ପର୍ଦ୍ଦାଫାଶ ହେଲା ‘ବାହୁବଲୀ ୨’ର ବଡ଼ ସତ; କେହି ଜଣେ ହରାଇଥାଆନ୍ତେ ପ୍ରାଣ

ମୁମ୍ବାଇ: ନିକଟରେ କରଣ ଜୋହର ଟ୍ୱିଟରରେ ‘ବାହୁବଲୀ ୨’ରୁ ରାଣା ଦଗ୍ଗୁବାତୀଙ୍କ ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି। ରାଣା ଏହି ଫିଲ୍ମରେ ଭଲ୍ଲାଲ ଦେବ ଚରିତ୍ରରେ ଅଭିନୟ କରିଛନ୍ତି। କରଣ ରିଲିଜ୍ କରିଥିବା ପୋଷ୍ଟରରେ ଭଲ୍ଲାଲ ଦେବଙ୍କ ଟଫ୍ ଲୁକ୍ ଦର୍ଶକଙ୍କୁ ବେଶ ଭଲ ଲାଗିଛି। ରାଣା ସବୁବେଳେ ନିଜର ଫିଟ୍‌ନେସ୍ ପାଇଁ ଜଣାଶୁଣା। ଆଉ ରିଲିଜ୍ ହୋଇଥିବା ପୋଷ୍ଟରରେ ଏହା ପ୍ରତିଫଳିତ ହୋଇଛି। ୩୨ ବର୍ଷୀୟ ରାଣା ଏହି ଫିଲ୍ମ ପାଇଁ ଖୁବ୍ ପରିଶ୍ରମ କରିଛନ୍ତି। […]

bahubali

Rakesh Mallick
  • Published: Thursday, 06 April 2017
  • , Updated: 06 April 2017, 09:42 AM IST

ମୁମ୍ବାଇ: ନିକଟରେ କରଣ ଜୋହର ଟ୍ୱିଟରରେ ‘ବାହୁବଲୀ ୨’ରୁ ରାଣା ଦଗ୍ଗୁବାତୀଙ୍କ ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି। ରାଣା ଏହି ଫିଲ୍ମରେ ଭଲ୍ଲାଲ ଦେବ ଚରିତ୍ରରେ ଅଭିନୟ କରିଛନ୍ତି। କରଣ ରିଲିଜ୍ କରିଥିବା ପୋଷ୍ଟରରେ ଭଲ୍ଲାଲ ଦେବଙ୍କ ଟଫ୍ ଲୁକ୍ ଦର୍ଶକଙ୍କୁ ବେଶ ଭଲ ଲାଗିଛି। ରାଣା ସବୁବେଳେ ନିଜର ଫିଟ୍‌ନେସ୍ ପାଇଁ ଜଣାଶୁଣା। ଆଉ ରିଲିଜ୍ ହୋଇଥିବା ପୋଷ୍ଟରରେ ଏହା ପ୍ରତିଫଳିତ ହୋଇଛି। ୩୨ ବର୍ଷୀୟ ରାଣା ଏହି ଫିଲ୍ମ ପାଇଁ ଖୁବ୍ ପରିଶ୍ରମ କରିଛନ୍ତି। ତେବେ ଏ ଫିଲ୍ମ ସଂପର୍କରେ ଏକ ବଡ଼ ରାଜ୍‌ର ଖୁଲାସା କରିଛନ୍ତି ରାଣା।

ଏକ ଇଂରାଜୀ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି,“ସୁଟିଂ ବେଳେ ଆମେ ବହୁତ ମସ୍ତୀ କରିଛୁ। ଯୁଦ୍ଧ ସିନ୍ ଅସଲି ନଥିଲା। ଅସଲି ହୋଇଥିଲା ଆମ ଦୁଇ ଜଣଙ୍କ ମଧ୍ୟରୁ ନିଶ୍ଚିତ କେହି ଜଣେ ମରି ଯାଇଥାଆନ୍ତା। ଫାଇଟ୍ ସିନ୍ ସୁଟିଂ କଲା ବେଳେ ଆମେ ଥକି ଯାଉଥିଲୁ। କିନ୍ତୁ ଏହାର ଆନନ୍ଦ ବି ଆମେ ପାଇଛୁ।”

‘ବାହୁବଲୀ ୨’ ତାମିଲ, ତେଲଗୁ ଓ ହିନ୍ଦୀ ଭାଷାରେ ଏପ୍ରିଲ ୨୮ ତାରିଖରେ ରିଲିଜ୍ ହେବ।

Related story