ମୁମ୍ୱାଇ: ଟେଲି ଧାରାବାହିକ ‘ଭାବିଜୀ ଘର ପର୍ ହେଁ’ର ଅନୀତା ଭାବିଜୀ (ସୌମ୍ୟା ଟଣ୍ଡନ) ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୌମ୍ୟା ତାଙ୍କ ବଏଫ୍ରେଣ୍ଡ୍ ସୌରଭ ଦେବେନ୍ଦ୍ର ସିଂଙ୍କୁ ବିବାହ କରିବେ।
‘ଭାବିଜୀ ଘର ପର୍ ହେଁ’ ଧାରାବାହିକରେ ନିଜ ପରିଚୟ ସୃଷ୍ଟି କରିଥିବା ସୌମ୍ୟାଙ୍କ ଅନୀତା ଭାବିଜୀ ଚରିତ୍ରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।
ସୌମ୍ୟା ତାଙ୍କ ବଏଫ୍ରେଣ୍ଡ୍ ସୌରଭଙ୍କ ସହ ‘ଲିଭ୍ ଇନ୍’ରେ ରହୁଥିଲେ। ଶେଷରେ ଦୁହେଁ ବିବାହ କରିବାକୁ ସ୍ଥିର କରିଛନ୍ତି।
ସୌମ୍ୟାଙ୍କ ବଏଫ୍ରେଣ୍ଡ୍ ମୁମ୍ୱାଇର ଏକ ବ୍ୟାଙ୍କରେ କାମ କରନ୍ତି। କଲେଜରେ ପଢୁଥିବା ସମୟରେ ଏମାନେ ପରସ୍ପର ସହ ପରିଚିତ ହୋଇଥିଲେ। ସୌମ୍ୟାଙ୍କ ପିତାଙ୍କ ବିୟୋଗ ପରେ ସୌରଭ ତାଙ୍କୁ ସବୁବେଳେ ସହଯୋଗ କରି ଆସୁଥିଲେ। ସୌରଭ ତାଙ୍କ ଜୀବନ ସାଥୀ ହେବାକୁ ଯାଉ ଥିବାରୁ ସେ ବହୁତ ଖୁସି ବୋଲି ସୌମ୍ୟା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।