବ ‘ବାହୁବଲୀ-୨’ର ଟ୍ରେଲର, ପ୍ରଯୋଜକ ନର୍ଭସ

ମୁମ୍ବାଇ: ଦର୍ଶକଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଥିବା ବହୁ ଚର୍ଚ୍ଚିତ ଫିଲ୍ମ ‘ବାହୁବଲୀ-୨’ର ଟ୍ରେଲର ଆସନ୍ତାକାଲି ରିଲିଜ୍ ହେବ। ଟ୍ରେଲର ରିଲିଜ୍ ହେବା ପୂର୍ବରୁ ନର୍ଭସ ହୋଇଯାଇଛନ୍ତି ପ୍ରଯୋଜକ ଶୋବୁ ୟାରଲଗଡ୍ଡା। ସେ ଆଶାବଦୀ ଯେ ଟ୍ରେଲର ଦର୍ଶକଙ୍କୁ ଭଲ ଲାଗିବ। ଶୋବୁ ଏହି ଫିଲ୍ମର ତେଲଗୁ ସଂସ୍କରଣ ଟ୍ରେଲରକୁ ମିଳିଥିବା ସେନ୍‌ସର ସାର୍ଟିଫିକେଟ୍‌କୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ସେଥିରୁ ଜଣାପଡ଼ୁଛି ଯେ ‘ବାହୁବଲୀ-୨’କୁ ସିବିଏଫ୍‌ସି U/A ସାର୍ଟିଫିକେଟ୍‌ ଦେଇଛି। ଟ୍ରେଲର ଅବଧି ୨ ମିନିଟ୍ ୨୦ […]

bahubali2

Rakesh Mallick
  • Published: Wednesday, 15 March 2017
  • , Updated: 15 March 2017, 01:38 PM IST

ମୁମ୍ବାଇ: ଦର୍ଶକଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଥିବା ବହୁ ଚର୍ଚ୍ଚିତ ଫିଲ୍ମ ‘ବାହୁବଲୀ-୨’ର ଟ୍ରେଲର ଆସନ୍ତାକାଲି ରିଲିଜ୍ ହେବ। ଟ୍ରେଲର ରିଲିଜ୍ ହେବା ପୂର୍ବରୁ ନର୍ଭସ ହୋଇଯାଇଛନ୍ତି ପ୍ରଯୋଜକ ଶୋବୁ ୟାରଲଗଡ୍ଡା। ସେ ଆଶାବଦୀ ଯେ ଟ୍ରେଲର ଦର୍ଶକଙ୍କୁ ଭଲ ଲାଗିବ। ଶୋବୁ ଏହି ଫିଲ୍ମର ତେଲଗୁ ସଂସ୍କରଣ ଟ୍ରେଲରକୁ ମିଳିଥିବା ସେନ୍‌ସର ସାର୍ଟିଫିକେଟ୍‌କୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ସେଥିରୁ ଜଣାପଡ଼ୁଛି ଯେ ‘ବାହୁବଲୀ-୨’କୁ ସିବିଏଫ୍‌ସି U/A ସାର୍ଟିଫିକେଟ୍‌ ଦେଇଛି। ଟ୍ରେଲର ଅବଧି ୨ ମିନିଟ୍ ୨୦ ସେକେଣ୍ଡ ରହିଛି। ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ୨୫୦ ଥିଏଟରରେ ସକାଳ ୯ଟାରୁ ୧୦ଟା ମଧ୍ୟରେ ରିଲିଜ୍ ହେବ। ସନ୍ଧ୍ୟା ୬ଟାରେ ଏହାର ଅନ୍‌ଲାଇନ୍ ରିଲିଜ୍ କରାଯିବ।

ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏପ୍ରିଲ୍ ୨୮ ତାରିଖରେ ରିଲିଜ୍ ହେବ।

Related story