ପୁଣି ଭୌତିକ ଚଳଚିତ୍ର କରିବେ ଭୂଷଣ ପଟେଲ

ମୁମ୍ବାଇ : ‘ରାଗିନୀ ଏମଏମଏସ ୨’ ଏବଂ ‘ଅଲୋନ’ ଭଳି ଭୌତିକ ଫିଲ୍ମ ନିର୍ମାଣ କରି ପ୍ରଶଂସା ପାଇଥିବା ନିର୍ଦ୍ଦେଶକ ଭୂଷଣ ପଟେଲ ପୁଣି ଥରେ ଏହି ଶୈଳୀର ଆଉ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଭୂଷଣ ୨୦୧୨ରେ ‘୧୯୨୦ ଇଭିଲ ରିଟର୍ନସ୍’ ରେ ନଜ ନିର୍ଦ୍ଦେଶକ ଜୀବନ ଆରମ୍ଭ କରିଥିଲେ । ଏବେ ସେ ଦୁଇଟି ଫିଲ୍ମର ସ୍କ୍ରିପ୍ଟଂ ଉପରେ କାମ କରୁଛନ୍ତି। ଯେଉଁଥିରୁ ଗୋଟିଏ ହେଉଛି ଭୂତ ପୃଷ୍ଠଭୂମିର ଫିଲ୍ମ । […]

1197870_Wallpaper2

Rakesh Mallick
  • Published: Saturday, 25 June 2016
  • , Updated: 25 June 2016, 10:12 PM IST

ମୁମ୍ବାଇ : ‘ରାଗିନୀ ଏମଏମଏସ ୨’ ଏବଂ ‘ଅଲୋନ’ ଭଳି ଭୌତିକ ଫିଲ୍ମ ନିର୍ମାଣ କରି ପ୍ରଶଂସା ପାଇଥିବା ନିର୍ଦ୍ଦେଶକ ଭୂଷଣ ପଟେଲ ପୁଣି ଥରେ ଏହି ଶୈଳୀର ଆଉ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଭୂଷଣ ୨୦୧୨ରେ ‘୧୯୨୦ ଇଭିଲ ରିଟର୍ନସ୍’ ରେ ନଜ ନିର୍ଦ୍ଦେଶକ ଜୀବନ ଆରମ୍ଭ କରିଥିଲେ । ଏବେ ସେ ଦୁଇଟି ଫିଲ୍ମର ସ୍କ୍ରିପ୍ଟଂ ଉପରେ କାମ କରୁଛନ୍ତି। ଯେଉଁଥିରୁ ଗୋଟିଏ ହେଉଛି ଭୂତ ପୃଷ୍ଠଭୂମିର ଫିଲ୍ମ ।

ଭୂଷଣ କହିଛନ୍ତି, “ମୁଁ ବର୍ତ୍ତମାନ ଦୁଇଟି ଫିଲ୍ମର ସ୍କ୍ରିପ୍ଟଂରେ ବ୍ୟସ୍ତ ଅଛି। ଯେଉଁଥିରୁ ଗୋଟିଏ ହେଉଛି ଭୂତ ଉପରେ ଆଧାରିତ ଫିଲ୍ମ । ଦ୍ୱିତୀୟ ଫିଲ୍ମ ବିଷୟରେ ବର୍ତ୍ତମାନ ମୁଁ କିଛି କହିପାରିବି ନାହିଁ । ସାରା ଜଗତରେ ଏବେ ଭୂତ ଫିଲ୍ମର ଲୋକପ୍ରିୟତା ବଢୁଛି । ଲୋକେ ଫିଲ୍ମ ଦେଖି ଡରିବାକୁ ପସନ୍ଦ କରୁଛନ୍ତି ।”

ସେ କହିଛନ୍ତି, “ପୂର୍ବରୁ ରାମ୍ସେ ବଦର୍ସ ନାମରେ ବହୁ ବର୍ଷ ଧରି ଭୂତ ପିଲ୍ମ ନିର୍ମାଣ କରି ଲୋକମାନଙ୍କୁ ମନୋରଞନ କରୁଥିଲେ । ଏହାପରେ ବିକ୍ରମ ଭଟ୍ଟ ଏବଂ ରାମ ଗୋପାଳ ବର୍ମା ଏହି  ଶୈଳୀର ଫିଲ୍ମ ପାଇଁ ଆଗ୍ରହୀ ହୋଇଥିଲେ । କ୍ରମାଗତ ଭାବେ ଏହି ଶୈଳୀର ଫିଲ୍ମକୁ ତିଆରି କରି ମୁଁ ନିଜକୁ ଭାଗ୍ୟଶାଳୀ ମନେକରୁଛି”।

Related story