ହୃଦ୍‌ଘାତ ପରେ ଭେଣ୍ଟିଲେଟର୍‌ରେ ଏଣ୍ଡ୍ରିଲା

କୋଲକାତା: ବିଗିଡିଲା ଜଣାଶୁଣା ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା। ହୃଦଘାତ ପରେ ତାଙ୍କୁ ଭେଣ୍ଟିଲେଟର୍‌ରେ ଭର୍ତ୍ତି କରାଯାଇଛି। ସେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। କୁହାଯାଉଛି ଯେ ଅଭିନେତ୍ରୀଙ୍କର ଗୋଟିଏ ପରେ ଗୋଟିଏ ମଲ୍ଟିପଲ୍ କାର୍ଡିଏକ ଆରେଷ୍ଟ ହୋଇଛି। ଯେଉଁ କାରଣରୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏହା ପୂର୍ବରୁ ତାଙ୍କର ବ୍ରେନ୍‌ଷ୍ଟ୍ରୋକ୍ ହୋଇସାରିଛି। ସୂଚନା ଅନୁଯାୟୀ, ୧୫ ନଭେମ୍ବରରେ ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲାଙ୍କୁ ଏକାସାଙ୍ଗରେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ତୁରନ୍ତ କୋଲକାତାର […]

aindrila-sharma

Madhupriya Mistry
  • Published: Thursday, 17 November 2022
  • , Updated: 17 November 2022, 02:49 PM IST

କୋଲକାତା: ବିଗିଡିଲା ଜଣାଶୁଣା ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା। ହୃଦଘାତ ପରେ ତାଙ୍କୁ ଭେଣ୍ଟିଲେଟର୍‌ରେ ଭର୍ତ୍ତି କରାଯାଇଛି। ସେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। କୁହାଯାଉଛି ଯେ ଅଭିନେତ୍ରୀଙ୍କର ଗୋଟିଏ ପରେ ଗୋଟିଏ ମଲ୍ଟିପଲ୍ କାର୍ଡିଏକ ଆରେଷ୍ଟ ହୋଇଛି। ଯେଉଁ କାରଣରୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏହା ପୂର୍ବରୁ ତାଙ୍କର ବ୍ରେନ୍‌ଷ୍ଟ୍ରୋକ୍ ହୋଇସାରିଛି।

ସୂଚନା ଅନୁଯାୟୀ, ୧୫ ନଭେମ୍ବରରେ ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲାଙ୍କୁ ଏକାସାଙ୍ଗରେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ତୁରନ୍ତ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।

ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଥିବା ଏଣ୍ଡ୍ରିଲା ପୂର୍ବରୁ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାପୂର୍ବରୁ ସେ କର୍କଟ ରୋଗ ସହ ଲଢି ଜିତିଥିଲେ। ପୁଣି ଏହି ମାସ ଆରମ୍ଭରେ ତାଙ୍କର ବ୍ରେନ୍‌ଷ୍ଟ୍ରୋକ୍ ହୋଇଥିଲା। ତାଙ୍କର ସିଟି ସ୍କାନ୍ କରାଯିବା ପରେ ଜଣାପଡିଥିଲା କି ମସ୍ତିଷ୍କର ଅନ୍ୟ ଏକ ଅଂଶରେ ରକ୍ତ ଜମାଟ ବାନ୍ଧିଥିଲା। ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି । ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି।

ଏଣ୍ଡ୍ରିଲା ଶର୍ମା ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହୋରା। ସେ ଟେଲିଭିଜନ ଶୋ’ ଝୁମରରୁ  କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ପପୁଲାର ଶୋ’ଓ ୨ ଓଟିଟି ପ୍ରୋଜେକ୍ଟସରେ ମଧ୍ୟ କାମ କରିଛନ୍ତି।

Related story