ବିହାର କଲେଜରେ ପଢ଼ୁଛନ୍ତି ଇମ୍ରାନ ଓ ସନୀ ଲିଓନିଙ୍କ ୨୦ ବର୍ଷର ପୁଅ!

ମୁଜାଫରପୁର: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ସନୀ ଲିଓନୀ ଏବଂ ଅଭିନେତା ଇମ୍ରାନ ହାସମୀଙ୍କ ପୁଅ ବିହାର କଲେଜରେ ପାଠ ପଢ଼ୁଛନ୍ତି । ସ୍ନାତକ ପରୀକ୍ଷା ଦେଉଛନ୍ତି ତାଙ୍କ ୨୦ ବର୍ଷର ପୁଅ । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । କିନ୍ତୁ ଏହି ଘଟଣା ସତ୍ୟତା କିଛି ଭିନ୍ନ ରହିଛି । ମୁଜାଫରପୁର ଭୀମ ରାଓ ମିନାପୁର ଅଞ୍ଚଳର ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱ ବିଦ୍ୟାଳୟର ଧନରାଜ ମହତୋ କଲେଜରେ ପଢ଼ୁଥିବା ଯୁକ୍ତ୩ […]

sunny-imran

sunny-imran

Madhupriya Mistry
  • Published: Thursday, 10 December 2020
  • Updated: 10 December 2020, 02:48 PM IST

Sports

Latest News

ମୁଜାଫରପୁର: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ସନୀ ଲିଓନୀ ଏବଂ ଅଭିନେତା ଇମ୍ରାନ ହାସମୀଙ୍କ ପୁଅ ବିହାର କଲେଜରେ ପାଠ ପଢ଼ୁଛନ୍ତି । ସ୍ନାତକ ପରୀକ୍ଷା ଦେଉଛନ୍ତି ତାଙ୍କ ୨୦ ବର୍ଷର ପୁଅ । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । କିନ୍ତୁ ଏହି ଘଟଣା ସତ୍ୟତା କିଛି ଭିନ୍ନ ରହିଛି ।

ମୁଜାଫରପୁର ଭୀମ ରାଓ ମିନାପୁର ଅଞ୍ଚଳର ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱ ବିଦ୍ୟାଳୟର ଧନରାଜ ମହତୋ କଲେଜରେ ପଢ଼ୁଥିବା ଯୁକ୍ତ୩ ଦ୍ୱିତୀୟ ବର୍ଷ ଛାତ୍ର କୁନ୍ଦନ କୁମାର ନିଜ ସ୍ନାତ୍ତକ ପରୀକ୍ଷାର ଆଡମିଟ କାର୍ଡରେ ବାପାଙ୍କ ନାଁ ଇମ୍ରାନ ହାସମୀ ଏବଂ ମାଆଙ୍କ ସନି ଲିଓନି ଲେଖିଛନ୍ତି । କେବଳ ସେତିକି ନୁହେଁ ଛାତ୍ରଙ୍କ ଘର ଠିକଣା ସ୍ଥାନରେ ମୁଜାଫରପୁର ରେଡ ଲାଇଟ୍ ଏରିଆ ଚତୁର୍ଭୁଜା ଠିକଣା ଲେଖା ହୋଇଛି। ଛାତ୍ରଙ୍କ ଏହି ଆଡମିଟ କାର୍ଡ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେଉଛି।  ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବିଶ୍ୱବିଦ୍ୟାଳୟର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠିଛି ।

ଯୁକ୍ତ୩ ଦ୍ୱିତୀୟ ବର୍ଷ ଫର୍ମ ଫିଲଅପ୍ ସମୟରେ ଛାତ୍ରଙ୍କ ମାତା-ପିତାଙ୍କ ନାଁ କିଭଳି ବଦଳିଗଲା ତାକୁ ନେଇ ପ୍ରଶ୍ନ କରାଯାଇଛି। ଯଦି ପ୍ରଥମ ବର୍ଷରେ ମଧ୍ୟ ଏହି ନାଁ ଥିଲା ତାହେଲେ ସେତେବେଳେ କାହିଁକି ଯାଞ୍ଚ ହେଲା ନାହିଁ ବୋଲି ଅଭିଯୋଗ ହୋଇଛି ।

ଏନେଇ ବିହାର ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ରାମ କୃଷ୍ଣ ଠାକୁର ସଫେଇ ଦେଇଛନ୍ତି । ସେ କହିଛନ୍ତି ମାମଲା ନେଇ ସୂଚନା ମିଳିଛି। ଏହା କାହାର ଦୁଷ୍ଟାମୀ ହୋଇଥାଇପାରେ ବୋଲି ସେ ସନ୍ଦେହ କରି କହିଛନ୍ତି। ମାମଲାର ଯାଞ୍ଚ ହେଉଛି ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର କହିଛନ୍ତି।

ସେପଟେ ଏହି ଭାଇରାଲ ଫର୍ମକୁ ନେଇ ଅଭିନେତା ଇମ୍ରାନ ହାସମୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ଇମ୍ରାନ ଟ୍ୱିଟ କରି ଲେଖିଛନ୍ତି, ମୁଁ ଶପଥ ନେଇ କହୁଛି, ମୁଁ ସେହି ଇମ୍ରାନ ହାସମୀ ନୁହଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos