‘ଇଣ୍ଡିଗୋ ଏୟାରଲାଇନ୍ସରେ ଯାତ୍ରା ସବୁଠୁ ଖରାପ ଅନୁଭୂତି’

ବେଙ୍ଗାଲୁର:ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ରାଗି ପାଚି ଲାଲ ହେଲେ ‘ବାହୁବଲୀ’ ଫେମ୍‌ ରାଣା ଦଗୁବତୀ । ଏହି ବେସାମରିକ ବିମାନରେ ଯିବା ସବୁଠୁ ଖରାପ ଅନଭୂତି, ଏଠାକାର ଷ୍ଟାଫ୍‌ଙ୍କର ଦାୟିତ୍ୱବୋଧ ନ ଥିବା ବି କହିବାକୁ ପଛାଇ ନାହାନ୍ତି ଅଭିନେତାଜଣକ ।  ଇଣ୍ଡିଗୋ ଏୟାରଲାଇନ୍ସରେ ଯିବା ବେଳେ ନିଜ ସାମଗ୍ରୀ ଚୋରି ହୋଇଯିବା ପରେ ଏପରି ଖପ୍ପା ଯାଇଛନ୍ତି ରାଣା ଡାଗୁବତୀ । ରାଣା ଦଗୁବତୀ  ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଇଣ୍ଡିଗୋ ଏୟାରଲାଇନ୍ସରେ ପରିବାର […]

rana

  • Published: Monday, 05 December 2022
  • , Updated: 05 December 2022, 12:36 PM IST

ବେଙ୍ଗାଲୁର:ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ରାଗି ପାଚି ଲାଲ ହେଲେ ‘ବାହୁବଲୀ’ ଫେମ୍‌ ରାଣା ଦଗୁବତୀ । ଏହି ବେସାମରିକ ବିମାନରେ ଯିବା ସବୁଠୁ ଖରାପ ଅନଭୂତି, ଏଠାକାର ଷ୍ଟାଫ୍‌ଙ୍କର ଦାୟିତ୍ୱବୋଧ ନ ଥିବା ବି କହିବାକୁ ପଛାଇ ନାହାନ୍ତି ଅଭିନେତାଜଣକ ।  ଇଣ୍ଡିଗୋ ଏୟାରଲାଇନ୍ସରେ ଯିବା ବେଳେ ନିଜ ସାମଗ୍ରୀ ଚୋରି ହୋଇଯିବା ପରେ ଏପରି ଖପ୍ପା ଯାଇଛନ୍ତି ରାଣା ଡାଗୁବତୀ ।

ରାଣା ଦଗୁବତୀ  ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଇଣ୍ଡିଗୋ ଏୟାରଲାଇନ୍ସରେ ପରିବାର ସଦସ୍ୟଙ୍କ ସହ ବେଙ୍ଗାଲୁରୁ ଅଭିମୁଖେ ଯାଇଥିଲେ। ଏହି ସମୟରେ ସେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଜଣାଯାଇଛି।

ଦଗୁବତୀ ଏବଂ ଅନ୍ୟମାନେ ଚେକ୍ ଇନ୍ କରିବା ପରେ ସେମାନଙ୍କୁ ସୂଚନା ଦିଆଯାଇଥିଲା ଯେ କିଛି ଯାନ୍ତ୍ରୀକ ସମସ୍ୟା ହେତୁ ବିମାନ ବିଳମ୍ବ ହୋଇଛି । ହେଲେ ଯାତ୍ରୀଙ୍କ ନିମନ୍ତେ ଅନ୍ୟ ବିମାନର ବ୍ୟବସ୍ଥା ହୋଇଥିବା ସୂଚନା ଦିଆଯାଇଥିଲା। ତେବେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବା ପରେ ଅଭିନେତା ନିଜ ଲଗେଜ୍ ଖୋଜି ପାଇନଥିଲେ । ଯେତେବେଳେ ସେ ବିମାନ କର୍ମଚାରୀଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ, ସେତେବେଳେ ସେମାନେ ଏହାକୁ ଗୁରୁତ୍ୱର ସହ ନେଇ ନ ଥିଲେ।

