ବିକିନି ପିନ୍ଧିଲେ ଶ୍ରଦ୍ଧା

ମୁମ୍ୱାଇ: ଶ୍ରଦ୍ଧା କପୁରଙ୍କୁ ପ୍ରଥମ ଥର ପାଇଁ ଦର୍ଶକମାନେ ପରଦା ଉପରେ ବିକିନିରେ ଦେଖିବେ। ଅପ‌କମିଂ ଫିଲ୍ମ ‘ବାଗୀ’ରେ ବିକିନି ପରିଧାନ କରିଛନ୍ତି ଶ୍ରଦ୍ଧା। ନିଜର ନୂଆ ଅବତାରକୁ ନେଇ ସେ ଭାରି ଖୁସ‌୍ ଅଛନ୍ତି ଓ ଲୋକେ ବି ତାଙ୍କୁ ତାରିଫ‌୍ କରିବେ ବୋଲି ଆଶା ରଖିଛନ୍ତି। ‘ବାଗୀ’ର ଟ୍ରେଲର୍ ରିଲିଜ‌୍ ଅବସରରେ ଶ୍ରଦ୍ଧା କହିଥିଲେ,“ପ୍ରଥମ ଥର ପାଇଁ ମୁଁ ଏକ ଫିଲ୍ମରେ ବିକିନି ପିନ୍ଧିଛି। ଏହା ଏକ ସୁନ୍ଦର ଅନୁଭୂତି ଥିଲା। ଲୋକେ ମୋତେ […]

shraddha-kapoor

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 07:09 AM IST

ମୁମ୍ୱାଇ: ଶ୍ରଦ୍ଧା କପୁରଙ୍କୁ ପ୍ରଥମ ଥର ପାଇଁ ଦର୍ଶକମାନେ ପରଦା ଉପରେ ବିକିନିରେ ଦେଖିବେ। ଅପ‌କମିଂ ଫିଲ୍ମ ‘ବାଗୀ’ରେ ବିକିନି ପରିଧାନ କରିଛନ୍ତି ଶ୍ରଦ୍ଧା। ନିଜର ନୂଆ ଅବତାରକୁ ନେଇ ସେ ଭାରି ଖୁସ‌୍ ଅଛନ୍ତି ଓ ଲୋକେ ବି ତାଙ୍କୁ ତାରିଫ‌୍ କରିବେ ବୋଲି ଆଶା ରଖିଛନ୍ତି।

‘ବାଗୀ’ର ଟ୍ରେଲର୍ ରିଲିଜ‌୍ ଅବସରରେ ଶ୍ରଦ୍ଧା କହିଥିଲେ,“ପ୍ରଥମ ଥର ପାଇଁ ମୁଁ ଏକ ଫିଲ୍ମରେ ବିକିନି ପିନ୍ଧିଛି। ଏହା ଏକ ସୁନ୍ଦର ଅନୁଭୂତି ଥିଲା। ଲୋକେ ମୋତେ ପସନ୍ଦ କରିବେ ବୋଲି ଆଶା ଅଛି।”

‘ବାଗୀ’ରେ ଶ୍ରଦ୍ଧା ଆକ୍ସନ ବି ଦେଖାଇଛନ୍ତି। ଏଥିପାଇଁ ସୁଟିଂ ବେଳେ ଆହତ ମଧ୍ୟ ହୋଇଛନ୍ତି।

ଶ୍ରଦ୍ଧା କହିଛନ୍ତି,“ଏଇ ଫିଲ୍ମରୁ ମୁଁ ଅନେକ ନୂଆ ଜିନିଷ ଶିଖିଛି। ଏଇ ଫିଲ୍ମରେ କାମ କରିବାର ଅନୁଭୂତି ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।”

Related story