ବାପାଙ୍କ ଗୋଟିଏ କଥାକୁ ଭୂମିକା ସବୁବେଳେ ମାନନ୍ତି, ଜାଣନ୍ତୁ କ’ଣ ସେହି କଥା?

Ordigital Desk
  • Published: Friday, 22 December 2017
  • , Updated: 22 December 2017, 02:09 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଲିଉଡର ନବାଗତା ନାୟିକା ଭୂମିକା ଦାସ। ଶିଶୁ କଳାକାର ଭାବେ ଅଭିନୟ ଯାତ୍ରା ଆରମ୍ଭ କରିଥିବା ଏହି ନାୟିକା ଏବେ ଚର୍ଚ୍ଚାରେ। କାରଣ ହେଉଛି ତାଙ୍କର ହିଟ୍ ଫିଲ୍ମ ଓ ପରଦା ଉପରେ ନିଜକୁ ସୁନ୍ଦର ଭାବରେ ଉପସ୍ଥାପନା କରିବା ଶୈଳୀ। &#039;ରୁମ୍&zwnj;କୁ ଝୁମାନା&#039;ରୁ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଭୂମିକାଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ ଥିଲା &#039;ତୁ ମୋ ଲଭ ଷ୍ଟୋରୀ&#039;। ଏଥିରେ ସେ ଏକ ସାଧାରଣ ଝିଅ ଚରିତ୍ରରେ ନଜର ଆସିଥିଲେ। ଏହାପରେ ତରଙ୍ଗ ସିନେ ପ୍ରଡକ୍ସନ୍ସର &#039;ହିରୋ ନଂ-୧&#039; ଫିଲ୍ମରେ ତାଙ୍କୁ ବାବୁସାନ୍&zwnj;ଙ୍କ ସହ ଲିଡ୍&zwnj;ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଏକ ସାମ୍ବାଦିକା ଭୂମିକାରେ ନଜର ଆସିଥିଲେ।</p> <p>ଦୁଇଟି ଫିଲ୍ମ। ଦୁଇଟି ଭିନ୍ନ ଭିନ୍ନ ଚରିତ୍ର ଏବଂ ସେ ପୁଣି ପୂରା ଅଲଗା। ସାଧାରଣ ହେଉ ଅବା ଶକ୍ତ, ଭୂମିକା ସବୁ ଚରିତ୍ରକୁ ସୁନ୍ଦର ଭାବେ ଜଷ୍ଟିଫାଏ କରିଛନ୍ତି। ତେବେ ଏତେ କମ୍ ବୟସରୁ ଏତେ ସୁନ୍ଦର ଅଭିନୟ କରିବାର କଳା କେଉଁଠୁ ଆସିଲା? ସେ ନିହାତି ଭାବେ ଅଭିନୟ ଶିଖୁଥିବେ ବେଲି ଆପଣ ଅନୁମାନ କରୁଥିବେ। କିନ୍ତୁ ଆପଣଙ୍କ ଅନୁମାନ ପୂରା ଭୁଲ୍। ଭୂମିକାଙ୍କ ଦକ୍ଷ ଅଭିନୟ ପଛରେ ରହିଛି ତାଙ୍କ ଓଡିଶୀ ନୃତ୍ୟ। ହଁ, ଭୂମିକାଙ୍କ କହିବା କଥା ଫିଲ୍ମରେ ସେ ଦେଉଥିବା ଭିନ୍ନ ଭିନ୍ନ ଏକ୍ସପ୍ରେସନ୍&zwnj; ଓଡିଶୀ ନାଚରୁ ଶିଖିଛନ୍ତି। ଓଡିଶୀ ନାଚରୁ ଶିଖିଥିବା ଭାବ ଭଙ୍ଗୀକୁ ସେ ଅଭିନୟରେ ସାମିଲ କରନ୍ତି। ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସେ।</p> <p>ଭୂମିକା ଜଣେ ଓଡିଶୀ ଡାନ୍ସର। ୩ବର୍ଷ ବୟସରୁ ସେ ଓଡିଶୀ ଶିଖୁଛନ୍ତି। ଓଡିଶୀ ନାଚରେ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ଆଜି ଅଭିନୟ ଓ ନାଚ ଉଭୟରେ ଭୂମିକା ନାଁ କମାଉଛନ୍ତି । ତେବେ ଯେତେବେଳେ ଫିଲ୍ମ ଏବଂ ନାଚରୁ ସଫଳତା ପାଆନ୍ତି&nbsp; ଏବଂ ଆୱାର୍ଡ ମିଳେ &nbsp;ଭୂମିକାଙ୍କୁ ତାଙ୍କ ବାପା ଏକ ଉପଦେଶ ଦିଅନ୍ତି। ସବୁବେଳେ ନମ୍ର ରହିବାକୁ ଓ ଗର୍ବ ନକରିବାକୁ ସେ ପରାମର୍ଶ ଦିଅନ୍ତି।</p>

Related story