ବଦଳିଲେ ଫିଲ୍ମ‘ମନ୍‌ ମର୍ଜିଆ’ର ନିର୍ଦ୍ଦେଶକ

ମୁମ୍ୱାଇ: ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନା ଓ  ଭୂମି ପେଡନେକର ତାଙ୍କ ଆଗାମୀ ଫିଲ୍ମ ‘ମନ ମର୍ଜିଆ’ର ଶୁଟିଂ ପାଇଁ ଗତ କିଛି ଦିନ ହେବ ବ୍ୟସ୍ତ ଥିଲେ। ଶିମ୍‌ଲା ଓ ଅମୃତସରରେ ଏହି ଫିଲ୍ମର ଶୁଟିଂ ଚାଲିଥିଲା। ତେବେ ଏହି ଫିଲ୍ମର ନିର୍ଦ୍ଦେଶକ ଏବେ ପରିବର୍ତ୍ତନ ହୋଇଯାଇଥିବା ସୂଚନା ଆସିଛି। ପୂର୍ବରୁ ଏହି ଫିଲ୍ମର ନିର୍ଦ୍ଦେଶନା ସମୀର ଶର୍ମା କରୁଥିଲେ। ଅମୃତସରରେ ଫିଲ୍ମ ଶୁଟିଂ ଚାଲିଥିବା ବେଳେ ପ୍ରଡ୍ୟୁସର ଆନନ୍ଦ ଏଲ୍‌ ରାୟଙ୍କୁ ପସନ୍ଦ ନ […]

bhumi-ayushmann-

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 08:58 AM IST

ମୁମ୍ୱାଇ: ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନା ଓ  ଭୂମି ପେଡନେକର ତାଙ୍କ ଆଗାମୀ ଫିଲ୍ମ ‘ମନ ମର୍ଜିଆ’ର ଶୁଟିଂ ପାଇଁ ଗତ କିଛି ଦିନ ହେବ ବ୍ୟସ୍ତ ଥିଲେ। ଶିମ୍‌ଲା ଓ ଅମୃତସରରେ ଏହି ଫିଲ୍ମର ଶୁଟିଂ ଚାଲିଥିଲା। ତେବେ ଏହି ଫିଲ୍ମର ନିର୍ଦ୍ଦେଶକ ଏବେ ପରିବର୍ତ୍ତନ ହୋଇଯାଇଥିବା ସୂଚନା ଆସିଛି।

ପୂର୍ବରୁ ଏହି ଫିଲ୍ମର ନିର୍ଦ୍ଦେଶନା ସମୀର ଶର୍ମା କରୁଥିଲେ। ଅମୃତସରରେ ଫିଲ୍ମ ଶୁଟିଂ ଚାଲିଥିବା ବେଳେ ପ୍ରଡ୍ୟୁସର ଆନନ୍ଦ ଏଲ୍‌ ରାୟଙ୍କୁ ପସନ୍ଦ ନ ହେବାରୁ ସେ ଶୁଟିଂ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏବେ ଏହି ଫିଲ୍ମର ନିର୍ଦ୍ଦେଶନା  ଅଶ୍ୱିନୀ ଅୟର ତିୱାରୀ ଦେବେ। ଅଶ୍ୱିନୀ ଆନନ୍ଦ ଏଲ୍ ରାୟଙ୍କ ପ୍ରଡକ୍ସନରେ ‘ନିଲ୍ ବଟ୍ଟେ ସନ୍ନାଟ୍ଟା’ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି।

Related story