‘ବାଳିକା ବଧୂ’ର ଜଗିଆଙ୍କୁ ମିଳିଗଲା ରିୟଲ ଆନନ୍ଦି

ମୁମ୍ବାଇ: କିଛି ବର୍ଷ ପୂର୍ବେ ଛୋଟ ପରଦାରେ ଖୁବ୍‌ ଲୋକପ୍ରିୟତା ସାଉଣ୍ଟୁଥିବା ସିରିଏଲ ‘ବାଲିକା ବଧୂ’ ଫେମ୍‌ ଜଗିଆ ଓରଫ ଅବିନାଶ ମୁଖାର୍ଜୀଙ୍କୁ ମିଳିଯାଇଛି ରିୟଲ ଆନନ୍ଦି ।   ଛୋଟ ପରଦାରେ ବେଶ ଆକ୍ଟିଭ ରହୁଥିବା ଅବିନାଶ  ସଲୋନୀ ଲୁଥରା ନାମ୍ନୀ ଯୁବତୀଙ୍କୁ ଡେଟ କରୁଛନ୍ତି।  ଏକ ସାକ୍ଷାତକାରରେ ଅବିନାଶ ନିଜ ପ୍ରେମ ସମ୍ପର୍କକୁ ସ୍ୱୀକାର କରିଛନ୍ତି। ସଲୋନୀ ୨୦୧୯  Miss Petite International Beauty Pageantରେ ରନର୍ସ ଅପ୍‌ ହୋଇଥିଲେ। ଲେଡି ଲଭ୍‌ଙ୍କୁ ପାଇ ଅବିନାଶଙ୍କ […]

balika-badhu-3..

Niharika Rout
  • Published: Saturday, 27 July 2019
  • , Updated: 27 July 2019, 03:49 PM IST

ମୁମ୍ବାଇ: କିଛି ବର୍ଷ ପୂର୍ବେ ଛୋଟ ପରଦାରେ ଖୁବ୍‌ ଲୋକପ୍ରିୟତା ସାଉଣ୍ଟୁଥିବା ସିରିଏଲ ‘ବାଲିକା ବଧୂ’ ଫେମ୍‌ ଜଗିଆ ଓରଫ ଅବିନାଶ ମୁଖାର୍ଜୀଙ୍କୁ ମିଳିଯାଇଛି ରିୟଲ ଆନନ୍ଦି ।   ଛୋଟ ପରଦାରେ ବେଶ ଆକ୍ଟିଭ ରହୁଥିବା ଅବିନାଶ  ସଲୋନୀ ଲୁଥରା ନାମ୍ନୀ ଯୁବତୀଙ୍କୁ ଡେଟ କରୁଛନ୍ତି।  ଏକ ସାକ୍ଷାତକାରରେ ଅବିନାଶ ନିଜ ପ୍ରେମ ସମ୍ପର୍କକୁ ସ୍ୱୀକାର କରିଛନ୍ତି। ସଲୋନୀ ୨୦୧୯  Miss Petite International Beauty Pageantରେ ରନର୍ସ ଅପ୍‌ ହୋଇଥିଲେ। ଲେଡି ଲଭ୍‌ଙ୍କୁ ପାଇ ଅବିନାଶଙ୍କ ପାଦ ଖୁସିରେ ତଳେ ଲାଗୁ ନାହିଁ।

ଅବିନାଶ  କହିଛନ୍ତି, ଆମେ ପରସ୍ପରକୁ କଲେଜ ଟାଇମ୍‌ରୁ ଜାଣିଥିଲୁ। ସେବେଠୁ ସଲୋନୀ ଭଲ ଲେଖାଲେଖି କରୁଥିବା ମୁଁ ଜାଣିଥିଲି। ହେଲେ ଆମ ମଧ୍ୟରେ ସେପରି ବନ୍ଧୁତା କିମ୍ବା କଥାବାର୍ତ୍ତା ନ ଥିଲା। ମାତ୍ର ନିଜ କଣ୍ଟେଣ୍ଟ ରାଇଟିଂ ନିମନ୍ତେ ଅବିନାଶ  ମନେ ମନେ ଜଣେ ରାଇଟର ଖୋଜୁଥିବା ବେଳେ ତାଙ୍କ ନଜର ସଲୋନୀଙ୍କ ଉପରେ ପଡ଼ିଥିଲା।  ଏହାପରେ ପ୍ରଥମେ ଇନଷ୍ଟାଗ୍ରାମ୍‌ ଜରିଆରେ ସେ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ  କରିଥିବା କହିଛନ୍ତି।

ଅପରପକ୍ଷେ ସଲୋନୀ କହିଛନ୍ତି ଯେ, କଣ୍ଟେଣ୍ଟ ରାଇଟିଂ ନିମନ୍ତେ ଅବିନାଶଙ୍କୁ  ମୁଁ ଆଉ କିଛି ନାମ ମଧ୍ୟ ସୁପାରିସ୍‌ କରିଥିଲି। ହେଲେ ସେ କେବଳ ମୋ ଲେଖା ଚାହୁଁଥିବା କହିଥିଲେ। କାଳକ୍ରମେ ଆମେ ନିକଟତର ହେଉଥିବା ଅନୁଭବ କଲୁ। ଆଉ ଏହା କେବେ ପ୍ରେମରେ ପରିଣତ ହୋଇଗଲା ତାହା ଜାଣି ପାରିଲୁ ନାହିଁ। ଯେବେ ଅବିନାଶଙ୍କ ଘରକୁ ଯାଇଥିଲି, ସେ ପାଇଥିବା ବହୁତ ଆୱାର୍ଡ ଦେଖି ଟିକେ ଡରି ଯାଇଥିଲି। ହେଲେ ପରେ ଭାବିଲି ଯେ, ମୁଁ ଅବିନାଶଙ୍କୁ ଭଲ ପାଉଛି, ଜଗିଆକୁ ନୁହେଁ।

ୱର୍କ ଫ୍ରଣ୍ଟ କଥା କହିଲେ, ଅବିନାଶ ଶେଷ ଥର ସୋନି ଟିଭିରେ ପ୍ରସାରିତ ସିରିଏଲ ‘ମନ ମେଁ ହେ ବିଶ୍ୱାସ’ରେ ଦେଖାଯାଇଥିଲେ। ଏହାବ୍ୟତୀତ ରୋନିତ ରୟଙ୍କ ଶୋ’ ’ଇତନା କରୋ ନା  ମୁଝେ ପ୍ୟାର’ ସିରିୟଲରେ ମଧ୍ୟ ତାଙ୍କର ଦମଦାର ରୋଲ ଥିଲା।

କିନ୍ତୁ ‘ବାଳିକା  ବଧୂ’ ତାଙ୍କୁ ପରିଚୟ ଦେଇଥିଲା। ଶୋ’ରେ ସେ ଛୋଟ ଜଗିଆ ରୋଲ ପ୍ଲେ କରିଥିବା ବେଳେ ଅ଼ବିକା ଗୌଡଙ୍କ ବିପକ୍ଷରେ ନଜର ଆସିଥିଲେ।

https://www.instagram.com/p/BrDoNs6ldMq/?utm_source=ig_web_copy_link

 

Related story