ଇଣ୍ଡିଗୋ ଏୟାରଲାଇନ୍ସର ବ୍ୟବସ୍ଥା ସମ୍ପର୍କରେ ଟ୍ୱିଟ୍ କରି ଏହି ସାଉଥ୍‌ ଅଭିନେତାଜଣକ ପ୍ରଶ୍ନ ଉଠାଇଛନ୍ତି। ନିକଟରେ ସେ ଟୁଇଟ୍ କରି କହିଛନ୍ତି ଯେ ଇଣ୍ଡିଗୋ ଏୟାରଲାଇନ୍ସରେ ଯିବା ସବୁଠୁ ଖରାପ ଅନୁଭୂତି। ବିମାନର ପ୍ରକୃତ ଉଡ଼ାଣ ସମୟ ସମ୍ପର୍କରେ କିଛି ଜଣା ନାହିଁ। ଏଠାରେ ଆପଣଙ୍କ ଲଗେଜ ହଜିଗଲେ କର୍ମଚାରୀଙ୍କର କିଛି ଫରକ ପଡ଼େ ନାହିଁ।  ଏହାଠୁ ଖରାପ ଅନୁଭୂତି ଆଉ କିଛି ହୋଇପାରେକି ବୋଲି ସେ ପ୍ରଶ୍ନ ଉଠାଇଥିଲେ।

ଏୟାରଲାଇନ୍ସର ଏକ ପ୍ରମୋସନାଲ ଟୁଇଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ ଲେଖିଛନ୍ତି, ବିମାନର ଇଞ୍ଜିନିୟର୍ସମାନେ ବହୁତ ଭଲ, କିନ୍ତୁ କର୍ମଚାରୀମାନେ ବହୁତ ଖାମଖିଆଲ ମନୋଭାବର ଅଟନ୍ତି।   ତେବେ ବିମାନରେ ସମ୍ମୁଖୀନ ହୋଇଥିବା ଅସୁବିଧା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ରାଣା ଦାଗୁବତୀଙ୍କୁ କ୍ଷମା ମାଗିଛି। ଇଣ୍ଡିଗୋ ପକ୍ଷରୁ ଟ୍ୱିଟ କରାଯାଇଛି, " ଆପଣ ସମ୍ମୁଖୀନ ହୋଇଥିବା ଅସୁବିଧା ପାଇଁ ଆମେ କ୍ଷମା ମାଗୁଛୁ। ଦୟାକରି ନିଶ୍ଚିତ ରୁହନ୍ତୁ, ଆପଣଙ୍କ ବ୍ୟାଗ ଶୀଘ୍ର ବ୍ୟାଗକୁ ଫେରାଇ ଆଣିବା ପାଇଁ ଆମ ଟିମ୍‌ ସକ୍ରିୟ ଭାବରେ କାର୍ଯ୍ୟ କରୁଛି।"

ସୂଚନାଯୋଗ୍ୟ, ଇଣ୍ଡିଗୋ ଏୟାରଲାଇନ୍ସ ବିରୋଧରେ ଏପରି ଅଭିଯୋଗ ନୂଆ ନୁହେଁ। ପୂର୍ବରୁ ଅଭିନେତ୍ରୀ ପୂଜା ହେଗଡ଼େ ବି ଏପରି ଅଭିଯୋଗ ଆଣି ସାରିଛନ୍ତି। ଏପରିକି ଇଣ୍ଡିଗୋ ଅଧିକାରୀମାନେ କୌଣସି କାରଣ ନ ଥାଇ ଅହଙ୍କାର, ଅପମାନସୂଚନ ଓ ଧମକପୂର୍ଣ୍ଣ ଶବ୍ଦ ବ୍ୟବହାର କରୁଛନ୍ତି।   ଏହି ଘଟଣା ପରେ ଏୟାରଲାଇନ୍ସ ପକ୍ଷରୁ ଅଭିନେତ୍ରୀଙ୍କୁ କ୍ଷମା ମଗା ଯାଇଥିଲା। ଏବେ ପୁଣି ଥରେ ଏପରି ଘଟଣା ଇଣ୍ଡିଗୋ ଏୟାରଲାଇନ୍ସର ଛବିକୁ ମଳିନ କରିଛି।

Related story