କମେଡି କୁଇନ କହିଲେ-୨ ଜଣଙ୍କ ଫିସ୍ରେ ୩ ଜଣ କାମ କରୁଛୁ
ମୁମ୍ବାଇ: ପ୍ରେଗନେଣ୍ଟ ଅଛନ୍ତି କମେଡି କୁଇନ୍ ଭାରତୀ ସିଂ। ଘରକୁ ଆସିବେ କୁନି ଅତିଥି। ହେଲେ ଏପରି ସମୟରେ ଘରେ ଆରାମ କରିବା ପରିବର୍ତ୍ତେ କଲର୍ସ ଚ୍ୟାନେଲର ଶୋ’ ’ହୁନରବାଜ-ଦେଶ କା ଶାନ୍’ ଶୋ’ରେ ଆଙ୍କରିଂ କରୁଛନ୍ତି ଭାରତୀ । ଭାରତୀଙ୍କ ସହ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ବି ଏହି ଶୋ’ର ହୋଷ୍ଟିଂ କରୁଛନ୍ତି।
ଶୋ’ ପାଇଁ ହୋଷ୍ଟିଂ କରିବାକୁ ଯିବା ପୂର୍ବରୁ ମେକଅପ୍ ନେବା ସମୟର ଭିଡିଓ ଶେଆର କରିଛନ୍ତି ଭାରତୀ । ଏହି ଭିଡିଓରେ ବି ସେ ଫ୍ୟାନ୍ସଙ୍କୁ ହସାଇବାର ମଉକାକୁ ହାତ ଛଡ଼ା କରି ନାହାନ୍ତି। ଏପରିକି ସେ ନିଜକୁ ଦେଶର ପ୍ରଥମ ପ୍ରେଗନେଣ୍ଟ ମହିଳା ଆଙ୍କର ବୋଲି କହିବା ସହ ୨ ଜଣଙ୍କ ଫିସ୍ରେ ୩ ଜଣ କାମ କରୁଛୁ ବୋଲି କହିଛନ୍ତି।
ନିଜ ଭିଡିଓରେ ଭାରତୀ କହିଛନ୍ତି, ମୁଁ ପୁରୁଣା ଚିନ୍ତାଧାରା ବଦଳାଇବାକୁ ଚାହୁଁଛି। ପୂର୍ବରୁ ପ୍ରେଗନେଣ୍ଟ ହେବା ପରେ ମହିଳାଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଉଥିଲ । ଏପରିକି ହସିବା, ଖେଳିବା ବୟସ ସରିଗଲା ବୋଲ ଚେତାଇ ଦିଆଯାଉଥିଲା। ଏପରି ବସି ପାରିବନି, ଉଠି ପାରିବନି, ଖାଇ ପାରିବନି ବୋଲି କହି କଡ଼ା ନଜର ରଖୁଥିଲେ ଘରର ବୟସ୍କ ମହିଳା। କିନ୍ତୁ ମୁଁ ଏହି ପୁରୁଣା ଚିନ୍ତାଧାରାକୁ ବଦଳାଇବାକୁ ଚାହୁଁଥିବା କହିଛନ୍ତି ଭାରତୀ।
ଏହି ଭିଡିଓରେ ଭାରତୀ ଶୋ’ ପାଇଁ ମେକଅପ୍ ନେଉଥିବା ବେଳେ ପ୍ରେଗନେନ୍ସି ପରେ ନିଜ ଫାଷ୍ଟ ଶୋ’କୁ ନେଇ ବହୁତ ଟେନସେନ୍ରେ ଥିବା କହିଛନ୍ତି। ହେଲେ ଏହାପରେ ବି ସେ ନିଜ ଆତ୍ମବିଶ୍ୱାସ ବଢ଼ାଇବା ସହ ଭାରତର ଅନ୍ୟ ପ୍ରେଗନେଣ୍ଟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିବେ ବୋଲି କହିଛନ୍ତି।
ଭାରତୀ ସିଂଙ୍କ ଏହି ଭିଡିଓକୁ କଲର୍ସ ଚ୍ୟାନେଲ ପକ୍ଷରୁ ମଧ୍ୟ ଶେଆର କରାଯାଇଛି। ଏଥିସହ କ୍ୟାପସନରେ ଲେଖାଯାଇଛି, ‘ହୁନରବାଜ’ ମଞ୍ଚରେ ଦେଶର ପ୍ରଥମ ପ୍ରେଗନେଣ୍ଟ ଆଙ୍କର। ନିଜ କଷ୍ଟ, ଅଧ୍ୟବସାୟ ବଳରେ ସେ ପୂରା ଦେଶା ଚିନ୍ତାଧାରା ବଦଳାଇବାକୁ ଚେଷ୍ଟା ଚଲାଇଛନ୍ତି। ଏହି ନାରୀର ସାହସକୁ ସମ୍ମାନ ଜଣାଇ ଆସନ୍ତା ୨୨ ତାରିଖରୁ ହୁନରବାଜ ଦେଖନ୍ତୁ। ଏହି ଶୋ’ କଲର୍ସ ଚ୍ୟାନେଲରେ ଶନିବାର ଓ ରବିବାର ରାତି ୯ଟାରେ ପ୍ରସାରିତ ହେବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।