ଭଲ ଅଛନ୍ତି ତେଲୁଗୁ ଷ୍ଟାର କୃଷ୍ଣମ୍‌ ରାଜୁ 

ମୁମ୍ବାଇ: ରାଜୁଙ୍କୁ  ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଗତକାଲି ହସପିଟାଲରେ ଭର୍ତ୍ତି ହୋଇଥିବା ବର୍ଷୀୟାନ ତେଲୁଗୁ ଷ୍ଟାର କୃଷ୍ଣମ୍‌ ରାଜୁଙ୍କ  ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ। କେୟାର ହସପିଟାଲରେ  ୭୬ ବର୍ଷ ବୟସ୍କ ରାଜୁଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, “ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ  ଆଉ ଅସୁବିଧା ହେଉନାହିଁ।  ଚିନ୍ତା କରିବାର କାରଣ  ନାହିଁ।” ‘ବାହୁବଲି’  ଫିଲ୍ମ ଜରିଆରେ ଘରେ ଘରେ  ପରିଚିତ ହୋଇଥିବା ଟଲିଉଡ୍ ଆକ୍ଟର ପ୍ରଭାସ […]

Krishnam-Raj

Rakesh Mallick
  • Published: Tuesday, 17 May 2016
  • , Updated: 17 May 2016, 10:30 AM IST

ମୁମ୍ବାଇ: ରାଜୁଙ୍କୁ  ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଗତକାଲି ହସପିଟାଲରେ ଭର୍ତ୍ତି ହୋଇଥିବା ବର୍ଷୀୟାନ ତେଲୁଗୁ ଷ୍ଟାର କୃଷ୍ଣମ୍‌ ରାଜୁଙ୍କ  ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ।

କେୟାର ହସପିଟାଲରେ  ୭୬ ବର୍ଷ ବୟସ୍କ ରାଜୁଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, “ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ  ଆଉ ଅସୁବିଧା ହେଉନାହିଁ।  ଚିନ୍ତା କରିବାର କାରଣ  ନାହିଁ।”

‘ବାହୁବଲି’  ଫିଲ୍ମ ଜରିଆରେ ଘରେ ଘରେ  ପରିଚିତ ହୋଇଥିବା ଟଲିଉଡ୍ ଆକ୍ଟର ପ୍ରଭାସ ହେଉଛନ୍ତି କୃଷ୍ଣମ୍‌ ରାଜୁଙ୍କ ପୁତୁରା।

ତେଲୁଗୁ ଫିଲ୍ମ ଅଭିନେତା କୃଷ୍ଣମ୍‌ ରାଜୁ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।

Related story